Terrorist Photograph: (Sambad.in)
ନୂଆଦିଲ୍ଲୀ: ପଣ୍ଡ ହେଲା ଆତଙ୍କୀଙ୍କ ବଡ଼ ଷଡ଼ଯନ୍ତ୍ର । ଟାର୍ଗେଟ୍ ଥିଲା ଜାନୁଆରୀ ୨୬ ତାରିଖ । ଗଣତନ୍ତ୍ର ଦିବସରେ ଭାରତରେ ଏକ ବଡ଼ ଆତଙ୍କୀ ଆକ୍ରମଣ ପାଇଁ ହୋଇଥିଲା ଯୋଜନା । ଦିଲ୍ଲୀ ସମେତ ଅନେକ ସମ୍ୱେଦନଶୀଳ ଅଞ୍ଚଳରେ ବଡ଼ ଆକ୍ରମଣ ପାଇଁ ପୂରା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଥିଲା ।
ଆହୁରି ପଢନ୍ତୁ- Bihar SIR: ବିହାରରେ ଭୋଟର ତାଲିକାରେ ଭୁଲ୍ ନାମ ଯୋଡା ଯାଇନି କି ଠିକ୍ ନାମ ହଟାଯାଇନି...
ସୂଚନା ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISI ଏବଂ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏକ ବଡ଼ ଆକ୍ରମଣ ପ୍ଲାନ୍ କରିଥିଲେ । ଆଉ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଗୁଇନ୍ଦା ସଂସ୍ଥା । ଏହି ଷଡ଼ଯନ୍ତ୍ରର କୋଡ୍ ନାଁ ଥିଲା "୨୬-୨୬" । ଏହାର ଲକ୍ଷ୍ୟ ଥିଲା ଜାନୁଆରୀ ୨୬ ତାରିଖ ଗଣତନ୍ତ୍ର ଦିବସରେ ଭାରତର ବିଭିନ୍ନ ସ୍ଥାନରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିବା । ଗୁଇନ୍ଦା ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନଗୁଡ଼ିକ ବିଶେଷକରି କାଶ୍ମୀରରେ ବଡ଼ ଆକ୍ରମଣ ଯୋଜନା କରୁଛନ୍ତି । ଏହା ବ୍ୟତୀତ, ଦିଲ୍ଲୀ ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ମଧ୍ୟ ବିପଦରେ ଅଛି । ଏହି ସୂଚନା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି ଏବଂ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଆହୁରି ପଢନ୍ତୁ- Bangladesh Hindu: ବାଂଲାଦେଶରେ ନିର୍ବାଚନ ପୂର୍ବରୁ ଘନେଇଲା ହିନ୍ଦୁଙ୍କ ଉପରେ ଆକ୍ରମଣ ଆଶଙ୍କା: କୂଟନୀତିଜ୍ଞସ୍ତରରେ ପ୍ରମୁଖ ପଦକ୍ଷେପ ଗ୍ରହଣ
ମିଳିଥିବା ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ଆଧାରରେ, ଜୈଶ-ଏ-ମହମ୍ମଦ ସୋସିଆଲ୍ ମିଡିଆ ଜରିଆରେ ଯୁବପିଢ଼ି ମାନଙ୍କୁ ଉସୁକାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଠିକ୍ ଯେପରି ନେପାଳ ଭଳି ଦେଶରେ ଯୁବପିଢ଼ି ମାତିଥିଲେ ଏବଂ ସବୁକିଛିକୁ ବରବାଦ କରିଦେଇଥିଲେ । ଠିକ୍ ସେହିଭଳି ଯୁବକମାନଙ୍କୁ ଉସୁକାଇ ଭାରତରେ ଦଙ୍ଗା କରିବାକୁ ଯୋଜନା କରୁଛି ଜୈଶ-ଏ-ମହମ୍ମଦ । ଜମ୍ମୁକାଶ୍ମୀରରେ କିଛି ସଂଗଠନ ଅଛନ୍ତି, ଯେଉଁମାନେ ଜୈଶର ଏହି ଯୋଜନାକୁ ସଫଳ କରିବା ଦିଗରେ କାମ କରିପାରନ୍ତି । ତେଣୁ ଗୁଇନ୍ଦା ସଂସ୍ଥା ଏହି ଦୁଇ ଗୋଷ୍ଠୀ ଫାଲକନ୍ ସ୍କ୍ବାର୍ଡ ଏବଂ କାଶ୍ମୀର ରେଜିଷ୍ଟାନ୍ସ ଗ୍ରୁଫ ଉପରେ ନଜର ରଖିଛି ।
ଗୁଇନ୍ଦା ରିପୋର୍ଟରେ ଅଯୋଧ୍ୟା ରାମ ମନ୍ଦିର କଥା ବି ଉଲ୍ଲେଖ କରାଯାଇଛି । ରାମ ମନ୍ଦିର ଉପରେ ଆତଙ୍କବାଦୀ ମାନେ ବଡ଼ଧରଣର ଆକ୍ରମଣ କରିପାରନ୍ତି ବୋଲି ମଧ୍ୟ ସତର୍କ କରାଯାଇଛି । ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । କେବଳ ଏତିକି ନୁହେଁ, ପଞ୍ଜାବରେ କିଛି ଗ୍ୟାଙ୍ଗଷ୍ଟର ଆତଙ୍କୀଙ୍କ ସହ ସାମିଲ୍ ହୋଇପାରନ୍ତି ବୋଲି ମଧ୍ୟ ସୂଚନା ଦିଆଯାଇଛି । ତେଣୁ ଗଣତନ୍ତ୍ର ଦିବସରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ତାହାକୁ ନେଇ ହାଇ ଆଲର୍ଟ ଜାରି ହୋଇଛି ।
Follow Us