ନୂଆଦିଲ୍ଲୀ: ଭାରତ ମଣ୍ଡପମ୍‌ରେ ଆୟୋଜିତ ବିଶ୍ବର ସର୍ବବୃହତ୍‌ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ଚଳିତ ମାସ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆ, ଜାପାନ, ରୁଷ୍‌, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ଭଳି ୧୩ଟି ଦେଶ ସେମାନଙ୍କ ସ୍ବତନ୍ତ୍ର ପାଭିଲିୟନ ସ୍ଥାପନ କରିଛନ୍ତି। ଅନ୍ୟ ପକ୍ଷରେ ୬୦୦ଟି ଷ୍ଟାର୍ଟଅପ୍‌ ମଧ୍ୟ ସେମାନଙ୍କ ଅଭିନବ ଏଆଇ ଚିନ୍ତାଧାରାକୁ ଉପସ୍ଥାପନ କରିଛନ୍ତି। ଆସନ୍ତାକାଲି ସମ୍ମିଳନୀ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାରହିବ।

Advertisment

ସରକାରୀ ଆକଳନ ଅନୁସାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬କୁ ଅ‌ଢ଼େଇ ଲକ୍ଷରୁ ଅଧିକ ପ୍ରତିନିଧି ପରିଦର୍ଶନ କରିବେ। ଏଥିରେ ୫୦୦ରୁ ଅଧିକ ଅଧିବେଶନ ଆୟୋଜନ କରାଯିବ; ଯେଉଁଥିରେ ୩୨୫୦ରୁ ଅଧିକ ବକ୍ତା ଭାଗନେବେ। ୭୦ହଜାର ବର୍ଗମିଟରରୁ ଅଧିକ ସ୍ଥାନରେ ଆ‌ୟୋଜିତ ହେଉଥିବା ଏହି ସମ୍ମିଳନୀରେ ୧୦ଟି ଆରେନା ରହିଛି। ଏଥିରେ ଗୋଟିଏ ସ୍ଥାନରେ ବିଶ୍ବର ଅଗ୍ରଣୀ ପ୍ରଯୁକ୍ତି କମ୍ପାନି, ଟେକ୍‌ ଲିଡର୍‌, ଷ୍ଟାର୍ଟଅପ୍‌, ଗବେଷଣା ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଏକତ୍ରିତ ହୋଇଛନ୍ତି। ଏଆଇ ସମ୍ମିଳନୀରେ ୨୦ଟି ରାଜ୍ୟର ମୁଖ୍ୟ, ୬୦ ମନ୍ତ୍ରୀ ଓ ୫୦୦ରୁ ଅଧିକ ବିଶ୍ବସ୍ତରୀୟ ନେତା ସାମିଲ ହେବେ। ୩୦ଟି ଦେଶରୁ ୩୦୦ ପ୍ରଦର୍ଶନକାରୀ ସେମାନଙ୍କ ଏଆଇ ସମାଧାନକୁ ପ୍ରଦର୍ଶନ କରିବେ। ସ୍ବାସ୍ଥ୍ୟସେବା, କୃଷି ଓ ଗ୍ରାମୀଣ ଅର୍ଥନୀତି, ଶିକ୍ଷା ଓ ପାଠପଢ଼ା, ଫାଇନାନ୍ସ ଓ ବାଣିଜ୍ୟ ଏବଂ ଶାସନ ବ୍ୟବସ୍ଥା ଓ ସରକାରୀ ସେବା କ୍ଷେତ୍ରରେ ଏଆଇର ବ୍ୟବହାରକୁ ସମ୍ମିଳନୀରେ ପ୍ରଦର୍ଶିତ କରାଯିବ। 

Amit Shah: ୧୨ ବର୍ଷ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ନୂତନ ସୁବର୍ଣ୍ଣ ଅଧ୍ୟାୟ: ଶାହ

ଆଜି ପୂର୍ବାହ୍ଣରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ ଯେ ଏଆଇ ରୂପାନ୍ତର କ୍ଷେତ୍ରରେ ଭାରତ ଆଗରେ ରହିଛି। ଏଆଇ ଉପରେ ଆଲୋଚନା ପାଇଁ ସାରା ବିଶ୍ବ ଆଜିଠାରୁ ଏକାଠି ହେଉଛି। ବିଶ୍ବର ନେତୃବୃନ୍ଦ, ଶିଳ୍ପଜଗତର ମୁଖ୍ୟ, ଉଦ୍ଭାବକ, ନୀତି ନିର୍ମାତା, ଗବେଷକ ଓ ପ୍ରଯୁକ୍ତିପ୍ରେମୀମାନଙ୍କୁ ସେ ସ୍ବାଗତ କରିଥିଲେ। ଯୋଗଦେଇଥିବା ପ୍ରମୁଖ ରାଜନେତା ଏଆଇ ଇମ୍ପାକ୍ଟ ଇଣ୍ଡିଆ ସମ୍ମିଳନୀରେ ବିଶ୍ବର ଅନେକ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଦି ଯୋଗ ଦେଇଛନ୍ତି।

Cricket: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌: ମିସନ୍‌ ଟାଇଗର ବିଜେତା

ସେମାନଙ୍କ ମଧ୍ୟରେ ଭୁଟାନ ପ୍ରଧାନମନ୍ତ୍ରୀ ତେସରିଙ୍ଗ ତୋବଗେ, ବଲିଭିଆ ଉପରାଷ୍ଟ୍ରପତି ଏଡମାଣ୍ଡ୍‌ ଲାରା ମୋଣ୍ଟାନୋ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭା, କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ ପ୍ଲେନକୋଭିକ୍‌, ଇସ୍ତୋନିଆ ରାଷ୍ଟ୍ରପତି ଆଲାର କାରିସ୍‌, ଫିନଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ପିଟେରି ଅର୍ପୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଗ୍ରିସ୍‌ ପ୍ରଧାନମନ୍ତ୍ରୀ କିରିଆକୋସ୍‌ ମିତ୍‌ସୋତାକିସ, ଗାଏନା ଉପରାଷ୍ଟ୍ରପତି ଡ. ଭାରତ ଜଗଦେଓ, କାଜାଖସ୍ତାନ ପ୍ରଧାନମନ୍ତ୍ରୀ ଓଲଝାସ ବେକତୋନୋଭ, ଲିକ୍ଟେନଷ୍ଟାଇନ ପ୍ରିନ୍ସ ଆଲୋଇସ୍‌, ମରିସସ ପ୍ରଧାନମନ୍ତ୍ରୀ ଡ. ନବୀନଚନ୍ଦ୍ର ରାମଗୁଲାମ, ସର୍ବିଆ ରାଷ୍ଟ୍ରପତି ଆଲେକଜାଣ୍ଡାର ବୁସିକ୍‌, ସ୍ଲୋଭେକିଆ ରାଷ୍ଟ୍ରପତି ପିଟର ପେଲେଗ୍ରିନି, ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ ପିରେଜ କାଷ୍ଟେଜନ, ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ, ସିସିଲ୍ସର ଉପରାଷ୍ଟ୍ରପତି ସେବାଷ୍ଟିନ ପିଲେ, ସ୍ବିଜରଲ୍ୟାଣ୍ଡ୍‌ ରାଷ୍ଟ୍ରପତି ଗାଏ ପାରମେଲିନ, ନେଦରଲ୍ୟାଣ୍ଡ୍‌ସ ପ୍ରଧାନମନ୍ତ୍ରୀ ଡିକ୍‌ ସ୍କୁଫ୍‌ ଓ ୟୁଏଇ କ୍ରାଉନ ପ୍ରିନ୍ସ ଶେଖ୍‌ ଖଲିଦ ବିନ୍‌ ମହମ୍ମଦ ବିନ୍‌ ଜାୟେଦ ଅଲ ନାହୟାନ ଅଛନ୍ତି।