ramanuja's body preserved
Ramanujacharya : ମମ୍ମି କହିଲେ ଆମେ ସାଧାରଣତଃ ପ୍ରାଚୀନର ମିଶର ସଭ୍ୟତାରେ ସଂରକ୍ଷିତ କରାଯାଉଥିବା ମୃତଦେହକୁ ବୁଝୁ । ଏସବୁ ମମ୍ମିଗୁଡଡିକ ଏବେ ମଧ୍ୟ ପିରାମିଡଗୁଡ଼ିକରେ ସଂରକ୍ଷିତ ହୋଇ ରହିଛନ୍ତି । ପୁଣି ଏହି ମମ୍ମଗୁଡ଼ିକୁ ବିଶ୍ବରେ ଲୋକପ୍ରିୟ କରିଥିଲା କେତେକ ଚମତ୍କାର ହଲିଉଡ୍ ଚଳଚ୍ଚିତ୍ର ।
କିନ୍ତୁ ଭାରତରେ ବି ପ୍ରାଚୀନ ମୃତଦେହକୁ ସଂରକ୍ଷଣ କରିବାର କୌଣସି ଉଦାହରଣ ଅଛି କି ? ଏହାର ଉତ୍ତର ହେଉଛି ହଁ । ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତର ଲୋକମାନେ ମୃତଦେହକୁ ଶହ ଶହ ବର୍ଷ ଧରି ସଂରକ୍ଷିତ କରି ରଖିବାର କୌଶଳ ଜାଣିଥିଲେ । ଏହାର ଉଦାହରଣ ହେଉଛି ଯେ ଜଗତଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ପାର୍ଥିବ ଶରୀର । ଏହା ଗତ ପ୍ରାୟ ୯୦୦ ବର୍ଷ ଧରି ସଂରକ୍ଷିତ ହୋଇ ରହିଛି ।
ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ଶରୀର ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହିଛି । ତାଙ୍କର ଶରୀର ତାମିଲନାଡୁର ଶ୍ରୀରଙ୍ଗମ ରଙ୍ଗନାଥସ୍ୱାମୀ ମନ୍ଦିରରେ “ଥାନ୍ ଆନ ଥିରୁମେନି” ନାମକ ଗୃହରେ ବିରାଜିତ। ଲୋକକଥା ଅନୁଯାୟୀ, ଖ୍ରୀଷ୍ଟାବ୍ଦ ୧୧୩୭ ମସିହାରେ ତାଙ୍କର ଶରୀର ତ୍ୟାଗ ପରେ ତାଙ୍କ ଦେହକୁ ଚନ୍ଦନ, କେଶର ଓ ଔଷଧି ଦ୍ୱାରା ସଂରକ୍ଷଣ କରାଯାଇଥିଲା। ଏହି ଦେହ ଆଜି ପର୍ଯ୍ୟନ୍ତ ବସିଥିବା ଅବସ୍ଥାରେ ପୂଜା ଯୋଗ୍ୟ ଭାବେ ରଖାଯାଇଛି ଓ ତାଙ୍କ ଏହି ଅନନ୍ୟ ବିଗ୍ରହକୁ ଦୈନିକ ଭାବେ ଆରତି କରାଯାଏ ଓ ଭୋଗ ଲଗାଯାଏ। ଏହି ଶରୀରରେ ବାରମ୍ବାର ଔଷଧୀୟ ପ୍ରଲେପ ଦିଆଯିବା ଯୋଗୁଁ ତାହା କଳା ପଡ଼ିଯାଇଛି । ଯଦିଓ ବିଜ୍ଞାନୀୟ ଭାବେ ଏହା ପ୍ରମାଣିତ ହୋଇନି, ତଥାପି ଏହା ହିନ୍ଦୁ ଆସ୍ଥା ଓ ପରମ୍ପରାର ଏକ ଅଦ୍ଭୁତ ଉଦାହରଣ ହିସାବରେ ଗଣ୍ୟ।
ଆହୁରି ପଢ଼ନ୍ତୁ: Winter Session Of Parliament: ଡିସେମ୍ବର ୧ରୁ ୧୯ ପର୍ଯ୍ୟନ୍ତ ଚାଲିବ ସଂସଦର ଶୀତକାଳୀନ ଅଧିବେଶନ
ସଂକ୍ଷେପରେ ରାମାନୁଜାଚାର୍ଯ୍ୟ
ଶ୍ରୀ ରାମାନୁଜାଚାର୍ଯ୍ୟ ଜଣେ ପ୍ରସିଦ୍ଧ ଭାରତୀୟ ଦାର୍ଶନିକ ଓ ବୈଷ୍ଣବ ଆଚାର୍ଯ୍ୟ ଥିଲେ। ସେ ବିଶିଷ୍ଟାଦ୍ୱୈତ ବାଦର ପ୍ରବକ୍ତା ଥିଲେ ଓ ସମସ୍ତ ମନୁଷ୍ୟଙ୍କ ସମାନତା ଓ ଭକ୍ତିର ସିଦ୍ଧାନ୍ତ ଦେଇଥିଲେ। ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜନ୍ମ ଖ୍ରୀଷ୍ଟାବ୍ଦ ୧୦୧୭ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ହୋଇଥିଲା। ସେ ଖ୍ରୀଷ୍ଟାବ୍ଦ ୧୧୩୭ରେ ଶ୍ରୀରଙ୍ଗମରେ ଶରୀର ତ୍ୟାଗ କରିଥିଲେ ।
ଆହୁରି ପଢନ୍ତୁ : SBI Market Capitalisation : ୧୦୦ ବିଲିୟନ ଡଲାର ଟପିଲା ଷ୍ଟେଟ ବ୍ୟାଙ୍କର ବଜାର ପୁଞ୍ଜି
Follow Us