ତେଲ୍ ଅଭିଭ୍/ଦୁବାଇ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ମହାଯୁଦ୍ଧ ଏବେ ବିନାଶକାରୀ ରୂପ ଧାରଣ କରିଛି। ରବିବାର ଯୁଦ୍ଧର ନବମ ଦିନରେ ଇସ୍ରାଏଲର ବାୟୁସେନା ଇରାନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ତୈଳ ଭଣ୍ଡାରଗୁଡ଼ିକ ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ କରି ଭୟାନକ କ୍ଷତି ଘଟାଇଛି। ଇରାନର ପ୍ରସିଦ୍ଧ ଶେହରାନ ଓ ଅଲବୋର୍ଜ ତୈଳ ପ୍ରତିଷ୍ଠାନଗୁଡ଼ିକରେ ଭୀଷଣ ଅଗ୍ନିକାଣ୍ଡ ଜାରି ରହିଛି, ଯାହା ସମଗ୍ର ଅଞ୍ଚଳର ଆକାଶକୁ କଳା ଧୂଆଁରେ ଆଚ୍ଛାଦିତ କରିରଖିଛି। ଶେହରାନ ତୈଳ ଡିପୋ ହେଉଛି ଇରାନର ଅନ୍ୟତମ ବୃହତ୍ତମ ତୈଳ ସଂରକ୍ଷଣ କେନ୍ଦ୍ର, ଯେଉଁଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଇନ୍ଧନ ପଠାଯାଇଥାଏ। ଅଲବୋର୍ଜ ପ୍ରତିଷ୍ଠାନରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଇରାନର ତୈଳ ରପ୍ତାନି କ୍ଷମତା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ଏହାକୁ ନିୟନ୍ତ୍ରଣ କରିବା ଇରାନର ଅଗ୍ନିଶମ ବାହିନୀ ପାଇଁ ଅସମ୍ଭବ ହୋଇପଡ଼ିଛି। ଇରାନର ତୈଳ ଭଣ୍ଡାର ଜଳିବା ସହ ବିଶ୍ୱ ଅର୍ଥନୀତିରେ ମଧ୍ୟ ନିଆଁ ଲାଗିଛି ଏବଂ ଇରାନର ତୈଳ ଉପରେ ବିଶେଷ ନିର୍ଭରଶୀଳ ଥିବା ରାଷ୍ଟ୍ରଙ୍କ ଚିନ୍ତା ବଢ଼ିଯାଇଛି। ଇସ୍ରାଏଲର ଏହି ଅାକ୍ରମଣର ଜବାବ ଆଜି ଇରାନ ତାର ଶକ୍ତିଶାଳୀ ‘ଫତହ-୨’ହାଇପର୍‌ସୋନିକ୍ ମିସାଇଲ୍ ଦ୍ବାରା ଦେଇଛି। 

Advertisment

RM Nachamai: କାର୍ଯ୍ୟକ୍ଷମ ଆଣବିକ ଶକ୍ତି କେନ୍ଦ୍ରର ନେତୃତ୍ୱ ନେଉଥିବା ପ୍ରଥମ ମହିଳା ହେଲେ ଆର୍‌ଏମ୍‌ ନାଚମ୍ମାଇ

ଇରାନୀ କ୍ଷେପଣାସ୍ତ୍ର ଇସ୍ରାଏଲର ଅଭେଦ୍ୟ ସୁରକ୍ଷା ବଳୟ ‘ଆଇରନ୍ ଡୋମ୍’କୁ ଭେଦ କରି ହାଇଫାସ୍ଥିତ ବାଜାନ୍ ଏନର୍ଜି ଗ୍ରୁପ୍‌ର ତୈଳ ବିଶୋଧନାଗାର ଉପରେ ମାଡ଼ ହୋଇଛି। ଏହି ଆକ୍ରମଣ ଯୋଗୁଁ ଇସ୍ରାଏଲର ୪୦% ତୈଳ ବିଶୋଧନ କ୍ଷମତା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଆମେରିକାର  ଥାଡ୍  ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ହାଇପର୍‌ସୋନିକ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇନାହିଁ। ଅନ୍ୟପକ୍ଷରେ ଶାହେଦ ଡ୍ରୋନ ଆକ୍ରମଣ ଯୋଗୁଁ ମଧ୍ୟ ଜନବସତି ଅଞ୍ଚଳରେ  ବ୍ୟାପକ କ୍ଷୟକ୍ଷତି ଘଟିଛି। 

Child Marriage: ମା’ଙ୍କ ଠାରୁ ପ୍ରେରଣା ପାଇ ବାଲ୍ୟବିବାହ ବନ୍ଦ କରିବା ଅଭିଯାନରେ ଉମା

ଇରାନର ଏହି ଆକ୍ରମଣ କେବଳ ଇସ୍ରାଏଲ ମଧ୍ୟରେ ସୀମିତ ନରହି ସମଗ୍ର ଉପସାଗରୀୟ ଅଞ୍ଚଳକୁ କବଳିତ କରିଛି। କୁଏତର ଅଲ୍ ଜାବର ଏୟାର ବେସ‌୍‌ରେ ୨୫ଟି ମିସାଇଲ ମାଡ଼ ହୋଇଛି, ଯେଉଁଥିରେ ୨ ଜଣ ଆମେରିକୀୟ ଠିକାଦାରଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ଆମେରିକାର ଏଫ୍‌-୧୬ ଯୁଦ୍ଧବିମାନଗୁଡ଼ିକର ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପରେ ମଧ୍ୟ ଆଜି ଇରାନର ଆକ୍ରମଣ ବ୍ୟାପକ ହୋଇଛି।  ଫୁଜାଇରା ପୋର୍ଟ ଉପରେ ହାଇପର୍‌ସୋନିକ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଦୁଇଟି ତୈଳ ଟ୍ୟାଙ୍କର କ୍ଷତିଗ୍ରସ୍ତ ହୋଇଛି ଏବଂ ସମୁଦ୍ରରେ ୫୦,୦୦୦ ବ୍ୟାରେଲ ତୈଳ ନିର୍ଗମନ ହୋଇଛି। ଦୁବାଇର ପ୍ରସିଦ୍ଧ ‘ମାରିନା ଟାୱାର’ ଉପରେ ଏକ କ୍ଷେପଣାସ୍ତ୍ରର ଅବଶେଷ ପଡ଼ିବାରୁ ୧୧ ଜଣ ନାଗରିକ ଆହତ ହୋଇଛନ୍ତି।