Pak Army targets Imran Khan
Imran Khan Vs Pak Army : ପାକିସ୍ତାନ ସେନା ଆଡ଼ିଆଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପାଗଳ ଘୋଷଣା କରିଛି। ସେନା ମୁଖପାତ୍ର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଏକ ବିବୃତ୍ତି ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଇମ୍ରାନ ଖାଁ ଏବେ ମାନସିକ ରୋଗୀ ହୋଇଯାଇଛନ୍ତି। ସେ ଦେଶଦ୍ରୋହୀଙ୍କ ଭାଷା କହୁଛନ୍ତି। ଇମ୍ରାନ ଖାଁ ଜେଲରୁ ସାଧାରଣ ଲୋକଙ୍କୁ ସେନା ବିରୁଦ୍ଧରେ ଉସକାଇବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ।
ଆହୁରି ପଢନ୍ତୁ : Flight Fare Hike in India: ମଥାରେ ହାତ ଦେଲେ ଯାତ୍ରୀ: ଦିଲ୍ଲୀରୁ ଲଣ୍ଡନ ୨୫ ହଜାର କିନ୍ତୁ ବେଙ୍ଗାଲୁରୁକୁ ପଡ଼ୁଛି ୭୦ ହଜାର ଟଙ୍କା…
ଜିଓ ଟିଭି ଉର୍ଦ୍ଦୁ ଅନୁଯାୟୀ, ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ କହିଛନ୍ତି, "ଇମ୍ରାନ ଖାଁ ଶତ୍ରୁର ଭାଷା କହୁଛନ୍ତି। ସେ ପ୍ରତ୍ୟେକ ବିବୃତ୍ତିରେ ଶେଖ ମୁଜିବୁର ରହମାନଙ୍କ ନାମ ନେଉଛନ୍ତି। ଏହା ଦେଶ ପ୍ରତି ବିଶ୍ୱାସଘାତକତା। ୧୯୭୧ ମସିହାରେ ପାକିସ୍ତାନ ବିଭାଜନର କାରଣ ହୋଇଥିଲେ ମୁଜିବୁର ରହମାନ।"
ଆହୁରି ପଢନ୍ତୁ : Examination: ଏଏନ୍ଏନ୍ଏମ୍, ଜିଏନ୍ଏମ୍ ପରୀକ୍ଷା ବାତିଲ, ଗୃହରେ ବିବୃତ୍ତି ରଖିଲେ ମନ୍ତ୍ରୀ
ଚୌଧୁରୀ ଆହୁରି କହିଛନ୍ତି ଯେ ଇମ୍ରାନ ଖାଁ ସବୁବେଳେ ସେନା ମୁଖ୍ୟଙ୍କ ବିରୋଧରେ ବୟାନ ଦେଇଚାଲିଛନ୍ତି । ସବୁ ମାମଲାରେ ସେନାକୁ ଟଣାଯାଉଛି । କିନ୍ତୁ, ଆମେ କାହାକୁ ପାକିସ୍ତାନୀ ସେନା ଏବଂ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଦେବୁ ନାହିଁ। ଆମେ ତୁମକୁ ସେନା ବିରୁଦ୍ଧରେ ଲୋକଙ୍କୁ ଉସୁକାଇବାକୁ ଦେବୁ ନାହିଁ। ଆମେ ତୁମକୁ ସେନା ଏବଂ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଦେବୁ ନାହିଁ। ଆମେ ଇମ୍ରାନକୁ ଭେଟିବାକୁ କାହାକୁ ଅନୁମତି ଦେବୁନାହିଁ ।
ସୂଚନାଯୋଗ୍ୟ ଯେ ପାକ ସେନାର ବୟାନ ଏପରି ସମୟରେ ଆସିଛି ଯେତେବେଳେ ଇମ୍ରାନ ଖାଁଙ୍କ ଭଉଣୀ ତାଙ୍କୁ ଜେଲରେ ଭେଟି ଫେରିଛନ୍ତି । ଏହା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେନାମୁଖ୍ୟ ଅସୀମ ମୁନୀରଙ୍କୁ ପ୍ରତିରକ୍ଷା ମୁଖ୍ୟ ପଦବୀକୁ ଉନ୍ନୀତ କରିଛନ୍ତି ।
Follow Us