Bihar Elections 2025 : ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ପ୍ରଚାର ଶେଷ

ବିହାରରେ ଆସନ୍ତା ୧୧ ତାରିଖରେ ବିହାରରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏଥିପାଇଁ ରବିବାର ସନ୍ଧ୍ୟା ୫ଟାରେ ପ୍ରଚାର ବନ୍ଦ ହୋଇଯାଇଛି । ଏହି ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ଭୋଟଗ୍ରହଣ ହେବ।

bihar poll

bihar poll campaign ends Photograph: (ECI)

Bihar Elections 2025 : ବିହାରରେ ଆସନ୍ତା ୧୧ ତାରିଖରେ ବିହାରରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏଥିପାଇଁ ରବିବାର ସନ୍ଧ୍ୟା ୫ଟାରେ ପ୍ରଚାର ବନ୍ଦ ହୋଇଯାଇଛି । ଏହା ସହିତ ଭୋଟଗ୍ରହଣ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଯେକୌଣସି ପ୍ରକାରର ସମାବେଶ, ରାଲି କିମ୍ବା ରୋଡ୍ ସୋ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଯାଇଛି। ଏହି ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ଆସନ ପାଇଁ ଭୋଟଗ୍ରହଣ ହେବ।

ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୨୦ଟି ଜିଲ୍ଲା ମଧ୍ୟରେ ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ସୀତାମାଢ଼ୀ, ଶିବହାର, ମଧୁବନୀ, ସୁପୌଲ, ଆରାରିଆ, କିଶନଗଞ୍ଜ, ପୂର୍ଣ୍ଣିଆ, କଟିହାର, ଭାଗଲପୁର, ବାଙ୍କା, ଜାମୁଇ, ନୱାଡା, ଗୟା, ଔରଙ୍ଗାବାଦ, ଜେହାନାବାଦ, ଆରୱାଲ, କୈମୁର ଏବଂ ରୋହତାସ ଅନ୍ତର୍ଭୁକ୍ତ।

ଆହୁରି ପଢନ୍ତୁ : Pakistan : ସେନା ହେବ ସର୍ବେସର୍ବା, ହାତ ଟେକିଦେଲେ ଶାହବାଜ

ପ୍ରଥମ ପର୍ଯ୍ୟାୟରେ ହୋଇଥିଲା ରେକର୍ଡ ଭୋଟ

ନଭେମ୍ବର ୬ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨୧ଟି ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା । ଏହି ପର୍ଯ୍ୟାୟରେ ହୋଇଥିବା ଭୋଟଗ୍ରହଣ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା । ଏହି ପର୍ଯ୍ୟାୟରେ ୬୫ ପ୍ରତିଶତ ଭୋଟ ହୋଇଥିଲା । ରେକର୍ଡ ଭୋଟକୁ ନେଇ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଶାସକ ଦଳ ଏହାକୁ ନିଜ ସପକ୍ଷରେ ଦେଖୁଥିବାବେଳେ ବିରୋଧୀ ଏହାକୁ କ୍ଷମତାସୀନ ଦଳ ବିରୋଧରେ ଲୋକଙ୍କ ରୋଷ ହିସାବରେ ଦେଖୁଛି ।

ଆହୁରି ପଢନ୍ତୁ : Bangladesh : ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପଛରେ କ୍ଲିଣ୍ଟନ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe