Supreme Court
ନୂଆଦିଲ୍ଲୀ : ୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ( Social Media ) ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା (PIL)କୁ ସୁପ୍ରିମକୋର୍ଟ (Supreme Court) ଖାରଜ କରିଦେଇଛନ୍ତି। ସୋମବାର ଦିନ ଆବେଦନର ଶୁଣାଣି କରି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି ନିଷ୍ପତ୍ତି ନୀତିଗତ ମାମଲା, ଯାହା ସରକାରଙ୍କ ଅଧିକାର କ୍ଷେତ୍ର ମଧ୍ୟରେ, ନ୍ୟାୟପାଳିକାର ନୁହେଁ।
ଶୁଣାଣି ସମୟରେ, ମୁଖ୍ୟ ବିଚାରପତି (CJI) ବି.ଆର. ଗଭାଇ ଆବେଦନକାରୀଙ୍କୁ ପଚାରିଥିଲେ, "ନେପାଳରେ ଏପରି ପ୍ରତିବନ୍ଧକ ଲଗାଇବା ପାଇଁ ଚେଷ୍ଟା କରାଯିବା ସମୟରେ କ'ଣ ଘଟିଥିଲା ଜାଣିଛନ୍ତି କି?" କୋର୍ଟ ସେତେବେଳେ କହିଥିଲେ, "ଧନ୍ୟବାଦ, ଆମେ ଏହି ଆବେଦନର ଶୁଣାଣି କରୁନାହୁଁ।"
ଆହୁରି ପଢ଼ନ୍ତୁ: Smriti Mandhana Wedding: ଏହି ବଲିଉଡ ପରିବାରର ବୋହୂ ହେବେ କ୍ରିକେଟର ସ୍ମୃତି ମନ୍ଧାନା
ଆବେଦନକାରୀଙ୍କ ଦାବି କ'ଣ ଥିଲା?
ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ ଯେ କୋଭିଡ୍-୧୯ (COVID-19) ମହାମାରୀ ପରଠାରୁ ପିଲାମାନେ ମୋବାଇଲ୍ ଫୋନ୍ ଏବଂ ସୋସିଆଲ ମିଡିଆ ପ୍ରତି ଆଶକ୍ତ ହୋଇଯାଇଛନ୍ତି, ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ସେ ଏହା ମଧ୍ୟ ଯୁକ୍ତି ଦର୍ଶାଇଥିଲେ ଯେ ୟୁରୋପ, ଅଷ୍ଟ୍ରେଲିଆ, ଚୀନ୍ ଏବଂ ଆରବ ଦେଶଗୁଡ଼ିକରେ ପୂର୍ବରୁ ନାବାଳକମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଥିବା ବେଳେ, ଭାରତରେ ଏପରି କୌଣସି ନିୟମ ପ୍ରଣୟନ କରାଯାଇନାହିଁ।
ଆହୁରି ପଢନ୍ତୁ: APP Safety :ଆପଣଙ୍କ ମୋବାଇଲରେ ଆକ୍ଟିଭ ନାହିଁ ତ ଏହି ସେଟିଂ! ଥରେ ଚେକ କରିଦିଅନ୍ତୁ
Follow Us