US president Donald Trump
US-India : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପରେ ହଠାତ୍ ଭାରତ ସହ ସମ୍ପର୍କ କଥା ମନେ ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ପକ୍ଷରୁ ଏବେ ଭାରତ ସହ ସମ୍ପର୍କକୁ ମଝବୁତ କରିବା କଥା କୁହାଯାଉଛି ।
ଆଜି ଆମେରିକା ଏହାର ଜାତୀୟ ସୁରକ୍ଷା ରଣନୀତି ପ୍ରକାଶ କରିଛି। ଏଥିରେ ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଦକ୍ଷିଣ ଚୀନ ସାଗରରେ ଏକୁଟିଆ ଚୀନକୁ ମୁକାବିଲା କରିବା ପରିବର୍ତ୍ତେ ଭାରତ ଏବଂ ଜାପାନ ଭଳି ଦେଶର ସହଯୋଗରେ ଆଗକୁ ବଢିବାକୁ ଏଥିରେ ଆହ୍ବାନ କରାଯାଇଛି । ଭାରତ ମହାସାଗର ଅଂଚଳରେ ଯୁଦ୍ଧ ରୋକିବାକୁ ମଝବୁତ ଉପାୟ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ସେହିପରି ଚୀନକୁ ଏକ ଆର୍ଥିକ ଆହ୍ବାନ ଭାବେ ଦେଖୁଛି ଆମେରିକା ।
ଆହୁରି ପଢନ୍ତୁ : India-Russia Summit : ୨୦୩୦ ସୁଦ୍ଧା ଭାରତ-ରୁଷ ଦ୍ବିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ ଡଲାର ଟପିବ: ମୋଦୀ
ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରକାଶିତ ୩୩ ପୃଷ୍ଠା ବିଶିଷ୍ଟ ଜାତୀୟ ସୁରକ୍ଷା ରଣନୀତି ୟୁରୋପୀୟ ଦେଶଗୁଡ଼ିକୁ ଟାର୍ଗେଟ କରାଯାଇଛି । ଏଥିରେ କୁହାଯାଇଛି, "ୟୁରୋପୀୟ ଦେଶଗୁଡ଼ିକ ଗଣତନ୍ତ୍ରକୁ ନଷ୍ଟ କରୁଛନ୍ତି ଏବଂ ୟୁକ୍ରେନରେ ଶାନ୍ତିକୁ ବାଧା ଦେଉଛନ୍ତି। ୟୁକ୍ରେନ କର୍ତ୍ତୃପକ୍ଷ ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଆମେରିକାର ପ୍ରୟାସକୁ ବିଫଳ କରୁଛନ୍ତି।"
ଏହି ସୁରକ୍ଷା ଡକ୍ୟୁମେଣ୍ଟ ଅନୁଯାୟୀ, ୟୁରୋପୀୟ ଅର୍ଥନୀତିକୁ ସ୍ଥିର କରିବା, ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଏବଂ ରୁଷ ସହିତ ରଣନୈତିକ ସ୍ଥିରତା ଫେରାଇ ଆଣିବା ପାଇଁ, ଆମକୁ ଶତ୍ରୁତା ବନ୍ଦ କରିବାକୁ ପଡିବ।
ଆହୁରି ପଢନ୍ତୁ : Rahul Gandhi: ପୁଟିନଙ୍କ ଭାରତ ଗସ୍ତ ନେଇ ରାହୁଲଙ୍କ ଟିପ୍ପଣୀ ଆମକୁ ବିଦେଶୀ ଅତିଥିଙ୍କୁ ଭେଟିବାକୁ ଦିଆଯାଉନି
Follow Us