ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ଡିଆରଜି ଯବାନ, ଏସଟିଏଫ ଯବାନ ଏବଂ ସିଆରପିଏଫ ଯବାନଙ୍କ ବଡ ଅବଦାନ ରହିଛି। 

Advertisment

ଏହି ଖବର ପଢ଼ନ୍ତୁ: ଭୁବେନଶ୍ବର ପ୍ରଧାନ ହେବେ କଂସ

ଛତିଶଗଡ଼ ସରକାରଙ୍କ ପୂନର୍ବାସ ନୀତି ଏବଂ ନକ୍ସଲ ଦମନ ଅଭିଯାନ କଗାରକୁ ଡରି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବା ପାଇଁ ମନସ୍ଥ କରୁଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ଏକ ଲକ୍ଷ ପୁରସ୍କାର ଘୋଷିତ ଏସିଏମ ଅଧ୍ୟକ୍ଷ ମାଡବୀ ଭୀମା(୩୦), ମୁଚାକି କୋସା(୨୦) ଏବଂ ମାଡକମ ଦେବା(୩୯)। ଏହି ତିନି ନକ୍ସଲ ପୁଲିସ ଉପରେ ଆକ୍ରମଣ କରିବା, ବୋମା ଖଞ୍ଜିବା, ପୋଷ୍ଟର ମାରିବା, ଲୋକଙ୍କୁ ମାରଧର କରିବା ଭଳି ହିଂସାରେ ଜଡିତ ଥିବା ପୁଲିସ କହିଛି।

ଏମାନଙ୍କୁ ଆତ୍ମସମର୍ପଣ ପରେ ଆର୍ଥିକ ସହାୟତା ପ୍ରଦାନ ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ସଂଗଠନରେ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ସହିନପାରି ସଂଗଠନ ଛାଡିଥିବା କହିଛନ୍ତି। ପୁଲିସର ଘନ ଘନ ଚଢାଉରେ ମଧ୍ୟ ଏମାନେ ଭୟଭିତ ହୋଇଥିବା କହିଛନ୍ତି।

ଏହି ଖବର ପଢ଼ନ୍ତୁ: ମହିଳା ସମେତ ୩ ମାଓବାଦୀଙ୍କ ଆତ୍ମସମର୍ପଣ

ଆତ୍ମସମର୍ପଣ କରିଥିବା ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ସଂଗଠନରେ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ସହିନପାରି ସଂଗଠନ ଛାଡ଼ିଥିବା କହିଛନ୍ତି। 

ଏହି ଖବର ପଢ଼ନ୍ତୁ: ଖଡଗେଙ୍କ ବୟାନକୁ ଦେଇ ବିବାଦ

ଏହା ପୂର୍ବରୁ ଜଣେ ମହିଳା ନକ୍ସଲ ସମେତ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ପ୍ରଭାବିତ ହୋଇ ଆତ୍ମସମର୍ପଣ କରୁଛନ୍ତି। ଏଥିସହ ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ପୁଲିସ କ୍ୟାମ୍ପ ଖୋଲାଯିବାରୁ ମଧ୍ୟ ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗ୍ରହ ଦେଖାଉଛନ୍ତି। 

ଏହି ଖବର ପଢ଼ନ୍ତୁ: ଇ-କେୱାଇସି ଦେଇ ନାହାନ୍ତି ୧.୯୨ ଲକ୍ଷ