ୱାସିଂଟନ/ନୂଆଦିଲ୍ଲୀ: ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଏକ ବଡ଼ ‘ବାଣିଜ୍ୟ ଚୁକ୍ତି’ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ରେ କଥା ହେବା ପରେ ଟ୍ରମ୍ପ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଭାରତ-ଆମେରିକା ମଧ୍ୟରେ ହୋଇଥିବା ନୂଆ ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ କରିଥିବା ପାଲଟା ଶୁଳ୍କକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛି। ଏହାର ପ୍ରତିବଦଳରେ ଭାରତ ରୁଷ୍ଠାରୁ ତେଲ କିଣିବା ବନ୍ଦ କରିବାକୁ ସମ୍ମତି ପ୍ରକାଶ କରିଥିବା ଟ୍ରମ୍ପ ଦାବି କରିଛନ୍ତି। ଏହାସହ ଭାରତ ଆଗାମୀ ଦିନରେ ଆମେରିକାରୁ ୫୦୦ ବିଲିୟନ ଡଲାରର କୃଷିଜାତ ଦ୍ରବ୍ୟ, ଶକ୍ତି ସାମଗ୍ରୀ ଏବଂ ପ୍ରଯୁକ୍ତି କିଣିବାକୁ ପ୍ରତିଶ୍ରୁତି ଦେଇଛି।
Epstein Files: ଏପଷ୍ଟାଇନ ଫାଇଲରେ ଭାରତୀୟଙ୍କ ପ୍ରତି ନରୱେର ପୂର୍ବତନ କୂଟନୀତିଜ୍ଞଙ୍କ ଅପମାନଜନକ ମନ୍ତବ୍ୟ
ଏହି ଘୋଷଣା କରି ଟ୍ରମ୍ପ କହିଛନ୍ତି ଯେ, ଭାରତର ଏହି ନିଷ୍ପତ୍ତି ୟୁକ୍ରେନ ଯୁଦ୍ଧ ବନ୍ଦ କରିବାରେ ବଡ଼ ସହାୟକ ହେବ। ଭାରତ ଆମେରିକା ପାଇଁ ଏହାର ଶୁଳ୍କ ଓ ଅଣଶୁଳ୍କ ପ୍ରତିବନ୍ଧକକୁ ଶୂନ ପର୍ଯ୍ୟନ୍ତ ହ୍ରାସ କରିବ। ମୋଦୀଙ୍କ ସହ ସମ୍ପର୍କର ନିବିଡ଼ତା ଦର୍ଶାଇବା ପାଇଁ ଟ୍ରମ୍ପ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ‘ଇଣ୍ଡିଆ ଟୁଡେ’ପତ୍ରିକାର ଏକ କଭର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ମୋଦୀ ଓ ଟ୍ରମ୍ପଙ୍କୁ ‘ନ୍ୟୁଜମେକର୍ସ ଅଫ୍ ଦି ଇୟର’ ଭାବେ ଚିତ୍ରିତ କରାଯାଇଛି।
୧୦୮ କୁଣ୍ଡୀୟ ବୈଦିକ ବିଶ୍ୱ୍ୱଶାନ୍ତି ଦେବ ମହାଯଜ୍ଞରେ ପୂର୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ
ଆମେରିକାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ମୋଦୀ-ଟ୍ରମ୍ପ ଫୋନ୍ ଆଲୋଚନାକୁ ସ୍ୱୀକାର କରାଯାଇଛି। ତେବେ ଚୁକ୍ତିର ସମସ୍ତ ସର୍ତ୍ତାବଳୀ ଉପରେ ନୂଆଦିଲ୍ଲୀ କିମ୍ବା ୱାସିଂଟନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତି ଜାରି କରାଯାଇ ନାହିଁ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘୋଷଣା ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କ ଏକ ନୂତନ ଶିଖରରେ ପହଞ୍ଚିବ ବୋଲି ଆଶା କରାଯାଉଛି।
Follow Us