ଟ୍ରମ୍ପ୍ ସରକାର ବିଫଳ!: ଆମେରିକାର ଋଣ ୩୭ ଟ୍ରିଲିୟନ ଡଲାର ଟପିଲା

ବିଶ୍ୱର ସର୍ବବୃହତ ଅର୍ଥନୀତି ଥିବା ଦେଶ ଆମେରିକାର ଋଣ ନିରନ୍ତର ବୃଦ୍ଧି ପାଉଛି। ପ୍ରଥମ ଥର ପାଇଁ ଏହା ୩୭ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ସୁଧ ପରିଶୋଧରେ ପ୍ରତିଦିନ ୩ ବିଲିୟନ ଡଲାର ଖର୍ଚ୍ଚ ହେଉଛି, ସେହିପରିଋଣ ପ୍ରତିଦିନ ୨୨ ବିଲିୟନ ଡଲାର ବୃଦ୍ଧି ପାଉଛି...

Trump government has failed!: America's debt exceeds $37 trillion

Trump government has failed!: America's debt exceeds $37 trillion Photograph: (sambad.in)

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଅର୍ଥନୀତି ବିଷୟରେ ବଡ଼ ବଡ଼ ଦାବି କରୁଛନ୍ତି କିନ୍ତୁ ଦେଶର ବୃଦ୍ଧି ପାଉଥିବା ଋଣକୁ ରୋକିବାରେ ସେ ବିଫଳ ହୋଇଛନ୍ତି। ପ୍ରଥମ ଥର ପାଇଁ ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ କରିଛି।

୪ ଜୁଲାଇରେ ୱାନ୍ ବିୟୁଟିଫୁଲ୍ ବିଲ୍ ଆକ୍ଟ ଲାଗୁ ହେବା ପରଠାରୁ ଦେଶର ଋଣ ୭୮୦ ବିଲିୟନ ଡଲାର ବୃଦ୍ଧି ପାଇଛି। ଅର୍ଥାତ୍, ଏହା ପ୍ରତିଦିନ ୨୨ ବିଲିୟନ ଡଲାର ବୃଦ୍ଧି ପାଇଛି। ଆମେରିକାରେ ଋଣ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଉଛି।

ମହାମାରୀ ପରଠାରୁ ଆମେରିକାର ଋଣ ୧୪ ଟ୍ରିଲିୟନ ଡଲାର ବୃଦ୍ଧି ପାଇଛି । ପରିସ୍ଥିତି ଏପରି ହୋଇଛି ଯେ,ଆମେରିକାକୁ ସୁଧ ଦେବା ପାଇଁ ଦୈନିକ ୩ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡୁଛି। ଏଥିରୁ ସ୍ପଷ୍ଟ ଯେ,ଟ୍ରମ୍ପ୍ ଅର୍ଥନୀତି ବିଷୟରେ ଯାହା ଦାବି କରନ୍ତୁ ନା କାହିଁକି, ଦେଶର ଋଣ ପରିସ୍ଥିତି ନିରନ୍ତର ଭୟଙ୍କର ହେବାରେ ଲାଗିଛି।

ଯଦି ଏଥିରେ ଶୀଘ୍ର ଉନ୍ନତି ନହୁଏ, ତେବେ ସରକାରଙ୍କ ପାଖରେ ବାକି ବିକାଶ କାର୍ଯ୍ୟ ପାଇଁ ଟଙ୍କା ରହିବ ନାହିଁ ଏବଂ ସମସ୍ତ ଟଙ୍କା ଋଣ ପରିଶୋଧ କରିବାରେ ଖର୍ଚ୍ଚ ହେବ। ଗତ ସପ୍ତାହରେ, ସରକାର ୧୦ଟି ନିଲାମ ମାଧ୍ୟମରେ ୭୨୪ ବିଲିୟନ ଡଲାର ମୂଲ୍ୟର ବଣ୍ଡ ବିକ୍ରି କରିଥିବା କୁହାଯାଉଛି।
  

ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ଭାରତୀୟ ବିମାନ ପାଇଁ ଏୟାରସ୍ପେସ୍ ବନ୍ଦ: ୧୨୭ କୋଟି ଟଙ୍କାର କ୍ଷତି ସହିଲା ପାକିସ୍ତାନ

ଭାରତ ସମେତ ଅନେକ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଆମେରିକା ଅଧିକଶୁଳ୍କ ଲାଗୁ କରିଛି । ଭାରତ ଏବଂ ବ୍ରାଜିଲ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଟ୍ରମ୍ପ୍ ଦାବି କରିଛନ୍ତି ଯେ,ଅଧିକ ଶୁଳ୍କ ଲାଗୁ କରିବା ଦ୍ବାରାଏତେ ଟଙ୍କା ଆଣିବ ଯେ,ଆମେରିକା ପୁଣି ଧନୀ ହୋଇଯିବ। ଟ୍ରମ୍ପ୍ କହିଛନ୍ତି,ମୁଁ ଯାହା କରୁଛି ତାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଋଣ ପରିଶୋଧ କରିବା। କିନ୍ତୁ ମୁଁ ଭାବୁଛି  ଆମେ ଏତେ ଟଙ୍କା ନେଉଛୁ ଯାହା ଦ୍ୱାରା ଆମେ ଆମେରିକାର ଲୋକମାନଙ୍କୁ ଲାଭାଂଶ ମଧ୍ୟ ଦେଇପାରିବୁ।

ଅଧିକ ପଢ଼ନ୍ତୁ:ରୋହିତ ଏବଂ କୋହଲିଙ୍କ ବିନା ଏସିଆ କପ୍-୨୦୨୫

USA | donald-trump

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe