Donald Trump : ଏକ ଟିଭି ସୋ ପରି ମାଦୁରୋଙ୍କ ଗିରଫଦାରିର ସିଧା ପ୍ରସାରଣ ଦେଖୁଥିଲି : ଟ୍ରମ୍ପ

Advertisment

ଲାଟିନ ଆମେରିକୀୟ ଦେଶ ଭେନିଜୁଏଲା ଉପରେ ଆକ୍ରମଣ ଓ ତାହାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ ପ୍ରସଙ୍ଗରେ ଆଉ ଏକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ସେ ଏକ ଟିଭି ସୋ ପରି ସବୁକିଛି ଲାଇଭ୍ ଦେଖୁଥିଲେ । 

ଲାଟିନ ଆମେରିକୀୟ ଦେଶ ଭେନିଜୁଏଲା ଉପରେ ଆକ୍ରମଣ ଓ ତାହାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ ପ୍ରସଙ୍ଗରେ ଆଉ ଏକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ସେ ଏକ ଟିଭି ସୋ ପରି ସବୁକିଛି ଲାଇଭ୍ ଦେଖୁଥିଲେ । 

Trump

Trump

ନ୍ୟୁୟର୍କ : ଲାଟିନ ଆମେରିକୀୟ ଦେଶ ଭେନିଜୁଏଲା ଉପରେ ଆକ୍ରମଣ ଓ ତାହାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ ପ୍ରସଙ୍ଗରେ ଆଉ ଏକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ସେ ଏକ ଟିଭି ସୋ ପରି ସବୁକିଛି ଲାଇଭ୍ ଦେଖୁଥିଲେ । 

ଟ୍ରମ୍ପ କହିଛନ୍ତି, “ଭେନେଜୁଏଲାର ମାଦୁରୋଙ୍କୁ ନ୍ୟୁୟର୍କ ଅଣାଯିବ। ଭେନେଜୁଏଲା ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏହାର ସଙ୍କେତ ଯେ ଆମେ କାହାର ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ। ଆମେ ଚାରି ଦିନ ଧରି ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିଥିଲୁ। ମାଦୁରୋ ଧରାପଡ଼ିବାର ସିଧା ପ୍ରସାରଣ ଦେଖିଛି, ତାହା ଏକ ଟିଭି ସୋ ପରି ଥିଲା ।“

ଆହୁରି ପଢନ୍ତୁ : BJP TMC Clash: ଅଭିଷେକଙ୍କ ମାନସିକ ଅବସ୍ଥା ଭଲ ନାହିଁ, ସେ ଚପଲ ଛାଡି ପଳାଉଛନ୍ତି, ବିଜେପିର ଟାର୍ଗେଟ

ଅନ୍ୟପକ୍ଷରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ମାଦୁରୋଙ୍କୁ ଅନେକ ବିକଳ୍ପ ଦେଇଥିଲେ, ଯେପରିକି ନିଶା କାରବାର ବନ୍ଦ କରିବା, ଚୋରି ହୋଇଥିବା ତେଲ ଫେରସ୍ତ ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ ମାନିନଥିଲେ । 

ଆକ୍ରମଣକୁ ବ୍ରାଜିଲର ନିନ୍ଦା

ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭା କହିଛନ୍ତି, "ଭେନେଜୁଏଲା ଉପରେ ବୋମା ମାଡ଼ ଏବଂ ଏହାର ରାଷ୍ଟ୍ରପତିଙ୍କୁ ଗିରଫ କରିବା ଭେନେଜୁଏଲାର ସାର୍ବଭୌମତ୍ୱ ଉପରେ ସବୁଠାରୁ ଗମ୍ଭୀର ଆକ୍ରମଣ। ଏହା କରି, ସମଗ୍ର ଅନ୍ତର୍ଜାତୀୟ ସମ୍ପ୍ରଦାୟ ପାଇଁ ଆଉ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଉଦାହରଣ ସ୍ଥାପନ କରାଯାଇଛି। ଏହି କାର୍ଯ୍ୟ ଲାଟିନ୍ ଆମେରିକା ଏବଂ କାରିବିଆନର ରାଜନୀତିରେ ହସ୍ତକ୍ଷେପର ସବୁଠାରୁ ଖରାପ ମୁହୂର୍ତ୍ତକୁ ମନେ ପକାଇ ଦେଉଛି।"

ଆହୁରି ପଢନ୍ତୁ : TMC MP Joins Congress: ନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା,ଘନିଷ୍ଠ ସହଯୋଗୀ କଂଗ୍ରେସରେ,ମୁସଲିମ ବହୁଳ ଅଞ୍ଚଳରେ ସମୀକରଣ ବଦଳିବା ସମ୍ଭାବନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe