ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା: ସୁନା ଉପରେ କୌଣସି ଶୁଳ୍କ ରହିବ ନାହିଁ

ଟ୍ରମ୍ପ୍‌ଙ୍କ ଶୁଳ୍କ ନିଷ୍ପତ୍ତିକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ଏବେ ସେ ସୁନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଗତ ସପ୍ତାହରେ , ଆମେରିକୀୟ କଷ୍ଟମ୍ ଅଧିକାରୀମାନେ ମଧ୍ୟ ଏକ ଚିଠି ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ, ସୁନା ବାର ଶୁଳ୍କ ପରିସର ମଧ୍ୟରେ ରହିବା ଉଚିତ୍...

Trump's big announcement: There will be no tariffs on gold

Trump's big announcement: There will be no tariffs on gold Photograph: (sambad.in)

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଘୋଷଣା କରିଛନ୍ତି। ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ କହିଛନ୍ତି ଯେ, ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। ପୂର୍ବରୁ, କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ, ସୁନା ଉପରେ ଭାରୀ ଟିକସ ଲାଗୁ କରାଯାଇପାରିବ। କିନ୍ତୁ ଟ୍ରମ୍ପ୍ ଏ ବିଷୟରେ ସ୍ଥିତି ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ୍ ଏହି ଘୋଷଣା ଏପରି ସମୟରେ କରିଛନ୍ତି ଯେତେବେଳେ  ଭାରତ ଏବଂ ରୁଷିଆ ସହିତ ତାଙ୍କର  ଉତ୍ତେଜନା ଲାଗି ରହିଛି। ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।

ଟ୍ରମ୍ପ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ସୁନା ଉପରେ ଶୁଳ୍କ ଲାଗୁ ନକରିବା ବିଷୟରେ ସୂଚନା ଦେଇଛନ୍ତି।  ସୁନାକୁ ନେଇ ବଜାରରେ ଏକ ଗୁଜବ ଥିଲା ଯେ, ଏହା ଉପରେ ଏକ ଭାରୀ ଶୁଳ୍କ ଲାଗୁ କରାଯିବ, ଯାହା ପରେ ସୁନାର ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଥିଲା, କିନ୍ତୁ ଏବେ ଟ୍ରମ୍ପ୍ ଏକ ଆଶ୍ୱସ୍ତି ଖବର ଦେଇଛନ୍ତି ।

ଗତ ସପ୍ତାହରେ , ଆମେରିକୀୟ କଷ୍ଟମ୍ ଅଧିକାରୀମାନେ ମଧ୍ୟ ଏକ ଚିଠି ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ, ଦୁଇଟି ମାନକ ଓଜନ (ଏକ କିଲୋଗ୍ରାମ ଏବଂ ୧୦୦ ଆଉନ୍ସ) ସୁନା ବାର ଗୁଡ଼ିକୁ ଶୁଳ୍କ ପରିସର ମଧ୍ୟରେ ରଖାଯିବା ଉଚିତ୍। ଏହି ଚିଠି ପରେ, ସୁନା ବ୍ୟବସାୟୀ ଏବଂ ନିବେଶକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା ଯେ, ଏହା ଅନ୍ତର୍ଜାତୀୟ ସୁନା ବଜାରକୁ ପ୍ରଭାବିତ କରିବ। 

ଅଧିକ ପଢ଼ନ୍ତୁ: କୁକୁରଙ୍କୁ ବାହାର କରିବା ଅମାନବୀୟ ଏବଂ ନିଷ୍ଠୁରତା: ସୁପ୍ରିମକୋର୍ଟଙ୍କ ରାୟ ଉପରେ ‘ପେଟା’ର ମନ୍ତବ୍ୟ

ଟ୍ରମ୍ପ୍‌ଙ୍କ ଏହି ସ୍ପଷ୍ଟ ମନ୍ତବ୍ୟ ପରେ ଏବେ ସ୍ଥିତି ସ୍ପଷ୍ଟ ହୋଇଛି ଏବଂ ସୁନା ବାଣିଜ୍ୟ ସହିତ ଜଡିତ ବ୍ୟବସାୟୀମାନେ ଆଶ୍ୱସ୍ତି ପାଇଛନ୍ତି। ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଏହି ପଦକ୍ଷେପ ସୁନା ମୂଲ୍ୟ ଏବଂ ଏହାର ବିଶ୍ୱ ବାଣିଜ୍ୟରେ ସ୍ଥିରତା ବଜାୟ ରଖିବ।


ଟ୍ରମ୍ପ୍ ଭାରତ ଉପରେ ଅସନ୍ତୁଷ୍ଟ ହୋଇ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଭାରତ ରୁଷିଆଠାରୁ ତେଲ କିଣିବା ଉପରେ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇଛନ୍ତି। ସେ କହିଛନ୍ତି ଯେ, ରୁଷିଆ ଯୁଦ୍ଧକୁ ପ୍ରୋତ୍ସାହିତ କରିବା ପାଇଁ କାମ କରୁଛି। ଟ୍ରମ୍ପ୍ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ କ୍ଷୁବ୍ଧ। ଏହି କାରଣରୁ, ପ୍ରଥମେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା। ଏବେ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଅଧିକ ପଢ଼ନ୍ତୁ: ନେତାନ୍ୟାହୁଙ୍କ ସେନା ୨୬୨ ବିରଳ କୁମ୍ଭୀରଙ୍କୁ ହତ୍ୟା କଲେ

 USA | India | donald-trump | tariffs-on-gold 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe