Trump's rejection: ଗ୍ରିନଲାଣ୍ଡ ପ୍ରସଙ୍ଗରେ ମାକ୍ରନଙ୍କ ପ୍ରସ୍ତାବିତ ଜି ୭ ବୈଠକକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ

Advertisment

ଗ୍ରିନଲାଣ୍ଡ ଦଖଲ ପାଇଁ ଆମେରିକା ଦାବିକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏନେଇ ଏକ ଜରୁରୀ ଜି-୭ ବୈଠକ ପାଇଁ ଆହ୍ବାନ କରିଛନ୍ତି। ତେବେ ମାକ୍ରନଙ୍କର ଏହି ପ୍ରସ୍ତାବିତ ବୈଠକକୁ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି।

ଗ୍ରିନଲାଣ୍ଡ ଦଖଲ ପାଇଁ ଆମେରିକା ଦାବିକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏନେଇ ଏକ ଜରୁରୀ ଜି-୭ ବୈଠକ ପାଇଁ ଆହ୍ବାନ କରିଛନ୍ତି। ତେବେ ମାକ୍ରନଙ୍କର ଏହି ପ୍ରସ୍ତାବିତ ବୈଠକକୁ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି।

TRUMP

ୱାସିଂଟନ: ଗ୍ରିନଲାଣ୍ଡ ଦଖଲ ପାଇଁ ଆମେରିକା ଦାବିକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏନେଇ ଏକ ଜରୁରୀ ଜି-୭ ବୈଠକ ପାଇଁ ଆହ୍ବାନ କରିଛନ୍ତି। ତେବେ ମାକ୍ରନଙ୍କର ଏହି ପ୍ରସ୍ତାବିତ ବୈଠକକୁ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପ ତାଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗଣମଧ୍ୟମକୁ କହିଛନ୍ତି, ସେ ମାକ୍ରନଙ୍କ ପ୍ରସ୍ତାବିତ ବୈଠକରେ ଯୋଗ ଦେବେନାହିଁ। ଟ୍ରମ୍ପ କହିଛନ୍ତି, ମାକ୍ରନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଇମାନୁଏଲ ମାକ୍ରନ ଆଉ ବେଶୀଦିନ ସେଠାରେ ରହିବେନି ବୋଲି ଟ୍ରମ୍ପ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ମାକ୍ରନଙ୍କର ଏକ ବାର୍ତ୍ତାର ସ୍କ୍ରିନସଟ୍‌ ଟ୍ରୁଥ୍‌ ସୋସିଆଲରେ ପୋଷ୍ଟ୍‌ କରିବାପରେ ଏହା କହିଛନ୍ତି। ମାକ୍ରନ ଟ୍ରମ୍ପଙ୍କୁ ଦେଇଥିବା ବାର୍ତ୍ତାରେ ଲେଖିଛନ୍ତି, ‘ମୋର ବନ୍ଧୁ, ଆମେ ସିରିଆ ଉପରେ ସମ୍ପୂର୍ଣ୍ଣ ଏକମତ। ଆମେ ଇରାନ ଉପରେ ମହାନ କାମ କରିପାରିବା। କିନ୍ତୁ ତୁମେ ଗ୍ରିନଲାଣ୍ଡ ଉପରେ କ’ଣ କରୁଛ ମୁଁ ବୁଝିପାରୁନାହିଁ। ଆସନ୍ତୁ ଆମେ ମହାନ କାମ କରିବାକୁ ଚେଷ୍ଟା କରିବା। ଗୁରୁବାର ଅପରାହ୍ନରେ ପ୍ୟାରିସରେ ଡାଭୋସ ପରେ ଏକ ଜି୭ ବୈଠକ ଆୟୋଜନ କରିପାରିବି। ମୁଁ ୟୁକ୍ରେନୀୟ, ଡେନମାର୍କ, ସିରିଆ ଏବଂ ଋଷୀୟମାନଙ୍କୁ ନିମନ୍ତ୍ରଣ କରିପାରିବି। ତୁମେ ଆମେରିକା ଫେରିବା ପୂର୍ବରୁ ଗୁରୁବାର ଦିନ ପ୍ୟାରିସରେ ଏକାଠି ରାତ୍ରୀଭୋଜନ କରିବା ବୋଲି ମାକ୍ରନ କହୖିଥିଲେ। କିନ୍ତୁ ଏହି ବୈଠକକୁ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି। ଅନ୍ୟପକ୍ଷେ ଗ୍ରିନଲାଣ୍ଡ ଅଧିଗ୍ରହଣ ପାଇଁ ଟ୍ରମ୍ପ କେତେ ଦୂର ଯିବାକୁ ଇଚ୍ଛୁକ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘ଆପଣ ଜାଣିପାରିବେ’।

ଆହୁରି ପଢ଼ନ୍ତୁ: ଭାରତରେ ଖୁବଶୀଘ୍ର ମିଳିବ ଆପଲ ପେମେଣ୍ଟ ସେବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe