ପାକିସ୍ତାନ ଉପରେ ଦୁଇପଟୁ ଆକ୍ରମଣ:ବାଲୁଚଙ୍କ ଭୟରେ ଚେକ୍ ପୋଷ୍ଟ ଛାଡି ପଳାଇଲେ ପାକିସ୍ତାନୀ ସେନା

ବେଲୁଚିସ୍ତାନରେ ବିଏଲଏ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଛନ୍ତି। କ୍ୱେଟା ସମେତ ଅନେକ ଅଞ୍ଚଳରେ ବିସ୍ଫୋରଣ ହୋଇଥିବାର ରିପୋର୍ଟ ରହିଛି। ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ଅନେକ ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ ଦାବି କରି ପାକିସ୍ତାନୀ ପତାକା ହଟାଇ ନିଜସ୍ୱ ପତାକା ଉତ୍ତୋଳନ ଭିଡିଓ ଭାଇରାଲ ହେଉଛି...

Two-pronged attack on Pakistan: Pakistani army flees check post in fear of Baloch

Two-pronged attack on Pakistan: Pakistani army flees check post in fear of Baloch Photograph: (Sambad.in)

ଇସଲାମାବାଦ: ଭାରତ ସହିତ ପୂର୍ବ ସୀମାରେ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଏବେ ପଶ୍ଚିମ ମୋର୍ଚ୍ଚାରେ ମଧ୍ୟ ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି। ପାକିସ୍ତାନ ଉପରେ ଦୁଇପଟୁ ଆକ୍ରମଣ ଜାରି ରହିଛି। ବେଲୁଚିସ୍ତାନରେ ସ୍ୱାଧୀନତା ଦାବି କରୁଥିବା ବେଲୁଚ୍ ବିଦ୍ରୋହୀମାନେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆକ୍ରମଣକୁ ତୀବ୍ର କରିଛନ୍ତି।

ବେଲୁଚିସ୍ତାନର ପାଞ୍ଚଟି ସ୍ଥାନରେ ବିଏଲଏ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲେ। ବିଏଲଏ ଦ୍ୱାରା ଆକ୍ରମଣ କରାଯାଇଥିବା ପାକ୍ ସେନା ଘାଟିଗୁଡ଼ିକରେ କ୍ୱେଟା, ଉଥହାଲ, ସୋହବତପୁର, ପଞ୍ଜଗୁରର ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ,  ତିନୋଟି ପ୍ରମୁଖ ସଶସ୍ତ୍ର ବାଲୁଚ୍ ଗୋଷ୍ଠୀ ପ୍ରଦେଶର ଅନେକ ଅଂଶ ଉପରେ ନିୟନ୍ତ୍ରଣ ଦାବି କରିଛନ୍ତି। ପାକିସ୍ତାନ ଉପରେ ଦୋହରା ମାଡ଼ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଗୁରୁବାର ଏବଂ ଶୁକ୍ରବାର ଦିନ ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟରେ ଅନେକ ବିସ୍ଫୋରଣ ଏବଂ ଗୁଳିଚାଳନା ଘଟଣା ଘଟିଥିବା ରିପୋର୍ଟ କରାଯାଇଛି। ସୋସିଆଲ ମିଡିଆରେ ସେୟାର ହେଉଥିବା ଫଟୋ ଏବଂ ଭିଡିଓଗୁଡ଼ିକରେ ଦେଖିବାକୁ ମିଳୁଛି, ସେସବୁ ଅଞ୍ଚଳରେ ପାକିସ୍ତାନର ଜାତୀୟ ପତାକାକୁ ହଟାଇ ଦିଆଯାଇଛି ଏବଂ ଅନେକ ସ୍ଥାନରେ ବାଲୁଚ୍ ପତାକା ଲଗାଯାଇଛି।

ଶୁକ୍ରବାର ଦିନ, କ୍ୱେଟାର ଫୈଜାବାଦ ଅଞ୍ଚଳରେ ବେଲୁଚ୍ ବିଦ୍ରୋହୀମାନେ ପାକିସ୍ତାନୀ ସେନାର ଏକ ଅଭିଯାନ ଦଳକୁ ଟାର୍ଗେଟ କରିଥିଲେ। ସିବିରେ ଏକ ସେନା ଶିବିର ଉପରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା। ଗୁରୁବାର କ୍ୱେଟାର ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀ ଦ୍ୱାରା ଆକ୍ରମଣ କରାଯାଇଥିଲା।

ବେଲୁଚିସ୍ତାନର ସ୍ଥାନୀୟ ଗଣମାଧ୍ୟମ ସୂତ୍ର 'ରେଡିଓ ଜ୍ରୁମ୍ବେଶ ଇଂରାଜୀ' ଅନୁଯାୟୀ, ବାଲୁଚ୍ ଲିବରେସନ୍ ଆର୍ମି କେଚ୍, ମାସ୍ତୁଙ୍ଗ ଏବଂ କାଚିରେ ପାକିସ୍ତାନୀ ସେନା ଏବଂ ସେମାନଙ୍କର ସହଯୋଗୀମାନଙ୍କୁ ଟାର୍ଗେଟ କରି  ଛଅଟି ସଂଗଠିତ ଆକ୍ରମଣ କରିଥିଲା।

ବାଲୁଚ୍ ଲେଖକ ମୀର ୟାର ବାଲୁଚ୍ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବାଲୁଚ୍ ଲୋକମାନେ ଏବେ ନିଜର ପତାକା ଉତ୍ତୋଳନ କରୁଛନ୍ତି ଏବଂ ପାକିସ୍ତାନୀ ପତାକା ତଳକୁ କାଢି ଦେଉଛନ୍ତି। ବିଶ୍ୱ ପାଇଁ ପାକିସ୍ତାନରୁ ସେମାନଙ୍କର କୂଟନୈତିକ ମିସନକୁ ପ୍ରତ୍ୟାହାର କରି ସ୍ୱାଧୀନ ବେଲୁଚିସ୍ତାନକୁ ସ୍ଥାନାନ୍ତର କରିବାର ସମୟ ଆସିଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଅବ୍ବାସୀଙ୍କ ମନ୍ତବ୍ୟ ପରେ ଏହି ଆକ୍ରମଣ ଆରମ୍ଭ ହୋଇଛି। ସେ କହିଥିଲେ ଯେ, ପାକିସ୍ତାନ ସରକାର ଏବଂ ସେନା ବେଲୁଚିସ୍ତାନ ଉପରୁ ନିୟନ୍ତ୍ରଣ ହରାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ବରିଷ୍ଠ ସରକାରୀ ଅଧିକାରୀମାନେ ସୁରକ୍ଷା ବାହିନୀ ବିନା ଏବେ ବେଲୁଚିସ୍ତାନରେ ଯାତ୍ରା କରିପାରିବେ ନାହିଁ।


ଗୁରୁବାର ଦିନ, କେଚ୍ ଜିଲ୍ଲାର ଦଶତୁକ ଅଞ୍ଚଳରେ ବିଏଲଏ ବିଦ୍ରୋହୀମାନେ ରିମୋଟ୍-କଣ୍ଟ୍ରୋଲ୍ ଆଇଡି ସାହାଯ୍ୟରେ ପାକିସ୍ତାନ ସେନାର ଏକ ବୋମା ନିଷ୍କ୍ରିୟ ଦଳକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିଲା। ବାଲୁଚଙ୍କ ଭୟରେ ପାକିସ୍ତାନୀ ସେନା ଚେକ୍ ପୋଷ୍ଟ ଛାଡି ପଳାଇବା ଘଟଣା ମଧ୍ୟ ଘଟିଛି। 

ଅଧିକ ପଢ଼ନ୍ତୁ: ମେ’ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ୩୨ଟି ବିମାନବନ୍ଦର

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ପାକିସ୍ତାନ ଭାରତର ଅପରେସନ ସିନ୍ଦୂରର ଜବାବ ଦେବାକୁ ବ୍ୟସ୍ତ। ଏହି ଅପରେସନରେ, ଭାରତ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ କରିଥିଲା। ସେବେଠାରୁ, ପାକିସ୍ତାନ ଦ୍ୱାରା ଡ୍ରୋନ୍ ଏବଂ ରକେଟ ଆକ୍ରମଣର ଅନେକ ବିଫଳ ପ୍ରୟାସ କରାଯାଇଛି।

ଅଧିକ ପଢ଼ନ୍ତୁ: ମାଡୁଆ ପାକିସ୍ତାନକୁ କଡ଼ା ଜବାବ: ପ୍ରତ୍ୟେକ ଦୁଃସାହସିକ କାର୍ଯ୍ୟ ପଣ୍ଡ କଲେ ଭାରତୀୟ ସେନା, ଭିଡିଓ ଜାରି

OperationSindoor | baloch-rebels | pakistan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe