Donald Trump jr: ବିବାହ ଉତ୍ସବରେ ସାମିଲ ହେବାକୁ ଆସି ତାଜମହଲ ବୁଲିଲେ ଜୁନିୟର ଟ୍ରମ୍ପ

ଆମେରିକାର ବ୍ୟବସାୟୀଙ୍କ ଝିଅ ବିବାହ ଉତ୍ସବରେ ସାମିଲ ହେବାପାଇଁ ଆମେରିକାରୁ ଭାରତକୁ ଛୁଟି ଆସିଛନ୍ତି ଜୁନିୟର ଟ୍ରମ୍ପ। ତାଜମହଲ। ପରିଦର୍ଶନ କରି ଉଠାଇଛନ୍ତି ଅନେକ ଫଟୋ।

Untitled-6

donald-trump-jr-india Photograph: (@sambad.in)

ନୂଆଦିଲ୍ଲୀ: ଆମେରିକାର ବ୍ୟବସାୟୀ ରାମା ରାଜୁ ମଣ୍ଟେନାଙ୍କ ଝିଅ ନେତ୍ରା ମଣ୍ଟେନାଙ୍କ ବିବାହ ଉଦୟପୁରରେ ଧୁମଧାମରେ ଆୟୋଜନ କରାଯିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ସାରିଛି। ଆଜି ଠାରୁ ଅର୍ଥାତ ନଭେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ନେତ୍ରାଙ୍କ ବିବାହ କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ଦେଶ ବିଦେଶରୁ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ବିବାହରେ ଅନେକ ବଲିଉଡ, ହଲିଉଡ କଳାକାରଙ୍କ ସମେତ ବ୍ୟବସାୟୀ, ନେତା ଓ କ୍ରିକେଟରମାନେ ବି ସାମିଲ ହେବେ। 

Blast in Pakistan: ପାକିସ୍ତାନରେ ପୁଣି ବିସ୍ଫୋରଣ: କାରଖାନାରେ ଗ୍ୟାସ୍ ଲିକ୍ ପରେ ବଡ଼ଧରଣର ଅଘଟଣ, ୧୫ ଜଣଙ୍କ ମୃତ୍ୟୁ…

ଆମେରିକା ବ୍ୟବସାୟୀଙ୍କ ଝିଅ ବାହାଘର

ରାମା ରାଜୁ ମଣ୍ଟେନାଙ୍କ ଝିଅ ନେତ୍ରା ମଣ୍ଟେନାଙ୍କ ବିବାହରେ ସାମିଲ ହେବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ବି ଭାରତରେ ଆସି ପହଞ୍ଚି ଯାଇଛନ୍ତି। ମଣ୍ଟେନା ପରିବାର ସହିତ ଟ୍ରମ୍ପଙ୍କ ଭଲ ବନ୍ଧୁତା ଥିବା ଜଣାପଡ଼ିଛି। ଏହି ବନ୍ଧୁତା ଦୃଷ୍ଟିରେ ରଖି ଜୁନିୟର ଟ୍ରମ୍ପ ନେତ୍ରାଙ୍କ ବିବାହରେ ସାମିଲ ହେବା ପାଇଁ ଆମେରିକାରୁ ଭାରତକୁ ଛୁଟି ଆସିଛନ୍ତି।

ଅଧିକପଢ଼ନ୍ତୁ:ଆତଙ୍କୀ ଡାକ୍ତର ଉମର: ମହିଳା ରୋଗୀଙ୍କୁ ଟାର୍ଗେଟ୍ କରୁଥିଲା... ନମାଜ ଅଭ୍ୟାସ କଥା ପଚାରୁଥିଲା, ହିଜାବ ପିନ୍ଧି ନଥିଲେ ଗାଳି କରୁଥିଲା

ଭାରତଗସ୍ତରେ ଜୁନିୟର ଟ୍ରମ୍ପ

ଭାରତଗସ୍ତ ସମୟରେ ନଭେମ୍ବର ୨୦ ତାରିଖରେ ଜୁନିୟର ଟ୍ରମ୍ପ ତାଜମହଲ ପରିଦର୍ଶନ କରିଥିଲେ। ତାଜମହଲର ସୌନ୍ଦର୍ଯ୍ୟ ଦେଖି ଜୁନିୟର ଟ୍ରମ୍ପ ମନ୍ତ୍ରମୁଗ୍ଧ ହୋଇ ଅନେକ ଫଟୋ ଉଠାଇଥିଲେ। ଆଉ କହିଥିଲେ, ’ଭାରତଗସ୍ତ ସମୟରେ ମୁଁ ଅନେକ ନିଆରା ଅନୁଭୂତି ସାଉଁଟୁଛି। ନମସ୍ତେ ଭାରତ।’
ଭାରତରେ ପହଞ୍ଚିବା ପରେ ଜୁନିୟର ଟ୍ରମ୍ପଙ୍କୁ ଅମ୍ବାନି ପରିବାର ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଏହି ନିମନ୍ତ୍ରଣ ରକ୍ଷା କରି ସେ ଗୁଜୁରାଟର ଜାମନଗରସ୍ଥିତ ବନ୍ତାରାରେ ପହଞ୍ଚିଥିଲେ। ଆଜି ସେ ଉଦୟପୁରରେ ପହଞ୍ଚି ଯାଇଛନ୍ତି।

ଉଦୟପୁରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନେତ୍ରାଙ୍କ ବିବାହ ବାମସି ଗଡ଼ିରାଜୁଙ୍କ ସହିତ ସ୍ଥିତ ହୋଇଛି। ଗଡ଼ିରାଜୁଙ୍କ ଫୁଡ଼ ଟେକ ଓ ରେସ୍ତୋରାଁ ବ୍ୟବସାୟ ରହିଥିବା ବେଳେ ନେତ୍ରା ଇଞ୍ଜିନିୟସ୍ ଫାର୍ମାସ୍ୟୁଟିକାଲ୍ ସିଇଓ ରହିଛନ୍ତି। ନେତ୍ରାଙ୍କ ବିବାହ କାର୍ଯ୍ୟକ୍ରମ ଉଦୟପୁରରେ ନଭେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଚାଲିବ। ଏ ବିବାହ କାର୍ଯ୍ୟକ୍ରମ ପାଇଁ ଉଦୟପୁରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଲିଲା ପ୍ୟାଲେସରେ ଜୁନିଅର ଟ୍ରମ୍ପଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆମେରିକାର ସିକ୍ରେଟ ସର୍ଭିସ ଓ ଅନ୍ୟ ଏଜେନ୍ସିର ଟିମ ପୂର୍ବରୁ ପ୍ୟାଲେସରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। 

ଅଧିକପଢ଼ନ୍ତୁ:ହ୍ୟୁମାନ୍‌ ସାଗରଙ୍କ ଦୁଇ ମ୍ୟାନେଜରଙ୍କ ନାଆଁରେ ଥାନାରେ ଏତଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe