BMC elections: ବିଏମ୍‌ସି ନିର୍ବାଚନ ପାଇଁ ହାତ ମିଳାଇଲେ ଉଦ୍ଧବ-ରାଜ୍‌

Advertisment

ବିଏମ୍‌ସି ନିର୍ବାଚନ ପାଇଁ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ ୨୦ ବର୍ଷ ପରେ ଏକାଠି ହୋଇଛନ୍ତି। ଆସନ୍ତା ଜାନୁଆରି ୧୫ରେ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍‌ସି) ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ....

ବିଏମ୍‌ସି ନିର୍ବାଚନ ପାଇଁ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ ୨୦ ବର୍ଷ ପରେ ଏକାଠି ହୋଇଛନ୍ତି। ଆସନ୍ତା ଜାନୁଆରି ୧୫ରେ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍‌ସି) ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ....

fshsffhxbbv

ମୁମ୍ବାଇ: ବିଏମ୍‌ସି ନିର୍ବାଚନ ପାଇଁ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ ୨୦ ବର୍ଷ ପରେ ଏକାଠି ହୋଇଛନ୍ତି। ଆସନ୍ତା ଜାନୁଆରି ୧୫ରେ ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍‌ସି) ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇ ଭାଇ ବିଧିବଦ୍ଧ ଭାବେ ମେଣ୍ଟ କରିବାକୁ ଘୋଷଣା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ନେତା ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି। ଉଦ୍ଧବ କହିଛନ୍ତି, ଦୁଇ ଦଳ ସବୁଦିନ ପାଇଁ ଏକାଠି ରହିବା ଉଦ୍ଦେଶ୍ୟରେ ଏହି ମେଣ୍ଟ କରିଛନ୍ତି। ଶିବସେନା (ୟୁବିଟି) ନେତା ଆନନ୍ଦ ଦୁବେ କହିଛନ୍ତି, ଆଜିର ଦିନ ଏକ ଐତିହାସିକ ଦିନ। ମୁମ୍ବାଇର ସୁରକ୍ଷା ପାଇଁ ଦୁଇ ଠାକ୍‌ରେ ଭ୍ରାତା ଗୋଟିଏ ମଞ୍ଚରେ ଏକାଠି  ହୋଇଛନ୍ତି।

AMU Teacher Killed: ରାତିରେ ଚାଲିବାକୁ ଯାଇଥିବା ବେଳେ ଅଲିଗଡ଼ ମୁସଲିମ୍ ବିଶ୍ବବିଦ୍ୟାଳୟର ଶିକ୍ଷକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

କିଏ କେତେ ଆସନରେ ଲଢ଼ିବେ ରାଜ୍‌ ଠାକ୍‌ରେ କହିନଥିଲେ ମଧ୍ୟ ମୁମ୍ବାଇର ପରବର୍ତ୍ତୀ ମେୟର ସେମାନଙ୍କ ମେଣ୍ଟର ଜଣେ ମରାଠି ଲୋକ ନିଶ୍ଚିତ ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଅନ୍ୟ ପକ୍ଷରେ ଉଦ୍ଧବ କହିଛନ୍ତି,  କେବଳ ଠାକ୍‌ରେ ପରିବାର ମହାରାଷ୍ଟ୍ରର ନେତୃତ୍ୱ ନେଇପାରିବ। ରାଜ୍ୟର ଅନ୍ୟ ନାଗରିକ ସଙ୍ଗଠନ ସହିତ ମେଣ୍ଟ ପାଇଁ କଥାବାର୍ତ୍ତା ଚାଲିଛି ବୋଲି ଉଦ୍ଧବ କହିଥିଲେ। ବିଜେପି ଶାସନରେ ଅସନ୍ତୁଷ୍ଟ ଥିବା ନେତାମାନେ ଚାହିଲେ ସେମାନଙ୍କ ମେଣ୍ଟରେ ଯୋଗ ଦେଇପାରି‌ବେ। ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ବୁଧବାର କହିଛନ୍ତି, ଏହି ମେଣ୍ଟ ଅତିରଞ୍ଜିତ ଓ ଅବାସ୍ତବ।  ଉଭୟ ଦଳ ସେମାନଙ୍କ ରାଜନୈତିକ ଅସ୍ତିତ୍ବ ଓ ଜନସାଧାରଣଙ୍କ ବିଶ୍ବାସ ହରାଇ ସାରିଛନ୍ତି। ସୂତ୍ର ଅନୁଯାୟୀ, ବିଏମ୍‌ସି ନିର୍ବାଚନରେ ଉଦ୍ଧବଙ୍କ ଦଳ ୧୪୫-୧୫୦ ଆସନ, ରାଜ୍‌ଙ୍କ ଦଳ ୬୫-୭୦ ଆସନରେ ଲଢ଼ି ପାରନ୍ତି।

Bangladesh: ୧୭ବର୍ଷ ପରେ ବାଂଲାଦେଶ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ତାରିକ୍, ଭାଙ୍ଗିପାରେ ୟୁନୁସ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe