ମସ୍କୋ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ବନ୍ଦ ପାଇଁ ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ବୋଲଡିମିର ଜେଲେନ୍ସ୍କିଙ୍କ ମଧ୍ୟରେ ଫ୍ଲୋରିଡାରେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଦୁଇ ପକ୍ଷ ମଧ୍ୟରେ ପୁଣି ଥରେ ବଡ଼ଧରଣର ଉତ୍ତେଜନା ଦେଖାଯାଇଛି। ସୋମବାର ନୋଭଗୋରୋଡ ଅଞ୍ଚଳରେ ଥିବା ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ଭାଲଡାଇ ବାସଭବନ ଉପରେ ୟୁକ୍ରେନ୍ ଆକ୍ରମଣ କରିଥିବା ମସ୍କୋ ଦାବି କରିଛି। ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ ହୋଇଥିବା ସୋମବାର ସୂଚନା ଦେଇଛନ୍ତି। ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି। ଲାବରୋବ କହିଛନ୍ତି, ଡିସେମ୍ବର ୨୮-୨୯ରେ ୟୁକ୍ରେନ୍ ୯୧ଟି ଦୂରଗାମୀ ଡ୍ରୋନ୍ ଦ୍ବାରା ରାଷ୍ଟ୍ରପତିଙ୍କ ବାସଭବନ ଉପରେ ଆକ୍ରମଣ କରିଛି। ୟୁକ୍ରେନ୍ର ଏହି ଆକ୍ରମଣକୁ ଲାବରୋବ ବେପରୁଆ କହିବା ସହିତ ଏହା ଉତ୍ତରବିହୀନ ହେବନାହିଁ ବୋଲି ଚେତାବନୀ ଦେଇଛନ୍ତି।
Story Of Jagannath: ‘କଳା ବାନ୍ଧବ’: ମନ ଜିଣୁଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କୁନି ମୀରାର ଅଭିମାନ ଭରା କାହାଣୀ…
ରୁଷ୍ ଏହି ଆକ୍ରମଣକୁ ଆତଙ୍କବାଦ ଆଖ୍ୟା ଦେଇଛି। ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ବେଳେ ପୁଟିନ ତାଙ୍କ ବାସଭବନରେ ଥିବା ନେଇ କୌଣସି ଦାବି କରାଯାଇ ନାହିଁ। ରୁଷ୍ ସେନାବାହିନୀ ପ୍ରତିଜବାବ ଦେବାକୁ ଟାର୍ଗେଟ୍ ସ୍ଥିର କରିସାରିଛି ବୋଲି ଲାବରୋବ ଚେତାଇ ଦେଇଛନ୍ତି। ଆମେରିକା ନେତୃତ୍ବରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଟ୍ରମ୍ପଙ୍କ ଫ୍ଲୋରିଡା ବାସଭବନରେ ରବିବାର ୩ ଘଣ୍ଟା ଧରି ହୋଇଛି।
Russia-Ukraine War : ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ !
ୟୁକ୍ରେନ ଆକ୍ରମଣ ପରେ ମସ୍କୋ ଶାନ୍ତି ଆଲୋଚନାରେ ନିଜର ଆଭିମୁଖ୍ୟର ପୁନଃସମୀକ୍ଷା କରିବ ବୋଲି ଲାବରୋବ କହିଛନ୍ତି। ତେବେ ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ ନେଇ ରୁଷ୍ର ଦାବିକୁ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଖଣ୍ଡନ କରିଛନ୍ତି। ଏହା ମିଛ ବୋଲି ସେ କହିଛନ୍ତି। କିବ୍ରେ ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ଆଳରେ ରୁଷ୍ ଏପରି ଚାପ ସୃଷ୍ଟି କରୁଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆଲୋଚନା ସମୟରେ ଯୁଦ୍ଧ ବନ୍ଦ ପାଇଁ ଆମେରିକା ୟୁକ୍ରେନକୁ ୧୫ ବର୍ଷର ସୁରକ୍ଷା ଗ୍ୟାରେଣ୍ଟି ଦେଇଛି। କିନ୍ତୁ ଏହି ପ୍ରସ୍ତାବ ସହ ୟୁକ୍ରେନ ସହମତ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/30/putin-house-2025-12-30-01-09-54.jpg)