କିବ୍:ୟୁକ୍ରେନର ରାଜଧାନୀ କିବ୍ ଶନିବାର ଅନେକ ଶକ୍ତିଶାଳୀ ବିସ୍ଫୋରଣରେ ଦୋହଲି ଯାଇଛି। ରୁଷ୍ ଦ୍ବାରା ପ୍ରଚଣ୍ଡ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ କର୍ତ୍ତୃପକ୍ଷ ରାଜଧାନୀବାସୀଙ୍କୁ ଆଶ୍ରୟସ୍ଥଳରେ ରହିବାକୁ କହିଛନ୍ତି। ୟୁକ୍ରେନ ବାୟୁସେନା ସୋସିଆଲ ମିଡିଆରେ କହିଛି ଯେ ରାଜଧାନୀ ସମେତ ଦେଶର ଅନେକ ଅଞ୍ଚଳରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି ଯେ, ରୁଷ୍ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ଏକ ଚୁକ୍ତିନାମା ଚୂଡ଼ାନ୍ତ କରିବା ନିମନ୍ତେ ଆମେରିକାରେ ତାଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ବୈଠକ ହେବ। ଟେଲିଗ୍ରାମରେ ଏକ ପୋଷ୍ଟରେ କିବ୍ ମେୟର ବିଟାଲି କ୍ଲିଟସ୍କୋ ନାଗରିକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ରାଜଧାନୀରେ ବାରମ୍ବାର ବିସ୍ଫୋରଣ ହେଉଛି, ଆପଣମାନେ ନିରାପଦ ଆଶ୍ରୟସ୍ଥଳରେ ରୁହନ୍ତୁ।
Memorable 25: ମନେରହିବ ୨୫: ଲୋକ ସାଧାରଣ କାମ ଅସାଧାରଣ
ରିପୋର୍ଟରେ କୁହାଯାଇଛି ଯେ, ଅନେକ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଥିଲା, କେତେକ ଝଲକ ଦିଗବଳୟକୁ ଆଲୋକିତ କରିଦେଇଥିଲା। ସହରରେ ବାୟୁ ପ୍ରତିରକ୍ଷା ସକ୍ରିୟ ଥିଲା ଏବଂ ଅନୌପଚାରିକ ଟେଲିଗ୍ରାମ୍ ଚ୍ୟାନେଲଗୁଡିକ ମଧ୍ୟ ବିସ୍ଫୋରଣ ବିଷୟରେ ସୂଚନା ଦେଇଥିଲେ। ସହରରେ କ୍ରୁଜ୍ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟ ମାଡ଼ କରାଯାଉଥିବା ଏକ ସାମରିକ ଟେଲିଗ୍ରାମ୍ ଚ୍ୟାନେଲ୍ କହିଛି। ରୁଷ୍ ସହିତ ଯୁଦ୍ଧ ଶେଷ କରିବାକୁ ନୂତନ ୨୦ସୂତ୍ରୀ ଶାନ୍ତି ଯୋଜନା ବିଷୟରେ ଟ୍ରମ୍ପଙ୍କ ସହ ଆସନ୍ତକାଲି ଆଲୋଚନା ପାଇଁ ଜେଲେନସ୍କିଙ୍କ ଫ୍ଲୋରିଡା ଗସ୍ତ ପୂର୍ବରୁ ଏହି ଆକ୍ରମଣ ହୋଇଛି। ନୂତନ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ରବିବାର ବୈଠକ ହେବାକୁ ଯାଉଛି। ତେବେ ୟୁରୋପର ରୁଷ୍ ବିରୋଧୀ କଠୋର ଆଭିମୁଖ୍ୟ ପାଇଁ ଏହି ଆଲୋଚନା ଭଣ୍ଡୁର ହେବା ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/28/fhfshfvbxbvxvbx-2025-12-28-00-18-38.jpg)