Unnao Rape Case: ଉନ୍ନାଓ ଦୁଷ୍କର୍ମ ମାମଲା: ସେନଗରଙ୍କ ଦଣ୍ଡାଦେଶ ସ୍ଥଗିତ ଆବଦେନ ହାଇକୋର୍ଟରେ ଖାରଜ

Advertisment

ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା ଲାଗିଛି। ସେନଗରଙ୍କ ପକ୍ଷରୁ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ହାଇକୋର୍ଟରେ ହୋଇଥିବା ଆବଦେନ ସୋମବାର ଖାରଜ ହୋଇଯାଇଛି।

ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା ଲାଗିଛି। ସେନଗରଙ୍କ ପକ୍ଷରୁ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ହାଇକୋର୍ଟରେ ହୋଇଥିବା ଆବଦେନ ସୋମବାର ଖାରଜ ହୋଇଯାଇଛି।

New Project (3)

Unnao Rape Case Photograph: (sambad.in)

ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା ଲାଗିଛି। ସେନଗରଙ୍କ ପକ୍ଷରୁ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ହାଇକୋର୍ଟରେ ହୋଇଥିବା ଆବଦେନ ସୋମବାର ଖାରଜ ହୋଇଯାଇଛି। ହାଜତ ମୃତ୍ୟୁ ଘଟଣାରେ ଦିଲ୍ଲୀ ହାଇକୋର୍ଟ ସେନଗରଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଏହି ମାମଲା ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ପୁଲିସ ହେପାଜତରେ ମୃତ୍ୟୁ ହେବାକୁ ନେଇ ରୁଜୁ ହୋଇଥିଲା। ମାମଲାରେ ଦଣ୍ଡିତ ହେବା ଯୋଗୁ ସେନଗର ଜେଲରୁ ବାହାରକୁ ଆସିପାରି ନଥିଲେ। ସେନଗରଙ୍କୁ ୨୦୧୯ରେ ଏକ ଟ୍ରାଏଲ ‌କୋର୍ଟ ଏହି ମାମଲାରେ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ।

ଆହୁରି ପଢନ୍ତୁ- Crocodile Number Increased: ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି, ୩୨ କୁମ୍ଭୀର ବଢି ୧୮୫୮ରେ ପହଁଚିଲା

ନିକଟରେ ସେନଗର ସ୍ବାସ୍ଥ୍ୟାବସ୍ଥାର ଦ୍ବାହି ଦେଇ ହାଇକୋର୍ଟରେ ଆବେଦନ ରୁଜୁ କରି ଦଣ୍ଡାଦେଶ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ। ତାଙ୍କଠାରେ ମଧୁମେହ, ମୋତିଆବିନ୍ଦୁ ପରି ସମସ୍ୟା ଦେଖାଯାଇଥିବାରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସା‌ ପାଇଁ ଭର୍ତ୍ତି ହେବାକୁ ଆବେଦନ କରିଥିଲେ। କୋର୍ଟରେ ଦାୟର ହୋଇଥିବା ଏହି ଆବେଦନକୁ ଉଭୟ ସିବିଆଇ ଓ ପୀଡ଼ିତାଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଏହି ମାମଲାରେ ଅପହରଣ, ମାଡ଼ପିଟ୍‌ ଓ ହାଜତ ମୃତ୍ୟୁ ପରି ଗମ୍ଭୀର ଅଭିଯୋଗ ରହିଥିବାରୁ ଅଭିଯୁକ୍ତଙ୍କ ଆବଦେନ ଗ୍ରହଣ ନ କରିବାକୁ ସିବିଆଇ ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଥିଲା। ପୀଡ଼ିତା ଓ ତାଙ୍କ ପରିବାରକୁ ଚୁପ୍‌ କରାଇବା ସେନଗରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିବିଆଇ ପକ୍ଷରୁ କୁହାଯାଇଥିଲା। ସମସ୍ତ ପକ୍ଷର ଶୁଣାଣି ପରେ ବିଚାରପତି ରବିନ୍ଦର ଦୁଡେଜା ସେନଗରଙ୍କ ଆବଦେନକୁ ଖାରଜ କରିଦେଇଥିଲେ।

ଆହୁରି ପଢନ୍ତୁ- Weather Alert: ସାବଧାନ ! ପୁଣି ବିଗିଡ଼ିବ ପାଗ: ଜାଡ଼ରେ ଥରୁଛି ହାଡ଼, ତା ଉପରେ ହେବ ବର୍ଷାମାଡ଼...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe