Woman Marries Krishna Idol: ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଉତ୍ତରପ୍ରଦେଶର ଏହି ଯୁବତୀ

Advertisment

ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ୨୮ବର୍ଷୀୟା ପିଙ୍କି ଶର୍ମା ଭଗବାନ କୃଷ୍ଣଙ୍କ ଭକ୍ତିରେ ଏତେ ଲୀନ ହୋଇଯାଇଥିଲେ ଯେ, ସେ ହିନ୍ଦୁ ରୀତିନୀତି ଅନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ସହ ବିବାହ କରିଥିବା ଜଣାଯାଇଛି।

ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ୨୮ବର୍ଷୀୟା ପିଙ୍କି ଶର୍ମା ଭଗବାନ କୃଷ୍ଣଙ୍କ ଭକ୍ତିରେ ଏତେ ଲୀନ ହୋଇଯାଇଥିଲେ ଯେ, ସେ ହିନ୍ଦୁ ରୀତିନୀତି ଅନୁଯାୟୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତିମା ସହ ବିବାହ କରିଥିବା ଜଣାଯାଇଛି।

Woman Marries Krishna Idol

Woman Marries Krishna Idol Photograph: (sambad.in)

ବଦାୟୁ: ମୀରା ଏବଂ ଭଗବାନ କୃଷ୍ଣଙ୍କ ଭକ୍ତିର କଥା ତ ଆପଣମାନେ ନିହାତି ଶୁଣିଥିବେ। କୃଷ୍ଣଙ୍କୁ ପାଇବା ପାଇଁ ମୀରା ଅବିରତ ଭକ୍ତିରେ ଲୀନ ହୋଇ ରହୁଥିଲେ। ସେହିପରି କଳିଯୁଗରେ ଆଉ ଗୋଟିଏ ମୀରାଙ୍କୁ ଦେଖିବାକୁ ମିଳିଛି। ଯିଏ କୃଷ୍ଣ ଭକ୍ତିରେ ନିଜକୁ ଲୀନ କରି ତାଙ୍କୁ ହିଁ ନିଜର ସ୍ବାମୀ ଭାବରେ ଗ୍ରହଣ କରିଛନ୍ତି। ଏପରି ଚର୍ଚ୍ଚିତ ଘଟଣା ଉତ୍ତରପ୍ରଦେଶର ବଦାୟୁରେ ଘଟିଥିବାର ଦେଖିବାକୁ ମିଳିଛି। ଏଠାରେ ରହୁଥିବା ୨୮ ବର୍ଷୀୟା ପିଙ୍କି ଶର୍ମା ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। 

ହିନ୍ଦୁ ରୀତିନୀତିରେ ହେଲା ବିବାହ 

ସୂଚନା ମୁତାବକ, ପିଙ୍କି ଶର୍ମାଙ୍କ ବିବାହ ଡିସେମ୍ବର ୬ ତାରିଖରେ ସଂପନ୍ନ ହୋଇଥିଲା। ଏହି ବିବାହରେ ପିଙ୍କି କନ୍ୟା ରୂପରେ ସଜ ହୋଇଥିବା ବେଳେ ବର ରୂପରେ ଭଗବାନ କୃଷ୍ଣଙ୍କ ପ୍ରତିମାକୁ ସଜାଯାଇଥିଲା। ଏହି ବିବାହରେ ପିଙ୍କିଙ୍କ ଭିଣେଇଙ୍କ ପରିବାରର ଲୋକମାନେ ବରଯାତ୍ରୀ ଭାବେ ଆସିଥିଲେ। ବରଯାତ୍ରୀ ବିବାହ ଶୋଭାଯାତ୍ରାରେ କନ୍ୟାଙ୍କ ଘରେ ପହଞ୍ଚିବା ପରେ ପ୍ରଥମେ ଦ୍ୱାର ପୂଜା କରାଯାଇଥିଲା। ପରେ ବର ପରି ସଜା ହୋଇଥିବା କୃଷ୍ଣଙ୍କ ପ୍ରତିମାକୁ କୋଳରେ ଧରି ପିଙ୍କି ଫୁଲମାଳ ଅଦଳବଦଳ କରିଥିଲେ। ଏହି ଅନନ୍ୟ ବିବାହ ସମାରୋହରେ ବୃନ୍ଦାବନର କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ବୋଲି ଜଣାଯାଇଛି।

ମନ୍ଦିରରୁ ମିଳିଥିଲା ସୁନା ମୁଦି

ପିଙ୍କିଙ୍କ ବାପା ସୁରେଶ ଚନ୍ଦ୍ର ଶର୍ମା କହିଛନ୍ତି ଯେ, ସେ ପିଲାଦିନରୁ ଧାର୍ମିକ ଥିଲେ। ସେ ପ୍ରାୟତଃ ତାଙ୍କ ପରିବାର ସହିତ ବୃନ୍ଦାବନ ଯାଉଥିଲେ। ପରେ ଧୀରେ ଧୀରେ ସେ କୃଷ୍ଣଙ୍କୁ ତାଙ୍କର ସବୁକିଛି ବୋଲି ଭାବିବାକୁ ଲାଗିଲେ। ପ୍ରାୟ ଚାରି ମାସ ପୂର୍ବରୁ ପିଙ୍କିଙ୍କ ସହ ଏକ ଅଲୌକିକ ଘଟଣା ଘଟିଥିଲା। ପ୍ରସାଦ ଗ୍ରହଣ କରିବା ସମୟରେ ତାଙ୍କ କୋଳରେ ଏକ ସୁନା ମୁଦି ପଡିଥିବାର ଦେଖାଯାଇଥିଲା। ପିଙ୍କି ଏହାକୁ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ବୋଲି ଭାବିଥିଲେ ଏବଂ ସେହି ଦିନଠାରୁ ସେ କେବଳ କୃଷ୍ଣଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । 

ଆହୁରି ପଢ଼ନ୍ତୁ: Indigo crisis: ନିୟମକାନୁନ ଲୋକଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ : ମୋଦୀ

ବିବାହ ପାଇଁ ରାଜି ନଥିଲେ ମା’

ପିଙ୍କି ଛୋଟବେଳୁ ଭଗବାନ କୃଷ୍ଣଙ୍କର ଭକ୍ତ ଥିଲେ। ଯେତେବେଳେ ତାଙ୍କର ବିବାହ ବୟସ ହେଲା ସେତେବେଳେ ପିଙ୍କି ଭଗବାନ କୃଷ୍ଣଙ୍କୁ ବିବାହ କରିବା କଥା ପରିବାର ଲୋକଙ୍କୁ କହିଥିଲେ। ହେଲେ ତାଙ୍କ ମା’ ଏହି ବିବାହ ପାଇଁ ରାଜି ହୋଇନଥିଲେ। କିନ୍ତୁ ପରେ ଝିଅର ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ଭଲପାଇବା ଦେଖି ତାଙ୍କ ମା’ ବାହାଘର ପାଇଁ ରାଜି ହୋଇଯାଇଥିଲେ। ଏହି ଅନନ୍ୟ ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ସମସ୍ତେ ପିଙ୍କିଙ୍କୁ ଦ୍ବିତୀୟ ମୀରା ବୋଲି କହୁଛନ୍ତି।

ଆହୁରି ପଢ଼ନ୍ତୁ: PM Modi : ଯୁବପିଢି ସହ ଯୋଡ଼ି ହୁଅ : ଏନଡିଏ ସାଂସଦଙ୍କୁ କହିଲେ ମୋଦୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe