UN Statement: ନିଆଁ ସହିତ ଖେଳୁଛି ଆମେରିକା, ଭେନେଜୁଏଲା ଆକ୍ରମଣ ନେଇ ଜାତିସଂଘ କ୍ରୋଧିତ

Advertisment

ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଏବଂ ମାଦୁରୋଙ୍କୁ ହଟାଇବା ଉପରେ ଆଲୋଚନା ପାଇଁ ସୋମବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକ କରିବ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏହାକୁ ଏକ "ବିପଜ୍ଜନକ ଉଦାହରଣ" ବୋଲି କହିଛନ୍ତି...

ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଏବଂ ମାଦୁରୋଙ୍କୁ ହଟାଇବା ଉପରେ ଆଲୋଚନା ପାଇଁ ସୋମବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକ କରିବ। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏହାକୁ ଏକ "ବିପଜ୍ଜନକ ଉଦାହରଣ" ବୋଲି କହିଛନ୍ତି...

US is playing with fire, UN outraged over Venezuela attack

US is playing with fire, UN outraged over Venezuela attack Photograph: (sambad.in)

ନ୍ୟୁୟର୍କ: ଆମେରିକାର ଭେନେଜୁଏଲା ଆକ୍ରମଣ ଉପରେ ଜାତିସଂଘ (ୟୁଏନ)ର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ, ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହଟାଇବା ପାଇଁ  କାର୍ଯ୍ୟ ଏକ "ବିପଜ୍ଜନକ ଉଦାହରଣ" ସୃଷ୍ଟି କରିଛି।

ଏହି ବିବୃତି ସୋମବାର ଦିନ ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଜାତିସଂଘ ବୈଠକ ପୂର୍ବରୁ ଆସିଛି।

ରିପୋର୍ଟ ଅନୁଯାୟୀ, ରୁଷ ଏବଂ ଚୀନ୍ ସମର୍ଥନରେ କଲମ୍ବିଆ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଦାବି କରିଛି। ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ସମାଧାନ କରିବା ପାଇଁ ସୁରକ୍ଷା ପରିଷଦ ପୂର୍ବରୁ ଅକ୍ଟୋବର ଏବଂ ଡିସେମ୍ବରରେ ଦୁଇଥର ବୈଠକ କରିଥିଲା। ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଏବେ ପୁଣି ଥରେ ବୈଠକ ଅନୁଷ୍ଠିତ ହେଉଛି।  

ଆହୁରି ପଢ଼ନ୍ତୁ:Maduro Called USA Coward: ଡେରି କରନାହିଁ, କାପୁରୁଷ...ମାଦୁରୋ ନିଜ ବାସସ୍ଥାନ ସୂଚନା ଦେଇ ଚ୍ୟାଲେଞ୍ଜ କରିଥିଲେ, ଆମେରିକା ସେନା ତାଙ୍କୁ ଉଠାଇନେଲେ

ଡୋନାଲ୍ଡ ଟ୍ରମ୍ପ୍ କଣ କହିଲେ?

ଶନିବାର ଦିନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପତ କହିଥିଲେ ଯେ, ଏକ ନିରାପଦ ଏବଂ ନ୍ୟାୟପୂର୍ଣ୍ଣ ପରିବର୍ତ୍ତନ ହାସଲ ନହେବା ପର୍ଯ୍ୟନ୍ତ ୱାଶିଂଟନ ଭେନେଜୁଏଲାକୁ ନିୟନ୍ତ୍ରଣ କରିବ। ଏହାର ଅର୍ଥ କ'ଣ ଆମେରିକା ଭେନେଜୁଏଲାର ଆଭ୍ୟନ୍ତରୀଣ ବ୍ୟାପାରରେ ସମ୍ପୂର୍ଣ୍ଣ ହସ୍ତକ୍ଷେପ କରିବ କି ବୋଲି ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠିବା‌ରେ ଲାଗିଛି।

ଭେନେଜୁଏଲାର ଜାତିସଂଘ ପ୍ରତିନିଧି ସାମୁଏଲ୍ ମୋନକାଡା ଆମେରିକା ବିରୋଧରେ ଏକ କଠୋର ବିବୃତି ଜାରି କରି ଏହାକୁ ଭେନେଜୁଏଲାର ଗଣତନ୍ତ୍ର ସରକାରଙ୍କୁ  ଏକ କଠୋର ସରକାର ସ୍ଥାପନ କରିବା ପାଇଁ ଏକ "ଉପନିବେଶିକ ଯୁଦ୍ଧ" ବୋଲି ଅଭିହିତ କରିଛନ୍ତି।  ଆମେରିକା ପ୍ରକୃତରେ ନିଜ ସ୍ୱାର୍ଥ ପାଇଁ ଭେନେଜୁଏଲାର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ମୋନକାଡା ପ୍ରଶ୍ନ କରିଛନ୍ତି, ଆମେରିକା ଜାତିସଂଘ ଚାର୍ଟର ଉଲ୍ଲଂଘନ କରିଛି। ଚାର୍ଟର  ଅନୁଯାୟୀ କୌଣସି ଦେଶ ଅନ୍ୟ ଦେଶର "ଆଞ୍ଚଳିକ ଅଖଣ୍ଡତା" ଏବଂ "ରାଜନୈତିକ ସ୍ୱାଧୀନତା" ବିରୋଧରେ ନିଜର ଶକ୍ତି ବ୍ୟବହାର କରିପାରିବ ନାହିଁ। ଏହି ଅଭିଯୋଗ ସତ୍ୟ କି?

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମୁଖପାତ୍ର ଷ୍ଟିଫାନ ଡୁଜାରିକ୍ କହିଛନ୍ତି, ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ "ଏକ ବିପଜ୍ଜନକ ଉଦାହରଣ" ସୃଷ୍ଟି କରିପାରେ।  ଏଭଳି ପଦକ୍ଷେପ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରୁଥିବା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ଆମେରିକା ଭେନେଜୁଏଲା ବିରୋଧରେ ଅନେକ କଟକଣା ଲାଗୁ କରିଛି ଏବଂ ସମ୍ପ୍ରତି ସନ୍ଦେହଜନକ ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିବା ଡଙ୍ଗାକୁ ଟାର୍ଗେଟ କରିଛି।  

ଆମେରିକା ଆକ୍ରମଣକୁ ନ୍ୟାୟ ବୋଲି କହିଲା

ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ କହିଛନ୍ତି ଯେ ଏହା "ଶାସନ ପରିବର୍ତ୍ତନ ନୁହେଁ, ଏହା ନ୍ୟାୟ" ଏବଂ ମାଦୁରୋଙ୍କୁ "ଦଣ୍ଡ ପାଇବାକୁ ଯୋଗ୍ୟ ଏକଛତ୍ରବାଦୀ" ବୋଲି ଅଭିହିତ କରିଛନ୍ତି। ଭେନେଜୁଏଲା ଆମେରିକାର ଆକ୍ରମଣକୁ କଡ଼ା ସମାଲୋଚନା କରିଛି ଏବଂ ନିଜର ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଥିବ‌ା କହିଛି।

ଆହୁରି ପଢ଼ନ୍ତୁ: Navneet Rana On BCCI Order: ଭାରତରେ କୌଣସି ବାଂଲାଦେଶୀ ଖେଳିବେ ନାହିଁ, ବିସିସିଆଇର ନିଷ୍ପତ୍ତି ନେଇ ନବନୀତ ରାଣାଙ୍କ ମନ୍ତବ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe