us supreme court Photograph: (Sambad.in)
ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ସାରା ବିଶ୍ୱର ବ୍ୟବସାୟ ଜଗତର ନଜର ଆଜି ଆମେରିକାର ସୁପ୍ରିମକୋର୍ଟ ଉପରେ ରହିଥିଲା। ସୁପ୍ରିମକୋର୍ଟ ଆଜି ଶୁଳ୍କ ନିଷ୍ପତ୍ତିର ବୈଧତା ଉପରେ ରାୟ ଦେଇଥାନ୍ତେ। କିନ୍ତୁ ଏହି ନିଷ୍ପତ୍ତି ପାଇଁ ଆହୁରି ଅପେକ୍ଷା କରିବାକୁ ପଡିବ। ସୁପ୍ରିମକୋର୍ଟ ଆଜି ଶୁଳ୍କ ଉପରେ କୌଣସି ନିଷ୍ପତ୍ତି ଜାରି କରିବେ ନାହିଁ। କୋର୍ଟ ଏହି ମାମଲାରେ କେବେ ନିଷ୍ପତ୍ତି ତେବେ ତାହା ମଧ୍ୟ ଜଣାପଡ଼ିନାହିଁ। ଟ୍ରମ୍ପ ପ୍ରଶାସନ ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ ନାମକ ଏକ ଆଇନ ଅଧୀନରେ ବିଭିନ୍ନ ଦେଶ ଉପରେ ବ୍ୟାପକ ଶୁଳ୍କ ଲଗାଇଛନ୍ତି। କିନ୍ତୁ ଆମେରିକାର ଅନେକ ପ୍ରଦେଶ, କମ୍ପାନି ଓ ଆମଦାନୀକାରୀ ଦାବି କରୁଛନ୍ତି ଯେ ରାଷ୍ଟ୍ରପତିଙ୍କ ପାଖରେ ସମ୍ବିଧାନ ଅନୁଯାୟୀ କିମ୍ବା ଆଇନ ଅନୁଯାୟୀ ସ୍ପଷ୍ଟ ଭାବରେ ଏପରି ଶୁଳ୍କ ଲାଗୁ କରିବାର ଅଧିକାର ନାହିଁ। ସୁପ୍ରିମକୋର୍ଟ ସେହି ଆପତ୍ତିଗୁଡ଼ିକୁ ବିଚାର କରୁଛନ୍ତି।
ଆହୁରି ପଢନ୍ତୁ- Delivery Issue: ୧୦ ମିନିଟ୍ ଡେଲିଭରି ବନ୍ଦ: ଡେଲିଭରି ଏଜେଣ୍ଟଙ୍କୁ ଫରକ ପଡ଼ିବନି
ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ବିରୋଧରେ ରାୟ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ସମ୍ବିଧାନ ଅନୁଯାୟୀ, ଶୁଳ୍କ ଲାଗୁ କରିବାର କ୍ଷମତା ସିଧାସଳଖ ରାଷ୍ଟ୍ରପତିଙ୍କ ପାଖରେ ନାହିଁ। ଟ୍ରମ୍ପ ଅନ୍ତର୍ଜାତୀୟ ଜରୁରୀକାଳୀନ ଆର୍ଥିକ ଶକ୍ତି ଆଇନ ବ୍ୟବହାର କରି ଶୁଳ୍କ ଲାଗୁ କରିଥିଲେ। ଏହି ଆଇନ ସ୍ପଷ୍ଟ ଭାବରେ ରାଷ୍ଟ୍ରପତିଙ୍କୁ ଶୁଳ୍କ ଲାଗୁ କରିବାର ଏତେ ବ୍ୟାପକ କ୍ଷମତା ପ୍ରଦାନ କରିନାହିଁ। ଟ୍ରମ୍ପ ପ୍ରଶାସନ ଏକ ଜାତୀୟ ‘ଅର୍ଥନୈତିକ ଜରୁରୀକାଳୀନ ପରିସ୍ଥିତି’ ଘୋଷଣା କରି ଏହି ଶୁଳ୍କ ଲାଗୁ କରିଥିଲେ। ବିରୋଧୀମାନେ କହୁଛନ୍ତି ଯେ ପ୍ରକୃତରେ ଏଭଳି ସ୍ଥିତି ଦେଶରେ ନଥିଲା।
ଆହୁରି ପଢନ୍ତୁ- Elephant: ଚିନ୍ତା ବଢ଼ାଇଲେଣି ୨ ଦନ୍ତା: ଜଙ୍ଗଲ ଛାଡ଼ି ଜନବସତିରେ ଘୂରି ବୁଲୁଛନ୍ତି
ବିଶେଷଜ୍ଞମାନଙ୍କ ମତରେ ଶୁଳ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ରାୟ କୌଣସି ସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିବା ନାହିଁ। ଟ୍ରମ୍ପ ଶୁଳ୍କ ପାଇଁ ଅନ୍ୟ ଉପାୟ ଅନୁସରଣ କରିପାରନ୍ତି। ତେଣୁ କୋର୍ଟଙ୍କ ରାୟ ସମ୍ଭାବ୍ୟ ଭାବରେ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିପାରେ। ଏହା ଅନୁମାନ କରାଯାଉଛି ଯେ ଯଦି କୋର୍ଟ ଶୁଳ୍କ ବିରୋଧରେ ରାୟ ଦିଅନ୍ତି, ତେବେ ଟ୍ରମ୍ପ ଧାରା ୧୨୨ ଲାଗୁ କରିପାରିବେ ଯାହାର ଅର୍ଥ ହେବ ୧୫୦ ଦିନ ପାଇଁ ୧୫% ଶୁଳ୍କ ଲାଗୁ କରାଯାଇପାରିବ। ଏହା ଭାରତ ପାଇଁ ସକାରାତ୍ମକ ହେବ। କାରଣ ଭାରତ ଉପରେ ୫୦% ଶୁଳ୍କ ଲଗାଯାଇଛି। ଏହା ବାଣିଜ୍ୟ ରାଜିନାମା ଉପରେ ମୁଲଚାଲ କରିବା ଲାଗି ଅଧିକ ସମୟ ବି ପାଇବ। ଭାରତ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତିନାମାରେ ପହଞ୍ଚିବା ପାଇଁ ପ୍ରୟାସ ଚାଲିଛି।
ଶୁଳ୍କ ହେଉଛି ଟ୍ରମ୍ପଙ୍କ ମୂଳ ରଣନୀତିର ଏକ ଅଂଶ ଏବଂ ସେଗୁଡ଼ିକୁ ଲାଗୁ କରିବା ପାଇଁ ତାଙ୍କ ପାଖରେ ଅନ୍ୟାନ୍ୟ ଆଇନଗତ ଉପାୟ ଅଛି। କୌଣସି ବଡ଼ ନୀତିଗତ ପରିବର୍ତ୍ତନ ହେବ ନାହିଁ ଏବଂ ନିବେଶକମାନେ କର୍ପୋରେଟ୍ ଫଳାଫଳ ଏବଂ ବିଶ୍ୱ ସଙ୍କେତ ଉପରେ ଧ୍ୟାନ ଦେଇ ଆଗକୁ ବଢ଼ିବେ ବୋଲି ଆଶା କରାଯାଉଛି।
Follow Us