ୱାସିଂଟନ: ଭେନେଜୁଏଲା ଉପରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ବନ୍ଦୀ କରି ଉଠାଇ ନେବାକୁ ଆମେରିକାକୁ ମାତ୍ର ୨ ଘଣ୍ଟା ଓ ୨୮ ମିନିଟ ସମୟ ଲାଗିଥିଲା। ଆମେରିକା ଶନିବାର ସକାଳେ କରିଥିବା ଏହି ଅପରେସନ ପାଇଁ କିନ୍ତୁ ମାସ ମାସ ଧରି ଯୋଜନା କରିଥିଲା। ସିଆଇଏ ଓ ଆମେରିକାର ଅନ୍ୟ ଗୁଇନ୍ଦା ସଂସ୍ଥା ଏହାକୁ କାର୍ଯ୍ୟକାରୀ କରିବାକୁ ଅଗଷ୍ଟ ମାସରୁ ଯୋଜନା କରିଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ଅପରେସନ୍ ପାଇଁ ୫ ମାସ ତଳୁ ଯୋଜନା ହୋଇଥିଲା। ମାଦୁରୋଙ୍କ ଜୀବନ ଶୈଳୀ ଯଥା ସେ କେମିତି ରହୁଛନ୍ତି, କୁଆଡ଼େ ଯାଉଛନ୍ତି, କ’ଣ ଖାଉଛନ୍ତି, କ’ଣ ପିନ୍ଧୁଛନ୍ତି, ତାଙ୍କ ପାଖରେ କ’ଣ କ’ଣ ପୋଷା ଜନ୍ତୁ ରହିଛି ସବୁ କିଛି ଉପରେ ଆମେରିକା ନଜର ରଖିଥିଲା। ଆମେରିକା ସେପ୍ଟେମ୍ବର ମାସରୁ କାରବୀୟ ଦେଶରେ ଏହାର ସାମରିକ ପ୍ରତିଷ୍ଠାନ ସ୍ଥାପନ କରିଥିଲା। ଆମେରିକା ହାତରେ ଧରା ନପଡ଼ିବାକୁ ସେବେଠାରୁ ମାଦୁରୋ ତାଙ୍କ ସୁରକ୍ଷା ବଢ଼ାଇ ଦେଇଥିଲେ।
Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ
ସେ ତାଙ୍କ ଶୋଇବା ସ୍ଥାନ ମଧ୍ୟ ବଦଳାଇ ଦେଇଥିଲେ। ମାଦୁରୋ କ୍ୟୁବାର ଗୁଇନ୍ଦା ଓ ଅଙ୍ଗରକ୍ଷୀଙ୍କ ଉପରେ ଅଧିକ ଭରସା କରୁଥିଲେ। ନଭେମ୍ବରରୁ କାରିବିଆନ୍ ସାଗରରେ ଆମେରିକାର ଯୁଦ୍ଧ ଜାହାଜ ମୁତୟନ ରହୁଥିଲା। ଶୁକ୍ରବାର ଯୋଜନାକୁ ଚୂଡ଼ାନ୍ତ ରୂପ ଦେବାକୁ ଆମେରିକା ସ୍ଥିର କରିଥିଲା। ସ୍ପାଏ ଡ୍ରୋନ୍ ମାଧ୍ୟମରେ ସେମାନେ ମାଦୁରୋଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ରାତି ୧୦ଟା ୪୬ରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ପ୍ରଥମେ ଭେନେଜୁଏଲାର ଏୟାର ଡିଫେନ୍ସକୁ ନଷ୍ଟ କରିଥିଲା। ଡେଲ୍ଟା ଏୟାରଫୋର୍ସ ମାଦୁରୋଙ୍କୁ ତାଙ୍କ ଶେଯରୁ ଉଠାଇ ନେଇଥିଲା। ଭେନେଜୁଏଲାର ପ୍ରତିରକ୍ଷା ଆଞ୍ଚଳିକ ଦୃଷ୍ଟିରୁ ଦକ୍ଷ ହୋଇଥିଲେ ମଧ୍ୟ ଆମେରିକାର ପୂର୍ବ ପ୍ରସ୍ତୁତି ସବୁ କିଛି ବିଫଳ କରିଦେଇଥିଲା। ଆମେରିକା ସେନା ଏପରି ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ। ଏହି ଅପରେସନରେ ମାଦୁରୋଙ୍କୁ ସୁରକ୍ଷା ଟିମ୍ର ଅଧିକାଂଶ ସୁରକ୍ଷାକର୍ମୀଙ୍କୁ ହତ୍ୟା କରାଯାଇଥିଲା। ଟ୍ରମ୍ପ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ଲାଇଭ ଷ୍ଟ୍ରିମିଂ ଜରିଆରେ ଦେଖିଥିଲେ।
ଗ୍ରିନ୍ଲାଣ୍ଡ୍ ଉପରେ ଟ୍ରମ୍ପଙ୍କ ଆଖି
Bangladesh: ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ପରେ ଗ୍ରିନ୍ଲାଣ୍ଡ୍କୁ ଦଖଲ କରିବାକୁ ଧମକ ଦେଇଛନ୍ତି। ଗ୍ରିନଲାଣ୍ଡ ପ୍ରଧାନମନ୍ତ୍ରୀ ଫ୍ରେଡରିକ୍ ନିଲସନ୍ ସୋମବାର ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ନିଲସନ୍ କହିଛନ୍ତି, ଗ୍ରିନ୍ଲାଣ୍ଡ୍ ଆର୍କଟିକ ଅଞ୍ଚଳରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଟ୍ରମ୍ପ ଏହାକୁ ଦଖଲ କରିବାକୁ ଚାହୁଛନ୍ତି। ଏୟାରଫୋର୍ସ ୱାନ୍ ବିମାନରେ ୱାସିଂଟନ ଯାଉଥିବା ସମୟରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ, ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଆମକୁ ଗ୍ରିନ୍ଲାଣ୍ଡ୍ ଦଖଲ କରିବାର ଆବଶ୍ୟକତା ରହିଛି। ଡେନମାର୍କ ଏହାକୁ ସମ୍ଭାଳି ପାରିବନାହିଁ। ଆସନ୍ତା ଦୁଇ ମାସ ମଧ୍ୟରେ ଆମେ ଗ୍ରିନ୍ଲାଣ୍ଡ୍ ଉପରେ ଚିନ୍ତା କରିବୁ। ଗ୍ରିନ୍ଲାଣ୍ଡ୍ ଦଖଲ କରିବା କଥା କଳ୍ପନା ନ କରିବାକୁ ପ୍ରଧାନମନ୍ତ୍ରୀ ନିଲସନ୍ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ସେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଉପଯୁକ୍ତ ଚାନେଲ ଓ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଏହା ହେବା ଉଚିତ। ଟ୍ରମ୍ପଙ୍କ ଧମକ ପରେ ଫ୍ରାନ୍ସ ଓ ଡେନମାର୍କ କହିଛନ୍ତି, ସୀମା ବଳପୂର୍ବକ ବଦଳା ଯାଏନାହିଁ। ଫ୍ରାନ୍ସର ବିଦେଶ ମନ୍ତ୍ରୀ କହିଛନ୍ତି, ତାଙ୍କ ଦେଶ ଡେନମାର୍କ ଓ ଗ୍ରିନ୍ଲାଣ୍ଡ୍ର ସାର୍ବଭୌମତ୍ବକୁ ସମର୍ଥନ କରୁଛି। ଡେନମାର୍କ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ଧମକ ରୋକିବାକୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/06/fshhfshfxbbv-2026-01-06-01-45-11.jpg)