Convoy Attacked Lakhisarai: ଉପମୁଖ୍ୟମନ୍ତ୍ରୀଙ୍କ convoy ଉପରକୁ ଚପଲ ଓ ପଥରମାଡ଼

ଆରଜେଡି ସମର୍ଥକମାନେ ହଙ୍ଗାମା ଆରମ୍ଭ କରି ବିଜୟ କୁମାର ସିହ୍ନାଙ୍କ କାରକୁ ଘେରି ପଥର ଓ ଚପଲ ମାଡ଼ କରିବା ସହିତ କାଦୁଅ ଫିଙ୍ଗି ମୃଦାବାଦ ନାରା ଦେଇ କାହାକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ।

New Project (2)

vijay-sinha-convoy-attacked-in-lakhisarai Photograph: (@sambad.in)

ପାଟନା: ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସକାଳୁସକାଳୁ ବିହାର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିହାର ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ କନଭେ ଉପକୁ ପଥମାଡ଼ ହୋଇଥିବା ଅଭିଯୋଗ ହୋଇଛି। 

ବିଜୟ କୁମାର ସିହ୍ନାଙ୍କ କାର ଉପରକୁ ପଥରମାଡ଼

ଗୁରୁବାର ସକାଳେ ଉପମୁଖ୍ୟମନ୍ତ୍ରୀ ତଥା ଲଖିସରାଇ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବିଜୟ କୁମାର ସିହ୍ନା ଲଖିସରାଇରେ ପହଞ୍ଚି ଲୋ‌କଙ୍କ ସହ ମତଦାନ ବିଷୟରେ ଆଲୋଚନା କରୁଥିବା ବେଳେ ହଠାତ ଆରଜେଡି ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ହଙ୍ଗାମା ଆରମ୍ଭ କରି ଦେଇଥିଲେ।

ବିଜୟ କୁମାର ସିହ୍ନାଙ୍କ କାରକୁ ଘେରି ପଥର ଓ ଚପଲ ମାଡ଼ କରିବା ସହିତ କାଦୁଅ ଫିଙ୍ଗି ମୃଦାବାଦ ନାରା ଦେଇ କାହାକୁ ଆଗକୁ ବଢ଼ିବାକୁ ଦେଇ ନଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନେ ତୁରନ୍ତ ଏଭଳି ଗଣ୍ଡଗୋଳରେ ସାମିଲ ଥିବା ଲୋକଙ୍କୁ କାବୁ କରି ପରିସ୍ଥିତିକୁ ଆୟତ୍ତକୁ ନେଇଥିଲା। ସମ୍ପୂର୍ଣ୍ଣ ମାମଲା ବର୍ତ୍ତମାନ ତଦନ୍ତାଧୀନ ଅଛି।

ଅଧିକପଢ଼ନ୍ତୁ:ବାପାଙ୍କ ସହ ଚା’ ପିଇ ଖେଳିବାକୁ ଯାଇଥିବା ପୁଅର ଖେଳ ପଡ଼ିଆରେ ଉଡ଼ିଗଲା ପ୍ରାଣବାୟୁ

ଆରଜେଡିର ଗୁଣ୍ଡାମାନେ ଲୋକଙ୍କ ଉପରେ ସିଧାସଳଖ କରୁଛନ୍ତି ଆକ୍ରମଣ: ବିହାର ଉପମୁଖ୍ୟମନ୍ତ୍ରୀ

ପଥରମାଡ଼ ଘଟଣାକୁ ନେଇ ବିଜୟ ସିହ୍ନା କହିଛନ୍ତି, ‘ଆରଜେଡି ଗୁଣ୍ଡାମାନେ ଆମ ଉପରେ ଆକ୍ରମଣ କରିଥିଲେ।
ମୁଁ ସିଧାସଳଖ ରାଷ୍ଟ୍ରୀୟ ଜନତା ଦଳ ଉପରେ ଗୁଣ୍ଡାଗିରିର ଅଭିଯୋଗ କରୁଛି। ଆରଜେଡ଼ି ଗୁଣ୍ଡାମାନେ ମୋତେ ଗାଁକୁ ଯିବାକୁ ଦେଲେ ନାହିଁ। ବିଜୟ ସିହ୍ନା ଜିତିଯିବେ ସେ ଭୟରେ ସେମାନେ ମୋର ପୋଲିଂ ଏଜେଣ୍ଟଙ୍କୁ ଘଉଡ଼ାଇ ଦେଇ ଭୋଟ ଦେବାରୁ ବାଧା ଦେଇଥିଲେ। ଦେଖନ୍ତୁ ଆରଜେଡି କିପରି ଭାବେ ସିଧା୍ସଳଖ ଲୋକଙ୍କ ଉପରେ ଆକ୍ରମଣ କରୁଛି। ଦେଖନ୍ତୁ ତାର ଗୁଣ୍ଡାଗିରିକୁ।’

ଅଧିକପଢ଼ନ୍ତୁନିଜ ଜୀବନକୁ ବାଜି ଲଗାଇ ଦୁଇ ଜଣଙ୍କୁ ଉଦ୍ଧାର କଲେ ନାବାଳକ ସତ୍ୟପ୍ରକାଶ: ନଦୀରେ ଭାସି ନାବାଳିକା ନିଖୋଜ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe