ପରମାଣୁ ଅସ୍ତ୍ର ନୁହେଁ, ପାଣି ଆଣିଛି ଇରାନ ପାଇଁ ସଙ୍କଟ

ଇରାନ ବର୍ତ୍ତମାନ ଏକ ଗମ୍ଭୀର ଜଳ ସଙ୍କଟ ଦେଇ ଗତି କରୁଛି। ଏହା ଦେଶର ପରିବେଶ ପାଇଁ ବିପଦ ସହିତ ଦେଶର ଅସ୍ଥିରତାର କାରଣ ମଧ୍ୟ ହୋଇଛି। ବିଶେଷଜ୍ଞଙ୍କ ମତରେ, ଦେଶର ଅନେକ ପ୍ରମୁଖ ପ୍ରଦେଶରେ ଜଳ ପରିସ୍ଥିତି ସଙ୍କଟଜନକ ହୋଇଛି...

Water, not nuclear weapons, is the problem for Iran

Water, not nuclear weapons, is the problem for Iran Photograph: (sambad.in)

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇ ପ୍ରାୟତଃ ପରମାଣୁ ଅସ୍ତ୍ର ସାହାଯ୍ୟରେ ବିଶ୍ୱକୁ ଭୟଭୀତ କରିବାକୁ ଧମକ ଦେଇଥାନ୍ତି। ତେବେ  ସେ  ଏବେ ଏକ ନୂତନ ଭୟର ସମ୍ମୁଖୀନ ହୋଇଛନ୍ତି।  ତାଙ୍କର ଭୟ ଏବେ ବୋମା କିମ୍ବା କ୍ଷେପଣାସ୍ତ୍ର ନୁହେଁ, ବରଂ ଦେଶର ପାଣି ଅଭାବ ପାଲଟିଛି। ଦେଶରେ ଭୟଙ୍କର ଜଳ ସଙ୍କଟ ତାଙ୍କର ନିଦ ହଜାଇ ଦେଇଛି।  

ଏହି ବିପଦ କେବଳ ପରିବେଶ ଉପରେ ନୁହେଁ, ବରଂ ଇରାନର ସାମାଜିକ ଏବଂ ରାଜନୈତିକ ସ୍ଥିରତା ପାଇଁ ମଧ୍ୟ ସଙ୍କଟ ସୃଷ୍ଟି କରିଛି।  ଜଳ ସଙ୍କଟ ଯୋଗୁ ଖାମେନେଇଙ୍କ ଚିନ୍ତା ଏବେ ବଢ଼ିବାରେ ଲାଗିଛି।  କାରଣ ଦେଶର ଅନେକ ପ୍ରମୁଖ ପ୍ରଦେଶରେ ଜଳ ପରିସ୍ଥିତି ଏକ "ଟିପିଂ ପଏଣ୍ଟ"ରେ ପହଞ୍ଚିଛି।

 ୯୬% ଡ୍ୟାମ୍ ଖାଲି :

ଇରାନର ଶକ୍ତି ମନ୍ତ୍ରଣାଳୟର ଏକ ସାମ୍ପ୍ରତିକ ବିବୃତିରେ କୁହାଯାଇଛି ଯେ, ତେହେରାନ, ଇସଫାହାନ, ରଜାଭି ଖୋରାସାନ ଏବଂ ୟାଜଦ ଭଳି ପ୍ରମୁଖ ପ୍ରଦେଶଗୁଡ଼ିକରେ ଜଳ ସଙ୍କଟ ଖରାପ ସ୍ଥିତିରେ ପହଞ୍ଚିଛି।  ରାଜଧାନୀ ତେହେରାନକୁ ପାଣି ଯୋଗାଣ କରୁଥିବା କାରାଜ ଡ୍ୟାମ୍ ଏବେ କେବଳ ୬% କ୍ଷମତାରେ କାର୍ଯ୍ୟ କରୁଛି, ଯାହାର ଅର୍ଥ ହେଉଛି ଡ୍ୟାମ୍‌ର ୯୪% ଖାଲି ରହିଛି।

ଜଳ ସଙ୍କଟର ଦ୍ୱାରଦେଶରେ  ଇରାନ:

ଇରାନର ଜଳ ସଙ୍କଟ  ଦେଶର ନୀତି ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁ ଘଟିଛି। ୧୯୭୯ ବିପ୍ଳବ ପରେ, ଧାର୍ମିକ ନେତୃତ୍ୱ ଏକ ସ୍ୱାବଲମ୍ବୀ କୃଷି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ, ଯାହା ଜଳ ବ୍ୟବହାରକୁ ବହୁଗୁଣିତ କରିଥିଲା। ଗତ ୫୦ ବର୍ଷ ମଧ୍ୟରେ ଜନସଂଖ୍ୟା ୨୫୦% ରୁ ଅଧିକ ବୃଦ୍ଧି ପାଇଛି। ଏହା ସହିତ ପାଣିର ଚାହିଦା ମଧ୍ୟ ବୃଦ୍ଧି ପାଇଛି।

ଅଧିକ ପଢ଼ନ୍ତୁ: ରେସ୍ ଘୋଡ଼ା, ବିବାହ ଶୋଭାଯାତ୍ରା ଘୋଡ଼ା ଅଲଗା ଅଲଗା: ରାହୁଲ

ଏହା ସହିତ, ଆଫଗାନିସ୍ତାନରୁ ଲକ୍ଷ ଲକ୍ଷ ବେଆଇନ ପ୍ରବାସୀ ଏବଂ ଗାଁରୁ ସହରକୁ ବଢ଼ୁଥିବା ସ୍ଥାନାନ୍ତରଣ ସହରାଞ୍ଚଳ ଜଳ ଯୋଗାଣ ଉପରେ ଚାପ ବୃଦ୍ଧି କରିଛି। ହେଲମାଣ୍ଡ ନଦୀରୁ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି, ଯାହା ଆଫଗାନିସ୍ତାନ ଏବଂ ଇରାନ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ବୃଦ୍ଧି କରିଛି।

ଲୋକେ  ପାଣି ବିନା ବଞ୍ଚିବାକୁ ବାଧ୍ୟ ହେଉଛନ୍ତି: 

ଇରାନର ଲୋକମାନେ ଘଣ୍ଟା ଘଣ୍ଟା ପାଣି ବିନା ରହିବାକୁ ବାଧ୍ୟ ହେଉଛନ୍ତି। ବହୁସମୟରେ  ପାଣି ଟ୍ୟାପ୍‌ରୁ କାଦୁଅ ବାହାରୁଛି। ଡାକ୍ତରଖାନାଗୁଡ଼ିକରେ ପାଣି ଅଭାବ ସମସ୍ୟା ସୃଷ୍ଟି କରୁଛି।  ଏହା ଦ୍ବାରା  ଖାଦ୍ୟ ସୁରକ୍ଷା ମଧ୍ୟ ପ୍ରଭାବିତ ହେଉଛି। ଏହି ସଙ୍କଟ କେବଳ ମଣିଷକୁ ନୁହେଁ ପ୍ରକୃତିକୁ ମଧ୍ୟ ପ୍ରଭାବିତ କରିଛି।

ପ୍ରକୃତି ମଧ୍ୟ ଜଳ ସଙ୍କଟର ସମ୍ମୁଖୀନ ହେଉଛି:

ମଧ୍ୟପ୍ରାଚ୍ୟର ସବୁଠାରୁ ବଡ଼ ଲୁଣାପାଣି ହ୍ରଦ ଉର୍ମିଆ ହ୍ରଦ ଏବେ ୧,୦୦୦ ବର୍ଗ କିଲୋମିଟରରୁ କମ୍ ଅଞ୍ଚଳକୁ ହ୍ରାସ ପାଇଛି। ଏହା ଯୋଗୁ ସ୍ଥାନୀୟ ପ୍ରାଣୀ ପ୍ରଜାତି ବିଲୁପ୍ତ ହେବାରେ ଲାଗିଛନ୍ତି। ସେହିପରି ଲୁଣା-ଧୂଳି ଝଡ଼ ଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ପରିସ୍ଥିତି ଜାରି ରହେ, ତେବେ ଜଳ ସଙ୍କଟ ଦେଶର ରାଜନୈତିକ ଏବଂ ସାମାଜିକ ସ୍ଥିରତାକୁ ଗମ୍ଭୀର ଭାବରେ ପ୍ରଭାବିତ କରିପାରେ।

ଅଧିକ ପଢ଼ନ୍ତୁ: ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌; ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

 iran | tipping-point | Ayatollah Ali Khamenei 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe