We have Brahmos, stop making useless threats: Owaisi gives stern warning to Pakistani PM Photograph: (sambad.in)
ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଘାତକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ଏପ୍ରିଲ ୨୩ରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଭାରତକୁ ଦେଇଥିବା ଧମକର ଜବାବରେ,ଏଆଇଏମଆଇଏମ ମୁଖ୍ୟ ଏବଂ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାଇସି କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଆମ ପାଖରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଅଛି। ସେ ଶେହବାଜ୍ ସରିଫଙ୍କୁ 'ଏପରି ବୃଥା ଧମକ ନଦେବାକୁ ପରାମର୍ଶ ଦେଇଛନ୍ତି।
ପୂର୍ବରୁ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ମନ୍ତବ୍ୟ ଉପରେ ଚେତାବନୀ ଦେଇଥିଲେ। ଶେହବାଜ ସରିଫ ମଙ୍ଗଳବାର ଦିନ କହିଥିଲେ ଯେ 'ଶତ୍ରୁ'କୁ ତାଙ୍କ ଦେଶର 'ଗୋଟିଏ ବୁନ୍ଦା' ପାଣି ମଧ୍ୟ ଛଡ଼ାଇ ନେବାକୁ ଦିଆଯିବ ନାହିଁ।
ଓୱାଇସି ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମ ପାଖରେ ବ୍ରହ୍ମୋସ ଅଛି। ଶେହବାଜ ଏପରି ବୃଥା ଆସ୍ପର୍ଦ୍ଧା କରିବା ଉଚିତ୍ ନୁହେଁ। ଏପରି ଧମକ ଦ୍ବାରା ଭାରତ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବହୁତ କହିଲଣି, ଆଉ ବୃଥା ଧମକ ଦିଅ ନାହିଁ ବୋଲି ଓୱାଇସି ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ:ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଅଛନ୍ତି ଚନ୍ଦ୍ରବାବୁ ନାଇଡୁ: ଜଗନ ରେଡ୍ଡୀଙ୍କ ବଡ଼ ଦାବି
ପୂର୍ବରୁ, ଓୱାଇସି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ 'ପରମାଣୁ' ଧମକ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ଭାରତ ବିରୁଦ୍ଧରେ ବ୍ୟବହୃତ କରାଯାଇଥିବା ଶବ୍ଦ ଅତ୍ୟନ୍ତ ନିନ୍ଦନୀୟ।
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ, ଓୱାଇସି କହିଛନ୍ତି, ପାକିସ୍ତାନୀ ସେନାମୁଖ୍ୟଙ୍କ ଭାରତ ବିରୁଦ୍ଧରେ ଧମକ ଏବଂ ଶବ୍ଦ ନିନ୍ଦନୀୟ। ସେ ଆମେରିକା ମାଟିରୁ ଏହା କରିଥିଲେ, ଯାହା ପରିସ୍ଥିତିକୁ ଆହୁରି ଖରାପ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଠାରୁ କେବଳ ବୈଦେଶିକ ମନ୍ତ୍ରଣାଳୟର ବିବୃତି ନୁହେଁ, ବରଂ ଏକ ରାଜନୈତିକ ପ୍ରତିକ୍ରିୟା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସରକାର ଏହାର ପ୍ରତିବାଦ କରିବା ଉଚିତ୍ ଏବଂ ଏହି ପ୍ରସଙ୍ଗକୁ ଆମେରିକା ସମ୍ମୁଖରେ ଦୃଢ଼ ଭାବରେ ଉଠାଇବା ଉଚିତ୍।
ଅଧିକ ପଢ଼ନ୍ତୁ:ବିପାଶାଙ୍କ ଶରୀରକୁ ନେଇ ଏପରି ମନ୍ତବ୍ୟ ରଖିଲେ ମୃଣାଳ: ପାଲଟା ଜବାବ ଦେଲେ କୃଷ୍ଣ ସୁନ୍ଦରୀ
India | pakistan | asaduddin-owaisi | AIMIM | shehbaz-sharif
Follow Us