BJP MLA falls into river: ନଦୀ ସଫା ରଖିବାକୁ ସଚେତନ କରୁଥିବା ବେଳେ ଖସିଲା ଗୋଡ଼, ପାଣିରେ ଯାଇ ପଡ଼ିଲେ ବିଧାୟକ

Advertisment

ନଦୀ ସଫା ରଖିବାକୁ ସଚେତନ କରୁଥିବା ବେଳେ ଖସିଲା ଗୋଡ଼। ପାଣିରେ ଯାଇ ପଡ଼ିଲେ ବିଜେପି ବିଧାୟକ। ଏବେ ଏହି ସମୟର ଏକ ଭିଡିଓ ଖୁବ ଭାଇରାଲ ହେଉଛି। କୁହାଯାଉଛି ଯେ, Reel ତିଆରି କରୁଥିବା ବେଳେ ବିଧାୟକଙ୍କ ଗୋଡ଼ ଖସିଯାଇଥିଲା।

ନଦୀ ସଫା ରଖିବାକୁ ସଚେତନ କରୁଥିବା ବେଳେ ଖସିଲା ଗୋଡ଼। ପାଣିରେ ଯାଇ ପଡ଼ିଲେ ବିଜେପି ବିଧାୟକ। ଏବେ ଏହି ସମୟର ଏକ ଭିଡିଓ ଖୁବ ଭାଇରାଲ ହେଉଛି। କୁହାଯାଉଛି ଯେ, Reel ତିଆରି କରୁଥିବା ବେଳେ ବିଧାୟକଙ୍କ ଗୋଡ଼ ଖସିଯାଇଥିଲା।

bjp mla

BJP MLA fall into river Photograph: (sambad.in)

ନୂଆଦିଲ୍ଲୀ: ନଦୀ ସଫା ରଖିବାକୁ ସଚେତନ କରୁଥିବା ବେଳେ ଖସିଲା ଗୋଡ଼। ପାଣିରେ ଯାଇ ପଡ଼ିଲେ ବିଜେପି ବିଧାୟକ। ଏବେ ଏହି ସମୟର ଏକ ଭିଡିଓ ଖୁବ ଭାଇରାଲ ହେଉଛି। କୁହାଯାଉଛି ଯେ, Reel ତିଆରି କରୁଥିବା ବେଳେ ବିଧାୟକଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ନିୟନ୍ତ୍ରଣ ନକରିପାରି ନଦୀ ପାଣିରେ ପଡ଼ିଯାଇଥିଲେ। ବିଧାୟକଜଣଙ୍କ ହେଲେ ଦିଲ୍ଲୀର ରବିନ୍ଦର ସିଂହ ନେଗି । ନଦୀ ସଫା ସଚେତନତା ଅଭିଯାନର ଏକ ରିଲ୍ ସୁଟିଂ କରୁଥିବା ସମୟରେ ଯମୁନା ନଦୀରେ ଏହି ଘଟଣା ଘଟିଥିଲା। ଛଟ୍ ପୂଜା ଉତ୍ସବ ମଧ୍ୟରେ ନଦୀକୁ ସଫାସୁତୁରା ରଖିବା ନେଇ ରାଜନୈତିକ ବିବାଦ ଜାରି ରହିଥିବା ବେଳେ ପାଟପରଗଞ୍ଜ ବିଧାୟକ ଏନେଇ Reel କରିବାକୁ ଚିନ୍ତା କରିଥିଲେ। ହେଲେ ସବୁ ଫସର ଫାଟିଯାଇଥିଲା। 

ଆମ ଆଦମୀ ପାର୍ଟି ବିଧାୟକଙ୍କ କଟାକ୍ଷ

ଆମ ଆଦମୀ ପାର୍ଟି ବିଧାୟକ ସଞ୍ଜୀବ ଝା Xରେ ଭିଡିଓଟି ସେୟାର କରି ନେଗିଙ୍କୁ କଟାକ୍ଷ କରି ଲେଖିଛନ୍ତି ଯେ, "ଏ ହେଉଛନ୍ତି ବିଜେପି ବିଧାୟକ ରବିନ୍ଦର ସିଂହ ନେଗିଜୀ, ଯିଏ ମିଛର ସୀମା ଅତିକ୍ରମ କରିସାରିଛନ୍ତି। ଜାତୀୟ ରାଜଧାନୀର ବିଜେପି ନେତାମାନଙ୍କ ପାଇଁ ଫାଙ୍କ‌ା ପ୍ରତିଶ୍ରୁତି ଦେବା ଏକ ବୃତି ପାଲଟିଯାଇଛି। ହୁଏତ ମିଛ ଏବଂ ଦେଖାଣିଆ ରାଜନୀତିରେ ବିରକ୍ତ ହୋଇ ଯମୁନା ମାଆ ନିଜେ ସେମାନଙ୍କୁ ନିଜ ପାଖକୁ ଡାକିଥିଲେ।"

୧୯ ସେକେଣ୍ଡର ଏହି ଭିଡିଓରେ, ପାଟପରଗଞ୍ଜ ବିଧାୟକ ନଦୀ କୂଳରେ ଦୁଇଟି ବୋତଲ ଧରି ଆଣ୍ଠୁମାଡ଼ି ବସିଥିବାର ଦେଖାଯାଉଛି। ଯେତେବେଳେ ସେ ଉଠିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ସେ ତାଙ୍କର ଭାରସାମ୍ୟ ହରାଇ ପାଣିରେ ଖସିପଡ଼ୁଛନ୍ତି। ପାଖରେ ଥିବା ଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ ବି ବିଧାୟକଙ୍କୁ ଧରିପାରୁନାହାନ୍ତି।

ଆହୁରି ପଢ଼ନ୍ତୁ: Shreyas Iyer Recovering: ସୁସ୍ଥ ହେଉଛନ୍ତି ଶ୍ରେୟସ, ଏବେ ଚିନ୍ତା କରିବାର କିଛି ନାହିଁ: ସୂର୍ଯ୍ୟକୁମାର

ଆହୁରି ପଢ଼ନ୍ତୁ: Tragic Accident During Chhath Puja: ପାଣିରେ ବୁଡ଼ି ଚାଲିଗଲା ଆଉ ୫ ଜଣଙ୍କ ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe