ଓବିସି ଅବା ଏସ୍‌ସି ନହୋଇ 'ଶୁକ୍ଳା' କାହିଁକି: ଶୁଭାଂଶୁଙ୍କ ମହାକାଶ ଯାତ୍ରା ନେଇ କଂଗ୍ରେସ ନେତାଙ୍କ ପ୍ରଶ୍ନ

ଶୁଭାଂଶୁ ଶୁକ୍ଳାଙ୍କ ଉପରେ କଂଗ୍ରେସ ନେତା ଉଦିତ ରାଜ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉଦିତ ରାଜ କହିଛନ୍ତି ଯେ, ମୁଁ ଭାବୁଛି ଏଥର ଏକ ସୁଯୋଗ ଥିଲା। ପଛୁଆ ବର୍ଗ ଅବା ଦଳିତ ବର୍ଗ ମଧ୍ୟରୁ ଜଣଙ୍କୁ ପଠାଇବା ଉଚିତ୍ ଥିଲା। ସେ କୌଣସି ପରୀକ୍ଷା ଦେଇ ଯାଇ ନାହାନ୍ତି। ସରକାର ତାଙ୍କୁ ଚୟନ କରିଥିଲେ...

Why is it 'Shukla' and not OBC or SC: Congress leader questions Subhanshu's space journey

Why is it 'Shukla' and not OBC or SC: Congress leader questions Subhanshu's space journey Photograph: (sambad.in)

ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସ୍‌ଏସ୍‌)ରେ  ଦୁଇ ସପ୍ତାହ ବିତାଇବା ପରେ, କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପୃଥିବୀକୁ ଫେରି ଆସିଛନ୍ତି। ସେ ମଙ୍ଗଳବାର ପୃଥିବୀରେ ଅବତରଣ କରିଛନ୍ତି।  ଏବେ  କଂଗ୍ରେସ ନେତା ଉଦିତ ରାଜ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ପାଇଁ ହୋଇଥିବା ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ 'ଶୁକ୍ଳା ଜୀ'ଙ୍କ ବଦଳରେ କୌଣସି ଓବିସି ଅବା ଦଳିତଙ୍କୁ ପଠାଯାଇପାରିଥାନ୍ତା।

ସେ କହିଛନ୍ତି, ମୁଁ ତାଙ୍କର ସୁରକ୍ଷିତ ଭାବରେ ଫେରି ଆସିବା ଏବଂ  ସେଠାରୁ ଅର୍ଜିତ ଜ୍ଞାନ ପ୍ରସାର କରିବା ପାଇଁ ଶୁଭକାମନା ଜଣାଉଛି। ଆମେ ଏହାର ସୁଯୋଗ ନେବା ଉଚିତ୍। ଏହା ମାନବତା ପାଇଁ ଲାଭଦାୟକ। ପୂର୍ବରୁ ରାକେଶ ଶର୍ମାଙ୍କୁ ପଠାଯାଇଥିଲା, ସେତେବେଳେ ଏସ୍‌ସି-ଏସ୍‌ଟି  ବର୍ଗର ଲୋକମାନେ ଏତେ ଶିକ୍ଷିତ ନଥିଲେ।

ଅଧିକ ପଢ଼ନ୍ତୁ: ଆଦିତ୍ୟଙ୍କ 'ଚଡ଼ି-ଗଞ୍ଜି ଗ୍ୟାଙ୍ଗ୍' କଟାକ୍ଷ: ବିରୋଧୀ କ୍ରୋଧିତ


ଉଦିତ ରାଜ କହିଛନ୍ତି, ମୁଁ ଭାବୁଛି ଏଥର ଓବିସି ଏବଂ ଦଳିତ ବର୍ଗଙ୍କର ପାଳି ଥିଲା।  ସେମାନଙ୍କୁ ପଠାଯିବା ଉଚିତ୍ ଥିଲା। ଶୁକ୍ଳା ଜୀଙ୍କ ବଦଳରେ, କିଛି ଦଳିତ କିମ୍ବା ଓବିସିଙ୍କୁ ମଧ୍ୟ ପଠାଯାଇ ପାରିଥାନ୍ତା। ଶୁକ୍ଳା  କୌଣସି ପରୀକ୍ଷା ଦେବା ପରେ ଯାଇ ନଥିଲେ। ତାଙ୍କୁ ସରକାର ଚୟନ କରିଥିଲେ।

ଆକ୍ସିଅମ୍-୪ ମିସନରେ ଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଆଇଏସଏସରେ ୧୮ଦିନ ରହିବା ପରେ ମଙ୍ଗଳବାର ପୃଥିବୀକୁ ଫେରିଛନ୍ତି। ୨୨.୫ଘଣ୍ଟା ଯାତ୍ରା ପରେ,  କାଲିଫର୍ନିଆର ସାନ ଡିଏଗୋରେ ଅବତରଣ କରିଛନ୍ତି।

ଶୁଭାଂଶୁ ଶୁକ୍ଳା, କମାଣ୍ଡର ପେଗି ହ୍ୱିଟସନ, ମିସନ ବିଶେଷଜ୍ଞ ପୋଲାଣ୍ଡର ସ୍ଲାଭୋଜ ଉଜ୍ଞାନସ୍କି-ୱିସନିୱସ୍କି ଏବଂ ହଙ୍ଗେରୀର ଟିବୋର କାପୁଙ୍କୁ ନେଇ ଡ୍ରାଗନ 'ଗ୍ରେସ' ମହାକାଶଯାନ ସୋମବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪:୪୫ ରେ ମହାକାଶ କେନ୍ଦ୍ରରୁ ଅଲଗା ହୋଇଥିଲା।

ଅଧିକ ପଢ଼ନ୍ତୁ: ଟଙ୍କା କି ଭରିବ ଝିଅର କ୍ଷତି.. ଶୁଣ ସରକାର ! ବ୍ୟବସ୍ଥାର ବନ୍ଦୀଶାଳାରେ ଜଳିଗଲା ‘ଆଜିର ରେବତୀ’

 shubhanshu-shukla | ISS

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe