Wife leaves husband for her own luxurious life after husband loses Rs 6 lakh job Photograph: (sambad.in)
ବେଜିଂ: ଜଣେ ୪୩ ବର୍ଷୀୟ ଆଇନ ସ୍ନାତକ ନିରର ମୋଟା ଅଙ୍କର ଦରମା ଚାକିରି ହରାଇବା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଛନ୍ତି। ଏହି ଖବର ଏବେ ଚୀନ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରିପୋର୍ଟ ଅନୁଯାୟୀ, କ୍ୱିଆନକିଆନ ନାମକ ଏହି ବ୍ୟକ୍ତି ପୂର୍ବରୁ ଏକ ସରକାରୀ କମ୍ପାନିରେ କାମ କରୁଥିଲେ ଏବଂ ମାସକୁ ପ୍ରାୟ ୫୦,୦୦୦ୟୁଆନ ( ୬.୨୩ ଲକ୍ଷ ଟଙ୍କା) ରୋଜଗାର କରୁଥିଲେ। କ୍ୱିଆନକିଆନଙ୍କ ଅନୁସାରେ, ଏହି ବିବାହ ପରେ ତାଙ୍କର ଖର୍ଚ୍ଚ ବଢ଼ିବାରେ ଲାଗିଥିଲା। ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହେବାରେ ଲାଗିଥିଲା।
ସାତ ବର୍ଷରେ ସ୍ବାମୀ-ସ୍ତ୍ରୀଙ୍କ ସହିତ କେବଳ ୭ରୁ୮ ଥର ଶାରୀରିକ ସମ୍ପର୍କ
ସ୍ତ୍ରୀଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ଖର୍ଚ୍ଚ ବଢ଼ିବାରେ ଲାଗିଥିଲା। ସେଥି ପାଇଁ ସ୍ବାମୀ ନିଜ ଫ୍ଲାଟ ବିକ୍ରି କରିଦେଇଥିଲେ। ଛାଡ଼ପତ୍ର ସମୟରେ ତାଙ୍କର କୌଣସି ସମ୍ପତ୍ତି ନଥିଲା। ସାତ ବର୍ଷ ମଧ୍ୟରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ସହିତ କେବଳ ୭ରୁ୮ ଥର ଶାରୀରିକ ସମ୍ପର୍କ ରଖିଥିଲେ।
ସୁନ୍ଦରୀ ସ୍ତ୍ରୀ ଧୋକା ଦେଲେ
ସୁନ୍ଦର ସ୍ତ୍ରୀଙ୍କ ପାଇଁ ଖର୍ଚ୍ଚ କରି କରି ଶେଷରେ ତାଙ୍କ ରୋଜଗାର ଟଙ୍କା ସରି ଯାଇଥିଲା। ପାଞ୍ଚ ବର୍ଷ ପୂର୍ବେ ଅଜଣା କାରଣ ପାଇଁ ସେ ତାଙ୍କ ଚାକିରି ହରାଇଥିଲେ। ସେବେଠାରୁ ସେ ଜଣେ ଡେଲିଭରି ରାଇଡର ଭାବରେ କାମ କରି ମାସକୁ ୧୦,୦୦୦ୟୁଆନ ( ୧.୨୪ ଲକ୍ଷ ଟଙ୍କା) ରୁ କମ୍ ରୋଜଗାର କରୁଛନ୍ତି। ରୋଜଗାର କମି ଯିବାରୁ ସୁନ୍ଦରୀ ସ୍ତ୍ରୀ ତାଙ୍କୁ ଧୋକା ଦେଇଥିଲେ।
ତାଙ୍କ ଆୟ ହ୍ରାସ ପାଇବା ପରେ ସ୍ତ୍ରୀ ଛାଡ଼ପତ୍ର ଦାବି କରିଥିଲେ। ସ୍ତ୍ରୀ ରୋକ୍ ଠୋକ୍ କହିଥିଲେ ମୁଁ ଟଙ୍କାକୁ ଭଲ ପାଏ ତୁମକୁ ନୁହେଁ। ଏବେ ତୁମ ପାଖରେ ଟଙ୍କା ନାହିଁ। ମୁଁ ତୁମ ସହିତ ଗୋଟିଏ ଘରେ ରହିବା ଆଉ ସମ୍ଭବ ନୁହେଁ ବୋଲି ସ୍ତ୍ରୀ କହିଥିଲେ।
ଦାମୀ ପୋଷାକ କିଣିବା ସ୍ତ୍ରୀଙ୍କ ଏକ ସୌକ୍ ଥିଲା। ସେ ତାଙ୍କ ହାତ ଏବଂ ପାଦରେ ମହଙ୍ଗା କ୍ରିମ୍ ବ୍ୟବହାର କରୁଥିଲେ। ଏହା ସହିତ ସ୍ଲିମ୍ ରହିବା ପାଇଁ ମହଙ୍ଗା ସପ୍ଲିମେଣ୍ଟ୍ ନେଇଥିଲେ ଏବଂ ଅନେକ ଥର କସମେଟିକ୍ ପ୍ରକ୍ରିୟା ମଧ୍ୟ କରୁଥିଲେ।
ସ୍ତ୍ରୀ ମୋ ଟଙ୍କାକୁ ଭଲ ପାଉଥିଲେ ମତେ ନୁହେଁ
ସ୍ତ୍ରୀ ଛାଡ଼ିଯିବା ପରେ ମଧ୍ୟ ସ୍ବାମୀ କହିଛନ୍ତି, ସେ ହେଉଛନ୍ତି ସେହି ମହିଳା ଯାହାକୁ ମୁଁ ସବୁଠାରୁ ଅଧିକ ଭଲ ପାଇଛି। ମୁଁ ତାଙ୍କୁ କେବେ ଭୁଲି ପାରିବି ନାହିଁ କାରଣ ମୁଁ ତାଙ୍କୁ ନିଜ ଜୀବନଠାରୁ ମଧ୍ୟ ଅଧିକ ଭଲ ପାଏ। ମୁଁ ଜାଣୁଥିଲି ଯେ, ସେ ମୋ ଟଙ୍କାକୁ ଭଲ ପାଉଛନ୍ତି। କିନ୍ତୁ ମୁଁ କେବଳ ତାଙ୍କୁ ହିଁ ଭଲ ପାଉଥିଲି ବୋଲି ସ୍ବାମୀ କୋହଭରା କଣ୍ଠରେ କହିଛନ୍ତି।
କିଆନକିଆନ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ପ୍ରଥମ ଥର ପାଇଁ ଅନଲାଇନରେ ପରସ୍ପର ସମ୍ପର୍କରେ ଜାଣିଥିଲେ। ସ୍ତ୍ରୀ ଜାଣିଥିଲେ ଯେ, ତାଙ୍କର ଆକର୍ଷଣୀୟ ଲୁକ୍ ଯୋଗୁ ଅନେକ ପୁରୁଷ ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି।
ଆହୁରି ପଢ଼ନ୍ତୁ:Nitish Kumar To Resign: ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ: ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ପରେ ସ୍ଥିର ହେବ ନୂଆ ରଣନୀତି
ସ୍ତ୍ରୀ ଭାବରେ ମୁଁ ଶେଷରେ ତାଙ୍କୁ ବାଛିଥିଲି। କାରଣ ତାଙ୍କ ବ୍ୟକ୍ତିତ୍ୱ କିମ୍ବା ତାଙ୍କର ଲୁକ୍କୁ ପସନ୍ଦ କରୁ ନଥିଲି। ତାଙ୍କୁ ମୁଁ ଅନ୍ତରରୁ ଭଳ ପାଉଥିଲି ବୋଲି କିଆନକିଆନ କହିଛନ୍ତି। ମତେ ଛାଡ଼ି ଚାଲିଯାଇଥିଲେ ବି ମୁଁ ମୋର ପୂର୍ବତନ ସ୍ତ୍ରୀଙ୍କୁ ଘୃଣା କରୁ ନାହିଁ ବୋଲି କିଆନକିଆନ କହିଛନ୍ତି।
Follow Us