Will not betray the country Photograph: (sambad.in)
କିଭ୍/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୟୁକ୍ରେନକୁ ଏକ ଶାନ୍ତି ଯୋଜନା ଗ୍ରହଣ କରିବା ପାଇଁ ପାଞ୍ଚ ଦିନର ଅଲଟିମେଟମ୍ ଦେଇଛନ୍ତି। ସେ କହିଛନ୍ତି, ମୁଁ ଚାଲିଥିବା ରକ୍ତପାତ ବନ୍ଦ କରିବାକୁ ଚାହୁଁଛି। ତେଣୁ ୟୁକ୍ରେନ ତାଙ୍କୁ ନଭେମ୍ବର ୨୭ ସୁଦ୍ଧା କହିବା ଉଚିତ୍ ଯେ ସେ ଶାନ୍ତି ଯୋଜନା ଗ୍ରହଣ କରନ୍ତି କି ନାହିଁ।
ରାଷ୍ଟ୍ରପତି ଟ୍ରମ୍ପ୍ ଭୋଲଡିମେୟର ଜେଲେନସ୍କିଙ୍କୁ ସିଧାସଳଖ ଚେତାବନୀ ମଧ୍ୟ ଦେଇଛନ୍ତି, ଯଦି ଶାନ୍ତି ଯୋଜନା ଗ୍ରହଣ ନ କରାଯାଏ, ତେବେ ଆମେରିକା ୟୁକ୍ରେନଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିବ ଏବଂ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଓ ଗୁପ୍ତଚର ଯୋଗାଣ ଉପରେ ରୋକ ​​ଲଗାଇବ।
ଆହୁରି ପଢ଼ନ୍ତୁ:Congress Makes Controversial Comment: ୟୁଜ୍ ଆଣ୍ଡ୍ ଥ୍ରୋ ରାଜନୀତି କରୁଛି ବିଜେପି ଜଗଦୀପ ଧନକରଙ୍କୁ ନେଇ କଂଗ୍ରେସର କଟାକ୍ଷ
ଶାନ୍ତି ଯୋଜନା ୟୁକ୍ରେନର ସ୍ୱାର୍ଥ ବିରୋଧୀ
ଟ୍ରମ୍ପ୍ଙ୍କ ଚରମବାଣୀ ନେଇ ଜେଲେନସ୍କିଙ୍କ ପ୍ରତିକ୍ରିୟା ଆସିଛି। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି, ସେ ଏକ ଦ୍ୱନ୍ଦ୍ୱରେ ଫସିଛନ୍ତି, କିନ୍ତୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଶାନ୍ତି ଯୋଜନା ୟୁକ୍ରେନୀୟ ଲୋକଙ୍କ ସ୍ୱାର୍ଥରେ ନୁହେଁ। ତେଣୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ସେ ତାଙ୍କ ଦେଶ ସହିତ ବିଶ୍ୱାସଘାତକତା କରିପାରିବେ ନାହିଁ। ଯଦି ଆମକୁ ଆମର ସମ୍ମାନ ଏବଂ ସ୍ୱାଧୀନତା ହରାଇବା ତଥା ଆମେରିକୀୟ ସମର୍ଥନ ହରାଇବା ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼େ, ତେବେ ଆମେ ସମ୍ମାନ ବାଛିବୁ। ମୁଁ ୟୁକ୍ରେନ ସହିତ ବିଶ୍ୱାସଘାତକତା କରିନାହିଁ କି ମୁଁ କେବେ ତାହା କରିବି ନାହିଁ ବୋଲି ସେ କହିଛନ୍ତି।
ୟୁରୋପୀୟ ଦେଶଙ୍କ ପକ୍ଷରୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ
ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଅଲ୍ଟିମେଟମ୍ ପାଇବା ପରେ ଜେଲେନ୍ସକି ତାଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ୟୁରୋପୀୟ ନେତାମାନେ ମଧ୍ୟ ୟୁକ୍ରେନକୁ ସମର୍ଥନ କରିଛନ୍ତି ଏବଂ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଶାନ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୟୁକ୍ରେନ ନିଃସନ୍ଦେହରେ ଏକ କଷ୍ଟକର ସ୍ଥିତିର ସମ୍ମୁଖୀନ ହେଉଛି। ଏହା ନିଜର ଗର୍ବ ଏବଂ ସ୍ୱାଧୀନତା ହରାଇବା କିମ୍ବା ଆମେରିକାର ସମର୍ଥନ ହରାଇବାର ସମ୍ମୁଖୀନ ହେଉଛି। ତଥାପି, ୟୁକ୍ରେନ ରୁଷିଆ ସହିତ ଯୁଦ୍ଧବିରତି ପାଇଁ ସର୍ତ୍ତାବଳୀ ଏବଂ ଶାନ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ କରୁଛି ବୋଲିସେ କହିଛନ୍ତି।
ଟ୍ରମ୍ପ୍ ନିଜ ଅଧିକାରୀଙ୍କ ସହିତ ମିଶି ଏକ ଯୋଜନା ପ୍ରସ୍ତୁତ କରିଛନ୍ତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ଆଲୋଚନାକାରୀ ଷ୍ଟିଭ୍ ୱିଟକଫଙ୍କ ସହିତ ଏକ ୟୁକ୍ରେନ ଶାନ୍ତି ଯୋଜନା ପ୍ରସ୍ତୁତ କରିଛନ୍ତି। ଯାହାକୁ ହ୍ୱାଇଟ୍ ହାଉସ୍ ସମର୍ଥନ କରିଛି। ଶାନ୍ତି ଯୋଜନାରେ ଉଲ୍ଲେଖ ଅଛି ଯେ, ୟୁକ୍ରେନକୁ ନାଟୋ ସଦସ୍ୟତା ପ୍ରଦାନ କରାଯିବ ନାହିଁ।
ଆହୁରି ପଢ଼ନ୍ତୁ:Miracle Of Prabhu Jagannath: ପ୍ରଭୁ ଜଗନ୍ନାଥଙ୍କ ଚମତ୍କାର: କୋମାରୁ ଫେରିଲା ରାଜସ୍ଥାନର ନିତିନ
ୟୁକ୍ରେନର ସାମରିକ ବାହିନୀ ଅଧା କରାଯିବ ଏବଂ ୟୁକ୍ରେନକୁ ନିଜର ସୀମାରେ କ୍ଷେପଣାସ୍ତ୍ର ମୁତୟନ କରିବାରୁ ବାରଣ କରାଯିବ। ୟୁକ୍ରେନକୁ ଏହାର ଡୋନବାସ ଏବଂ କ୍ରିମିଆ ଅଞ୍ଚଳକୁ ରୁଷିଆକୁ ହସ୍ତାନ୍ତର କରିବାକୁ ପଡିବ ଏବଂ ନିଜର ସୀମା ମଧ୍ୟରେ ରୁଷୀୟ ଭାଷାକୁ ସ୍ୱୀକୃତି ଦେବାକୁ ପଡ଼ିବ।
Follow Us