ୟୁନୁସ୍ ସରକାର ଆମ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି: ବିଏନପିର ଅଭିଯୋଗ

ଖାଲିଦା ଜିଆଙ୍କ ବିଏନପି ମହମ୍ମଦ ୟୁନୁସ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ତଥା ଦେଶର ଗୁପ୍ତଚର ଏଜେନ୍ସି ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। 'ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସି' ଏକ ରାଜନୈତିକ ଦଳ ଗଠନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି...

BNP-yunus

ଢାକା: ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ବରିଷ୍ଠ ଯୁଗ୍ମ ସଚିବ ରାହୁଲ କବୀର ରିଜଭି ମହମ୍ମଦ ୟୁନୁସ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ତଥା ଦେଶର ଗୁପ୍ତଚର ଏଜେନ୍ସି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରିଜଭି କହିଛନ୍ତି ଯେ 'ଷ୍ଟେଟ ଇଣ୍ଟେଲିଜେନ୍ସ ଏଜେନ୍ସି' ଏକ ରାଜନୈତିକ ଦଳ ଗଠନ କରିବାକୁ ଚେଷ୍ଟା କରୁଛି।

ଢାକା ରିପୋଟର୍ସ ୟୁନିଟ୍‌ରେ ଏକ ଆଲୋଚନା ବେଳେ ରିଜଭି କହିଛନ୍ତି, ଯଦି ସରକାରଙ୍କ ଗୁପ୍ତଚର ସଂସ୍ଥା କାହାକୁ ମନୋନୀତ କରାଯିବ ତାହା ସ୍ଥିର କରିବେ ତେବେ ଆମର ବଳିଦାନର ଅର୍ଥ କିଛି ରହିବ ନାହିଁ।  

ସେ କହିଛନ୍ତି ଯେ, ବିଏନପିକୁ ଦୁର୍ବଳ କରିବା ଏବଂ ଭାଙ୍ଗିବା ପାଇଁ ସରକାରଙ୍କ ମଧ୍ୟରେ ଉଦ୍ୟମ ଚାଲିଛି ବୋଲି ସନ୍ଦେହ ପ୍ରକାଶ ପାଇଛି। 

ବାସ୍ତବରେ, ବିଏନପି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପାଖରେ ନିରନ୍ତର ଦାବି କରୁଛି ଯେ, ଦେଶରେ ଯଥାଶୀଘ୍ର ନିରପେକ୍ଷ ନିର୍ବାଚନ କରାଯାଉ। ରବିବାର ଦିନ ବିଏନପି ନେତା ମିର୍ଜା ଫଖରୁଲ ଇସଲାମ ଆଲାମଗିର କହିଥିଲେ, ଆଗାମୀ ନିର୍ବାଚନ ପ୍ରସଙ୍ଗରେ ବିଏନପି ପକ୍ଷରୁ ଦାବି ଉଠାଯିବା ପରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ସେ କହିଥିଲେ, ଆମେ ଆମର ଭୋଟ୍ ଦାନ ଅଧିକାର ବ୍ୟବହାର କରିବାକୁ ଚାହୁଁଛୁ, ଆମେ ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବାକୁ ଚାହୁଁଛୁ କିନ୍ତୁ ଯେତେବେଳେ ଆମେ ନିର୍ବାଚନ ପ୍ରସଙ୍ଗ ଉଠାଉଛୁ କେତେକ ଏହାକୁ ନେଇ ଭିନ୍ନ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି। 

ଅଧିକ ପଢ଼ନ୍ତୁ:  ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍: ଭାରତ ବନ୍ୟାରେ ବୁଡ଼ିବା ଆଶଙ୍କା

ଅନ୍ୟପକ୍ଷରେ ଛାତ୍ର ଆନ୍ଦୋଳନର ମୁଖ୍ୟ ସଂଗଠକ ଥିବା ୟୁନୁସ୍‌ଙ୍କ  ମନ୍ତ୍ରୀ ଆସିଫ ମହମୁଦ ଭୁୟାଁ କହିଛନ୍ତି ଯେ, କେବଳ ନିର୍ବାଚନ ପାଇଁ ଜୁଲାଇ ବିଦ୍ରୋହରେ ଶହ ଶହ ଲୋକ ପ୍ରାଣ ହରାଇ ନାହାନ୍ତି। ସେ କହିଛନ୍ତି, ଆମର ମତାମତ ହେଉଛି, ସଂସ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହା ସ୍ବଷ୍ଟ ଯେ, ଲୋକ କେବଳ ନିର୍ବାଚନ କିମ୍ବା ଭୋଟ୍ ପାଇଁ ବଳିଦାନ ଦେଇନାହାନ୍ତି।

ଅଧିକ ପଢ଼ନ୍ତୁ: କାଜାଖସ୍ତାନ ବିମାନ ଦୁର୍ଘଟଣା: ରୁଷିଆକୁ ଦାୟୀ କଲା ୟୁକ୍ରେନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe