Theft At Bonai: ବଣାଇ ଅଞ୍ଚଳରେ ପୁଣି ଚୋରି, ତାଲା ଭାଙ୍ଗି ନେଇଗଲେ ସୁନା ଓ ଟଙ୍କା

୨ ଦିନତଳେ ମା ଓ ଝିଅଙ୍କୁ ବାନ୍ଧି ୫ ଜଣ ଦୁର୍ବୃତ୍ତ ଏକ କୋଟିର ସୁନା ଓ ଟଙ୍କା ନେଇ ଗାଏବ ହୋଇଥିବ ବେଳେ ବଣାଇ ଅଞ୍ଚଳରେ ପୁଣି ଥରେ ଚୋରି,  lock ଭାଙ୍ଗି ନେଇଗଲେ ସୁନା ଓ ଟଙ୍କା। 

theft at bonai

theft at bonai Photograph: (Sambad.in)

ବଣାଇଗଡ଼: ବଣାଇ ଅଞ୍ଚଳ ଏବେ ଚୋରମାନଙ୍କର କଳା ନଜରରେ ରହିଛି l ଗତ ୩ ଦିନ ହେବ ଅଞ୍ଚଳରେ କିଛି ନା କିଛି ଡକାୟତି ଚୋରି ହେଉଛି l ୨ ଦିନତଳେ ମା ଓ ଝିଅଙ୍କୁ ବାନ୍ଧି ୫ ଜଣ ଦୁର୍ବୃତ୍ତ ଏକ କୋଟିର ସୁନା ଓ ଟଙ୍କା ନେଇ ଗାଏବ ହୋଇଥିବ ବେଳେ ଘଟଣାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କୁ ଏବେ ପଯ୍ୟନ୍ତ ଧରା ଯାଇନି l

ବଣାଇ ଅଞ୍ଚଳରେ ଚୋର, ଡକାୟତମାନେ ଅଧିକ ସକ୍ରିୟ

ଏଣେ ଗତ ସୋମବାର ଦିନ ବାବୁନୂଆଗାଁ (ଛତିଆଢ଼ିପା )ର ନିକୁଞ୍ଜ ବେହେରା ଓ ତାଙ୍କ ପରିବାର କୌଣସି କାର୍ଯ୍ୟ ପାଇଁ ଅନୁଗୁଳ ଯାଇଥିବା ବେଳେ ଗତକାଲି ରାତି ୮ ଘଟିକାରେ ଘରକୁ ଫେରି ଦେଖିବା ବେଳେ ତାଙ୍କ ଘରର ତାଲା ଭାଙ୍ଗି ୫୫ ଗ୍ରାମ ସୁନା ଓ ୨ ଲକ୍ଷ ଟଙ୍କା ଚୋରି ହେଇଥିବା ବଣାଇ ପୁଲିସକୁ ଖବର ଦେଇଥିଲେ l ଏହା ସହିତ ଗତକାଲି ରାତିରେ ବଣାଇ ଚର୍ଚ୍ଚ ଛକ ନିକଟରେ ଥିବା ଚନ୍ଦନ ଚା ଦୋକାନରେ ଚୋରମାନେ ତାଲା ଭାଙ୍ଗି ଟିଭି, ସାଉଣ୍ଡ ବକ୍ସ, ବିସ୍କୁଟ, କିଛି ପଇସା ଚୋରି ହେଇଥିବା ଦୋକାନୀ ଆଜି ସକାଳୁ ୪. ୩୦ ସମୟରେ ଦୋକାନ ଖୋଲିବା ସମୟରେ ଦେଖି ପୁଲିସକୁ ଜଣାଇଥିଲେl ପୁଲିସ ଆସି ଘଟଣାର ତଦନ୍ତ କରୁଥିବା ଜଣାପଡିଛି l ଏହି ଭଳି ଦିନକୁ ଦିନ ବଣାଇ ଅଞ୍ଚଳରେ ଡକାୟତି ଚୋରମାନେ ଅଧିକ ସକ୍ରିୟ ହେଉଛନ୍ତି l ଲୋକଙ୍କର ପୁଲିସ ଉପରେ ଆସ୍ଥା ବିଶ୍ୱାସ ଉଠିଗଲାଣି l ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ସେମାନଙ୍କ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି l ଦେଖିବାକୁ ବାକି ରହିଲା ବଣାଇଁ ପୁଲିସ କେବେ ଚୋରମାନଙ୍କୁ ଧରୁଛନ୍ତି! 

 ସୁନ୍ଦରଗଡ଼ଜିଲ୍ଲା ବଣାଇ ସହରରେ ହୋଇଛି ସଶସ୍ତ୍ର ଡକାୟତି। ୫ ଜଣ ମୁଖାଧାରୀ ଡକାୟତ ମା’ଝିଅଙ୍କୁ ମାଡ଼ମାରିବା ସହିତ ଝିଅକୁ ଦୁଷ୍କର୍ମ ଧମକ ଦେଇ ଲୁଟି ନେଇଛନ୍ତି କୋଟିଏ ଟଙ୍କାର ସମ୍ପତ୍ତି। ବଣାଇ ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ରାଉରକେଲା ଏସ୍‌ପି ଓ ବଣାଇ ଏସ୍‌ଡିପିଓଙ୍କ ସମେତ ୬ ଥାନାର ଆଇଆଇସି ପହଞ୍ଚି ତଦନ୍ତକୁ ଜୋର୍‌ଦାର କରିଛନ୍ତି। ଅପରାହ୍‌ଣରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ତନାଘନା କରିଛି। ବଣାଇଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ରଶ୍ମି ଇଲେକ୍ଟ୍ରିକାଲ ଦୋକାନର ମାଲିକ ତୃପ୍ତିମୟୀ ସାହୁ(୫୨) ଝିଅ ସହ ରହନ୍ତି। ଦୋକାନର ଜଣେ କର୍ମଚାରୀ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ତିର୍ଚୁ ମଧ୍ୟ ତାଙ୍କ ଘରେ ରହେ। ରବିବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପହଞ୍ଚି ତିର୍ଚୁକୁ ମାଡ଼ମାରିବା ସହ ବାନ୍ଧି ଦେଇଥିଲେ। 

ଆହୁରି ପଢ଼ନ୍ତୁ: ବିକଶିତ ନୂଆପଡ଼ା ଗଠନ ବିଜେପିର ସଂକଳ୍ପ

ମୁଣ୍ଡରେ ବନ୍ଧୁକ ଲଗାଇ ମାଲିକାଣୀଙ୍କୁ ଡାକିବାକୁ କହିଥିଲେ। ଡକାୟତଙ୍କ ପାଖରେ ବନ୍ଧୁକ, ମାଂସକଟା ଚାପଡ଼ ଓ ଶାବଳ ଥିଲା। ଭୟରେ ତିର୍ଚୁ ‘ପେଟ ବିନ୍ଧୁଛି, ଔଷଧ ଦିଅ’ ବୋଲି ମାଲିକାଣୀ(ତୃପ୍ତିମୟୀ)ଙ୍କୁ ଫୋନ୍‌ ଯୋଗେ କହିଥିଲା। ମା’-ଝିଅ ଔଷଧ ବାହାର କରି କବାଟ ଖୋଲିଥିଲେ। ସେତିକିବେଳେ ଛକି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କୁ ଧକ୍କା ମାରି ଘର ଭିତରକୁ ପଶିଥିଲେ। ମା’ଝିଅଙ୍କ ମୁହଁ, ଗୋଡ଼ହାତ ସବୁ ବାନ୍ଧିବା ସହ ଚାବି ମାଗିଥିଲେ। ଚାବି ନ ଦେଲେ ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ୍‌ କରିଦେବୁ ବୋଲି ଧମକ ଦେଇଥିଲେ। ଏହାପରେ ଡାକାୟତମାନେ ତୃପ୍ତିମୟୀଙ୍କଠାରୁ ଚାବିନେଇ ପ୍ରାୟ ୭୫ ଲକ୍ଷ ଟଙ୍କାର ସୁନାଗହଣା ଓ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ଆହୁରି ପଢ଼ନ୍ତୁ:ବର୍ତ୍ତିଗଲା ଓଡ଼ିଶା: ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ‘ମୋନ୍ଥା’

ଦୁର୍ବୃତ୍ତମାନେ ପ୍ରାୟ ତିନିଘଣ୍ଟା ଧରି ଏଭଳି କାଣ୍ଡ ଭିଆଇଥିବା ବେଳେ ଯିବା ସମୟରେ ସିସିଟିଭି କ୍ୟାମେରା ଭାଙ୍ଗି ହାର୍ଡଡିସ୍କ ନେଇଯାଇଥିଲେ। ଭୋର୍‌ ସମୟରେ ଖବରପାଇ ବଣାଇ ଥାନାଧିକାରୀ ଜ୍ଞାନେନ୍ଦ୍ର ସାହୁ ପୁଲିସବଳ ସହ ପହଞ୍ଚିଥିଲେ। 

Crime | theft

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe