ଅଟୋରେ ଘରକୁ ଫେରୁଥିବା ବେଳେ ନିଶା ଦେଇ ଦୁଷ୍କର୍ମ କଲା ଚାଳକ

ପାଠପଢ଼ା ସାରି ଅଟୋରେ ଘରକୁ ଫେରୁଥିଲେ ନର୍ସିଂ ଛାତ୍ରୀ। ନିଶା ନେଇ ଦୁଷ୍କର୍ମ କଲା ଚାଳକ। ମହାରାଷ୍ଟ୍ରର ରତ୍ନଗିରିରେ ଘଟିଛି ଏଭଳି ଘଟଣା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ରତ୍ନଗିରିରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି।

rape case

ରତ୍ନଗିରି: ପାଠପଢ଼ା ସାରି ଅଟୋରେ ଘରକୁ ଫେରୁଥିଲେ ନର୍ସିଂ ଛାତ୍ରୀ। ନିଶା ନେଇ ଦୁଷ୍କର୍ମ କଲା ଚାଳକ। ମହାରାଷ୍ଟ୍ରର ରତ୍ନଗିରିରେ ଘଟିଛି ଏଭଳି ଘଟଣା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ରତ୍ନଗିରିରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି।

ପୁଲିସ କହିଛି ଯେ, କଲେଜରୁ ଘରକୁ ଫେରିବା ପାଇଁ ପୀଡ଼ିତା ଏକ ଅଟୋ ବୁକ୍ କରିଥିଲେ। ଅଟୋରେ ଆସୁଥିବା ବେଳେ ଅଧା ବାଟରେ ଅଟୋ ଚାଳକ ତାଙ୍କୁ ନିଶା ମିଶା ପାଣି ପିଇବାକୁ ଦେଇଥିଲେ। ଏହି ପାଣି ପିଇବା ପରେ ପୀଡ଼ିତା ଅଚେତ ହୋଇଯିବାରୁ ଚାଳକଜଣକ ତାଙ୍କୁ ଧାର୍ଯ୍ୟ ହୋଇଥିବା ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ।  ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ପୀଡ଼ିତାଙ୍କ ପରିବାରକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବା ସହ ପୀଡ଼ିତାଙ୍କୁ ଡାକ୍ତରଖାନା ନେଇଥିଲେ ପରିବାର। ଏବେ ଅଭିଯୁକ୍ତ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

ସାରା ଦେଶ ଏବେ କୋଲକାତାର ଆରଜି କର ହସ୍ପିଟାଲର ୩୧ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସ୍ତବ୍ଧ ଥିବା ବେଳେ ନ୍ୟାୟ ଦାବି କରୁଛନ୍ତି। ଏମଧ୍ୟରେ ଦେଶର ବିଭିନ୍ନ କୋଣରେ ମହିଳାମାନେ ଦୁଷ୍କର୍ମର ଶିକାର ହେଉଥିବାର ଖବର ମିଳିଛି।

ଅଧିକ ପଢ଼ନ୍ତ- https://sambad.in/latest/kangana-ranaut-says-farmers-protest-couldve-led-to-bangladesh-like-situation-bjp-reacts-6929403

ଅଧିକ ପଢ଼ନ୍ତ-https://sambad.in/latest/samantha-ruth-prabhu-says-love-is-a-sacrifice-naga-chaitanya-in-new-post-6924167

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe