Change Phone Setting: ତୁରନ୍ତ ବଦଳାନ୍ତୁ ଫୋନର ଏହି ସେଟିଙ୍ଗ: ନହେଲେ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

Advertisment

ଫୋନରେ କଥା ହେଲା ବେଳେ ହୁଅନ୍ତୁ ସାବଧାନ। କଲ ଫରଓ୍ବାର୍ଡିଙ୍କ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ଖାଲି କରିପାରନ୍ତି ସାଇବର ଠକ। ଟଙ୍କା ଲୁଟିବା ପାଇଁ ସାଇବର ଠକ ଅବଲମ୍ବନ କରିଛନ୍ତି ନୂଆ ପଦ୍ଧତି।

ଫୋନରେ କଥା ହେଲା ବେଳେ ହୁଅନ୍ତୁ ସାବଧାନ। କଲ ଫରଓ୍ବାର୍ଡିଙ୍କ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ଖାଲି କରିପାରନ୍ତି ସାଇବର ଠକ। ଟଙ୍କା ଲୁଟିବା ପାଇଁ ସାଇବର ଠକ ଅବଲମ୍ବନ କରିଛନ୍ତି ନୂଆ ପଦ୍ଧତି।

cyber


ଫୋନରେ କଥା ହେଲା ବେଳେ ହୁଅନ୍ତୁ ସାବଧାନ। କଲ ଫରଓ୍ବାର୍ଡିଙ୍କ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ଖାଲି କରିପାରନ୍ତି ସାଇବର ଠକ। ଟଙ୍କା ଲୁଟିବା ପାଇଁ ସାଇବର ଠକ ଅବଲମ୍ବନ କରିଛନ୍ତି ନୂଆ ପଦ୍ଧତି।

ନୂଆଦିଲ୍ଲୀ: ଉଚ୍ଚଶିକ୍ଷିତ ହୁଅନ୍ତୁ ବା ସାଧାରଣ ମଣିଷ ସମସ୍ତେ ଏବେ ସାଇବର ଠକାମୀର ଶିକାର ହେଉଛନ୍ତି। ଲୁଟେରାମାନେ ଚଞ୍ଚକତା କରି ବିଭିନ୍ନ ମାଧ୍ୟମରେ ଟଙ୍କା ଲୁଟି ନେଉଥିବାର ଦେଖିବାକୁ ମିଳୁଛି । ଆଗରୁ ଅପରାଧୀମାନେ ଟଙ୍କା ଲୁଟିବା ପାଇଁ ବିଭିନ୍ନ ଏପିକେ ଆପ୍ପକୁ ବ୍ୟବହାର କରୁଥିବା ବେଳେ ଏବେ  ସିଧାସଳଖ ଫୋନ ଜରିଆରେ କରୁଛନ୍ତି ଲୁଟ। ଫୋନରେ ଆପଣ କଥା ହେଉଥିବା ବେଳେ ହଠାତ ଆପଣଙ୍କ କଲ ଫରୱାର୍ଡ଼ ହୋଇଯାଇଥାଏ ଏବଂ ଏହି କ୍ଷଣିକ ମୁହୁର୍ତ୍ତ ମଧ୍ୟରେ ଆପଣଙ୍କ ସବୁ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିନିଅନ୍ତି ଲୁଟେରା। ଏହି ଚୋରି ହୋଇଥିବା ତଥ୍ୟ ସିଧାସଳଖ ଭାବରେ ବର୍ଷ ବର୍ଷ ଧରି ସାଇତି ରଖିଥିବା ଆପଣଙ୍କ ଜମାପୁଞ୍ଜିକୁ ମଧ୍ୟ ଶେଷ କରିଦେଇଥାଏ।ତେବେ  ଲୋକଙ୍କ ହିତ ସଂପର୍କରେ ଚିନ୍ତା କରି ସ୍ବରାଷ୍ଟ୍ର ମନ୍ତ୍ରାଳୟ ତରଫରୁ କାମ କରୁଥିବା ଇଣ୍ଡିଆନ ସାଇବର କୋଡିନେସନ ସେଣ୍ଟର ଏହି ବିପଦ ସଂପର୍କରେ ଏକ ବଡ ଆଲର୍ଟ ଜାରି କରିଛି। ତେବେ କଣ ସେହି ଆର୍ଲଟ ଆସନ୍ତୁ ଜାଣିବା। 

କଲ କିମ୍ବା ମେସେଜରୁ ଆରମ୍ଭ ହୋଇଥାଏ ଠକେଇ
ଏହି ଠକେଇ ପ୍ରାୟତଃ ଏକ ସାଧାରଣ କଲ୍ କିମ୍ବା ମେସେଜରୁ ଆରମ୍ଭ ହୋଇଥାଏ। ସାଧାରଣତଃ ପ୍ରଥମେ ପ୍ରଥମେ ଲୁଟେରାମାନେ ନିଜର ପରିଚୟକୁ ଗୋପନରେ ରଖି, କୋରିଅର୍ କମ୍ପାନୀ କିମ୍ବା ଡେଲିଭରି କମ୍ପାନୀରେ କାମ କରୁଥିବା ବ୍ୟକ୍ତି ଭାବରେ ଲୋକଙ୍କ ସହ ଯୋଗାଯୋଗ କରିଥାଆନ୍ତି ଏବଂ ପରେ ଡେଲିଭରିରେ ସମସ୍ୟା ଅଛି ବୋଲି କହି ପ୍ରତିପକ୍ଷ ଲୋକକୁ ସେମାନଙ୍କ ୟୁଏସଏସଡି କୋର୍ଡ ପଠାଇବାକୁ କହିଥାଆନ୍ତି। ଏହି କୋର୍ଡ ପ୍ରାୟତଃ ୨୧, ୬୧, କିମ୍ବା ୬୭ ରୁ ଆରମ୍ଭ ହୋଇଥାଏ। ଆପଣ ଯେତେବେଳେ ଏହି କୋର୍ଡକୁ ନିଜ ମୋବାଇଲରେ ଡାଏଲ କରନ୍ତି ସଙ୍ଗେସଙ୍ଗେ ଆପଣଙ୍କ କଲ ଫରୱାର୍ଡ଼  ହୋଇଯାଇଥାଏ। ଯେଉଁଠାରେ ସାଇବର ଲୁଟେରାମାନେ ଅତି ସହଜରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଜାଣିଥାଆନ୍ତି।
  
ଫୋନ କଲ ମାଧ୍ୟମରେ କିପରି ଘଟିଥାଏ ଠକେଇ 
ଇଣ୍ଡିଆନ ସାଇବର କୋଡିନେସନ ସେଣ୍ଟରର ତଥ୍ୟ ଅନୁସାରେ ଠକମାନେ ସିଧାସଳଖ ଭାବରେ ଏହାର ଫାଇଦା ଉଠାଇଥାଆନ୍ତି। କଲ୍ ଫରଓ୍ବାର୍ଡିଂ ପରେ ଆପଣଙ୍କ ସବୁ ତଥ୍ୟ ପାଇସାରିବା ପରେ ଠକମାନେ ସିଧାସଳଖ ଭାବରେ ବ୍ୟାଙ୍କ ଆକାଉଣ୍ଟ ଉପରେ ଟାର୍ଗେଟ କରିଥାନ୍ତି। ଆପଣଙ୍କ ସବୁ ଟଙ୍କା ଖାଲି କରିଦେଇଥାନ୍ତି ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ,  ଏତେ ସବୁ ଘଟଣା ସମ୍ପର୍କରେ ଆମକୁ  ଜମା ଜଣାପଡ଼ି ନଥାଏ । ଠକ କେବଳ ଟଙ୍କା ଲୁଟି ନଥାଏ ଏହି ଓଟିପି ଜରିଆରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ଆକାଉଣ୍ଟ ସବୁକିଛିକୁ ହ୍ୟାକ୍ କରିଦେଇଥାଏ । ଯାହାଦ୍ୱାରା ଆପଣ ଭୟଙ୍କର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। 

ଆହୁରି ପଢନ୍ତୁ: Plane Crash: ବିମାନ ଦୁର୍ଘଟଣା: ଆହତଙ୍କ ଉପରେ ନଜର ରଖାଯାଇଛି: ଡିଜିସିଏ

14ସି କଣ ଚେତାବନୀ ଦେଇଛି  
କଲ୍ ଫରୱାର୍ଡିଂ ପ୍ରାୟ ସମସ୍ତଙ୍କ ମୋବାଇଲ୍ ହୋଇଥାଏ, ଏଥିପାଇଁ  ଲୋକମାନେ  ସଙ୍ଗେ ସଙ୍ଗେ ସନ୍ଦେହ କରିପାରନ୍ତି  ନାହିଁ। କିନ୍ତୁ ଏହି ଉପାୟକୁ ଅବଲମ୍ବନ କରି ଠକମାନେ ସମ୍ପୂର୍ଣ୍ଣ ଡିଜିଟାଲ୍ ନିୟନ୍ତ୍ରଣକୁ ନିଜ ହାତକୁ ନେଇଥାନ୍ତି । ଯାହା ଲୋକଙ୍କ ପାଇଁ ବହୁତ ଘାତକ ହୋଇଥାଏ ।  ଲୋକମାନେ ୟୁଏସଏସଡି କୋଡ଼କୁ ବିପଦପୂର୍ଣ୍ଣ ବୋଲି ବିଚାର କରନ୍ତି ନାହିଁ। ଫଳରେ ଅଜାଣତରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।  ସେଥିପାଇଁ 14ସି ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି।

ଆହୁରି ପଢନ୍ତୁ: Why Birthmarks Appear: ଜନ୍ମ ସମୟରେ ଶରୀରରେ ଜନ୍ମ ଚିହ୍ନ କାହିଁକି ଦେଖାଯାଏ, ଏ ବିଷୟରେ ଡାକ୍ତରମାନେ କ’ଣ କୁହନ୍ତି?

ଡାଏଲ କରନ୍ତୁ ଏହି ନମ୍ବର 
ଯଦି ଆପଣ କଥା ହେବା ବେଳେ ଆପଣଙ୍କ ଫୋନ ହଠାତ ଫରୱାର୍ଡ ହେଉଛି ତେବେ ସଂଗେ ସଂଗେ ନିଜ ମୋବାଇଲ ରେ ##002#  ଡାଏଲ କରନ୍ତୁ । ଏହି କୋଡ୍ ସମସ୍ତ କଲ୍ ଫରୱାର୍ଡିଂକୁ ଅକ୍ଷମ କରିବା ଏବଂ ଆପଣଙ୍କ କଲ ପୁଣି ଥରେ ଆପଣଙ୍କ ପାଖକୁ ଫେରି ଆସିବ।  ଯାହାଦ୍ୱାରା ଆପଣଙ୍କର କୌଣସି କ୍ଷତି ହେବ ନାହିଁ । ଆଜିକାଲି ଏକ ସାଧାରଣ କଲ୍ କିମ୍ବା ମେସେଜ୍ ମଧ୍ୟ ଏକ ବଡ଼ ଠକେଇର ମାଧ୍ୟମ  ହୋଇପାରେ। ତେଣୁ ଯେକୌଣସି ଅଜଣା କଲ୍, ଡେଲିଭରି ମେସେଜ୍, କିମ୍ବା ୟୁଏସଏସଡି କୋଡ୍ ଯାଞ୍ଚ ନକରି ଡାଏଲ୍ କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe