Court Order to Police: ଓଲା ସିଇଓଙ୍କୁ ଅଯଥାରେ ହଇରାଣ କରନାହିଁ, ପୋଲିସକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଜଣେ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ମାମଲାରେ ଓଲା ଇଲେକ୍ଟ୍ରିକ୍ ସିଇଓ ଭବିଶ ଅଗ୍ରୱାଲଙ୍କୁ ଆଶ୍ୱସ୍ତି ମିଳିଛି। କର୍ଣ୍ଣାଟକ ହାଇକୋର୍ଟ ପୋଲିସକୁ ଭବିଶଙ୍କୁ ଅଯଥାରେ ହଇରାଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

OLA Founder

Highcourt order about Bhabish Agrawal Photograph: (@bhash)

ବେଙ୍ଗାଲୁରୁ: ୩୮ ବର୍ଷୀୟ ଜଣେ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ମାମଲାରେ ଓଲା(OLA) ଇଲେକ୍ଟ୍ରିକ୍ ସିଇଓ ଭବିଶ ଅଗ୍ରୱାଲଙ୍କୁ( Bhabish Agrawal) ଆଶ୍ୱସ୍ତି ମିଳିଛି। କର୍ଣ୍ଣାଟକ ହାଇକୋର୍ଟ ବେଙ୍ଗାଲୁରୁ ପୋଲିସକୁ ଓଲା ଇଲେକ୍ଟ୍ରିକ୍ ମୋବିଲିଟି ପ୍ରତିଷ୍ଠାତା ଭବିଶ ଅଗ୍ରୱାଲ ଏବଂ ଅନ୍ୟମାନଙ୍କୁ ଅଯଥାରେ ହଇରାଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖ ଥାଉ କି ବେଙ୍ଗାଲୁରୁ ପୋଲିସ ଭବିଶ ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ଦାସଙ୍କ ବିରୋଧରେ ଆତ୍ମହତ୍ୟା ଉସୁକାଇଥିବା ଅଭିଯୋଗରେ ମାମଲା ରୁଜୁ କରିଛି।

ଜଷ୍ଟିସ୍ ମହମ୍ମଦ ନୱାଜ ଗତ ସପ୍ତାହରେ ଦେଇଥିବା ଏକ ଆଦେଶରେ କହିଛନ୍ତି ଯେ ପୋଲିସ ତଦନ୍ତ ନାମରେ ଆବେଦନକାରୀ ଭବିଶ ଅଗ୍ରୱାଲ, ଓଲା ଇଲେକ୍ଟ୍ରିକ୍ କମ୍ପାନୀ ଏବଂ ସୁବ୍ରତ କୁମାର ଦାସଙ୍କୁ ହଇରାଣ କରିବା ଉଚିତ୍ ନୁହେଁ। ଏକ ରିପୋର୍ଟ ଅନୁଯାୟୀ, କୋର୍ଟ କହିଛନ୍ତି, "ବେଙ୍ଗାଲୁରୁ(Bengaluru) ସହରର ସୁବ୍ରମଣ୍ୟପୁରା ପୋଲିସ ଷ୍ଟେସନରେ ପଞ୍ଜିକୃତ ମାମଲାର ତଦନ୍ତ କରୁଥିବା ପୋଲିସ ତଦନ୍ତ ବାହାନାରେ ଆବେଦନକାରୀଙ୍କୁ ହଇରାଣ କରିବ ନାହିଁ।" ମୃତ ଇଞ୍ଜିନିୟର ଥିଲେ କେ. ଅରବିନ୍ଦ, ଯିଏ ୨୦୨୨ ମସିହାରୁ ଓଲା ଇଲେକ୍ଟ୍ରିକରେ ହୋମୋଲୋଗେସନ୍ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ।

ଅରବିନ୍ଦଙ୍କ ବଡ଼ ଭାଇ ଆଣିଥିଲେ ସଂଗୀନ ଅଭିଯୋଗ 
ଅରବିନ୍ଦଙ୍କ ବଡ଼ ଭାଇ କେ. ଅଶ୍ୱିନ ଅଭିଯୋଗ କରିଥିଲେ ଯେ ଅରବିନ୍ଦ ତାଙ୍କୁ କହିଥିଲେ ଯେ କମ୍ପାନୀରେ ତାଙ୍କୁ ବାରମ୍ବାର ଅପମାନିତ କରାଯାଉଛି, ଚାପ ଦିଆଯାଉଛି ଏବଂ ଦରମା ଦିଆଯାଉନାହିଁ, ଯାହା ଫଳରେ ଅରବିନ୍ଦ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଅଶ୍ୱିନଙ୍କ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆରକୁ ଓଲା ଇଲେକ୍ଟ୍ରିକ୍ ଚ୍ୟାଲେଞ୍ଜ କରିଥିଲା। ମାମଲା ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟରେ ବିଚାରାଧୀନ ଅଛି।

ଆହୁରି ପଢନ୍ତୁ: ଓଲା ଆଣିଲା ଦେଶର ପ୍ରଥମ ADAS ସମ୍ପନ୍ନ ସ୍କୁଟର

ଓଲା ଇଲେକ୍ଟ୍ରିକ୍ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି ଯେ ଅରବିନ୍ଦ ଓଲା ଇଲେକ୍ଟ୍ରିକ୍ ରେ ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ କେବେବି କାହା ବିରୁଦ୍ଧରେ ନିର୍ଯାତନାର ଅଭିଯୋଗ ଦାଖଲ କରିନାହାଁନ୍ତି। ଏହା ବ୍ୟତୀତ, କମ୍ପାନୀରେ ଅରବିନ୍ଦଙ୍କ ଭୂମିକା କମ୍ପାନୀର ଶୀର୍ଷ ପରିଚାଳନା ସହିତ କୌଣସି ସିଧାସଳଖ ସମ୍ପର୍କ ରଖି ନଥିଲା।

ଆହୁରି ପଢନ୍ତୁ: ରେୟାର ଆର୍ଥ ବିନା ମୋଟର ତିଆରି କଲା ଓଲା

ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଅରବିନ୍ଦ 
ରିପୋର୍ଟ ଅନୁସାରେ, ଅରବିନ୍ଦ ୨୮ ସେପ୍ଟେମ୍ବର ୨୦୨୫ରେ ଚିକ୍କଲାସାଣ୍ଡ୍ରାସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଘଟଣା ଜଣାପଡିବା ପରେ, ଅରବିନ୍ଦଙ୍କୁ ତୁରନ୍ତ ମହାରାଜା ଅଗ୍ରସେନ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ଅରବିନ୍ଦ ଏକ ଆତ୍ମହତ୍ୟା ନୋଟ୍ ଛାଡିଯାଇଛନ୍ତି ଯେଉଁଥିରେ ସେ କମ୍ପାନୀ ଏବଂ ଏହାର କର୍ମଚାରୀଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe