Danny Denzongpa Factory in Odisha Photograph: (sambad.in)
ଭୁବନେଶ୍ୱର: ଆପଣ ବଲିଉଡ ଫିଲ୍ମ ତ ନିଶ୍ଚିତ ଦେଖିଥିବେ | ଆଉ ଆପଣ ଯଦି ଜଣେ ସିନେପ୍ରେମୀ ତେବେ ଡାନି ଡେଞ୍ଜୋଙ୍ଗପାଙ୍କୁ ତ ନିଶ୍ଚିତ ଜାଣିଥିବେ | "କାଞ୍ଚା ଚିନା," "ବଖତାୱର," ଏବଂ "ଶେର ଖାନ" ଭଳି ସ୍ମରଣୀୟ ଭୂମିକାରେ ଅଭିନୟ କରି ଏହି ଅଭିନେତା ଏବେ ବି ଦର୍ଶକଙ୍କ ହୃଦୟରେ ଅଛନ୍ତି | ବଡ଼ ପରଦାରେ ସବୁଠାରୁ ସଫଳ ଏବଂ ଦମଦାର ଖଳନାୟକମାନଙ୍କ ମଧ୍ୟରୁ ଜଣେ ଡାନି କିନ୍ତୁ ବାସ୍ତବ ଜୀବନରେ ଜଣେ ଶାନ୍ତ, ସରଳ ଏବଂ ଦୟାଳୁ ବ୍ୟକ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବଲିଉଡ ଭିଲିଆନଙ୍କର ଓଡିଶା ସହ ବି ବ୍ୟବସାୟିକ ସମ୍ପର୍କ ରହିଛି |
ବିୟର କିଙ୍ଗ୍ ଡାନି
ବଲିଉଡର ସବୁଠାରୁ ସଫଳ ଖଳନାୟକ, ଡାନି କେବଳ ସିନେ ପରଦାରେ ନୁହେଁ ବରଂ ବ୍ୟବସାୟରେ ମଧ୍ୟ ବେଶ ସଫଳତା ପାଇଛନ୍ତି | ଡାନି ଭାରତର ତୃତୀୟ ବୃହତ୍ତମ ବିୟର କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ଡାନି ୧୯୮୭ ମସିହାରେ ତାଙ୍କର କମ୍ପାନୀ ୟୁକ୍ସାମ ବ୍ରୁଅରିଜ୍ ପ୍ରତିଷ୍ଠା କରିଥିଲେ ଏବଂ ଏହା ଧୀରେ ଧୀରେ କିଙ୍ଗଫିସର ଏବଂ କିମାୟା ପରେ ଭାରତର ତୃତୀୟ ବୃହତ୍ତମ ବିୟର ଉତ୍ପାଦକ ହୋଇପାରିଛି ।
ଆହୁରି ପଢ଼ନ୍ତୁ: Jatra Actor Debi Ratha No More: ଚାଲିଗଲେ ଯାତ୍ରା ମଞ୍ଚର 'ବାପା': ଡିଜେ ସାଉଣ୍ଡ ନେଇଗଲା ଜୀବନ
ଓଡ଼ିଶାରେ ବି ଅଛି ଏହାର କାରଖାନା
ଆପଣ ଭାବୁଥିବେ ଯେ ଡାନିଙ୍କର ଓଡିଶା ସହ କଣ କନେକ୍ସନ | ତେବେ ସତ ହେଉଛି ଯେ ଡାନି ଖୋର୍ଦ୍ଧାର ମୁକୁନ୍ଦପ୍ରସାଦରେ ନିଜର କମ୍ପାନୀ ଡେଞ୍ଜୋଙ୍ଗ ବ୍ରିୱେରିଜ୍ ପ୍ରାଇଭେଟ ଲିଃ.ର କାରଖାନା ମଧ୍ୟ ସ୍ଥାପନ କରିଛନ୍ତି | ୧୯୮୭ ମସିହାରେ 'ୟୁକସୋମ ବ୍ରୁଅରିଜ୍' ନାମରେ ସେ ସିକିମରେ ବିୟର ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ଧୀରେ ଧୀରେ ତାଙ୍କ ବ୍ୟବସାୟକୁ ବିସ୍ତାର କରିଥିଲେ। ଡେଞ୍ଜୋଙ୍ଗପା ତାଙ୍କ ଜନ୍ମସ୍ଥାନ ଅନୁସାରେ କମ୍ପାନୀର ନାମକରଣ କରିଥିଲେ। ୨୦୦୫ ମସିହାରେ ଡେଞ୍ଜୋଙ୍ଗପା ଓଡ଼ିଶାରେ ଡେଞ୍ଜୋଙ୍ଗ ବ୍ରିୱେରିଜ୍ ପ୍ରାଇଭେଟ ଲିଃ ପ୍ରତିଷ୍ଠା ସହିତ ତାଙ୍କ ବ୍ୟବସାୟକୁ ବିସ୍ତାର କରିଥିଲେ।
ଆହୁରି ପଢ଼ନ୍ତୁ: Marriage Ritual, Kaudi Khela: ବରକନ୍ୟାଙ୍କ କଉଡ଼ିଖେଳ: ଜାଣନ୍ତୁ ବାହାଘରରେ କାହିଁକି ଖେଳାଯାଏ କଉଡ଼ି ? କଉଡ଼ିଖେଳର ମହତ୍ତ୍ବ କଣ ?
ଚୋଗ୍ୟାଲ ରାଜବଂଶର ରାଜକୁମାରୀଙ୍କୁ ବିବାହ କରିଥିଲେ
ଡାନି ଡେଞ୍ଜୋଙ୍ଗପା ବାସ୍ତବ ଜୀବନରେ ଜଣେ ରାଜକୁମାରୀଙ୍କୁ ବିବାହ କରିଛନ୍ତି। ତାଙ୍କ ପତ୍ନୀଙ୍କ ନାମ ଗାଭା ଡେଞ୍ଜୋଙ୍ଗପା, ଯିଏ କି ସିକିମର ଚୋଗ୍ୟାଲ ରାଜବଂଶର ରାଜକୁମାରୀ। ଯଦିଓ ଗାଭା ଚଳଚ୍ଚିତ୍ର ଜଗତରୁ ଦୂରରେ ରୁହନ୍ତି, ତାଙ୍କର ସୌନ୍ଦର୍ଯ୍ୟ ବଲିଉଡ୍ ନାୟିକାଠାରୁ କମ୍ ନୁହେଁ। ସେ ଗାଭାଙ୍କୁ ୧୯୯୦ ମସିହାରେ ପାରମ୍ପରିକ ସିକିମ ପ୍ରଥା ଅନୁସରଣ କରି ଗ୍ୟାଙ୍ଗଟକରେ ବିବାହ କରିଥିଲେ।
Follow Us