India-US trade agreement : ଭାରତ-ଆମେରିକା ବାଣିଜ୍ୟ ରାଜିନାମା : କାମଦେଲା ପରୋକ୍ଷ ଚାପ, ଆଲୋଚନା

Advertisment

ଭାରତକୁ ଚାପରେ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ କଳକୌଶଳ ପ୍ରୟୋଗ କରିଥିଲେ। ପାକିସ୍ତାନ ସହ ଯୁଦ୍ଧ ବନ୍ଦ କରାଇବା, ରୁଷଠାରୁ ତେଲ କିଣୁଥିବାରୁ ଖଳନାୟକ ସଜାଇବା ପର୍ଯ୍ୟନ୍ତ, ଭାରତକୁ ବିଶ୍ବବଜାରରେ ନିନ୍ଦିତ କରିବାର କୌଣସି ସୁଯୋଗକୁ ସେ ହାତଛଡ଼ା କରିନଥିଲେ।

ଭାରତକୁ ଚାପରେ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ କଳକୌଶଳ ପ୍ରୟୋଗ କରିଥିଲେ। ପାକିସ୍ତାନ ସହ ଯୁଦ୍ଧ ବନ୍ଦ କରାଇବା, ରୁଷଠାରୁ ତେଲ କିଣୁଥିବାରୁ ଖଳନାୟକ ସଜାଇବା ପର୍ଯ୍ୟନ୍ତ, ଭାରତକୁ ବିଶ୍ବବଜାରରେ ନିନ୍ଦିତ କରିବାର କୌଣସି ସୁଯୋଗକୁ ସେ ହାତଛଡ଼ା କରିନଥିଲେ।

IND-US-TRADE-12-3-2025 (1)

ନୂଆଦିଲ୍ଲୀ : ଭାରତକୁ ଚାପରେ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ କଳକୌଶଳ ପ୍ରୟୋଗ କରିଥିଲେ। ପାକିସ୍ତାନ ସହ ଯୁଦ୍ଧ ବନ୍ଦ କରାଇବା, ରୁଷଠାରୁ ତେଲ କିଣୁଥିବାରୁ ଖଳନାୟକ ସଜାଇବା ପର୍ଯ୍ୟନ୍ତ, ଭାରତକୁ ବିଶ୍ବବଜାରରେ ନିନ୍ଦିତ କରିବାର କୌଣସି ସୁଯୋଗକୁ ସେ ହାତଛଡ଼ା କରିନଥିଲେ। କିନ୍ତୁ ତାଙ୍କ ଚାପ ଆଗରେ ଭାରତ ମୁଣ୍ଡ ନୁଆଇଁନଥିଲା। ଖରାପ ହୋଇଥିବା ସମ୍ପର୍କକୁ ସଜାଡ଼ିବା ଲାଗି ଭାରତ ଭିନ୍ନ ରଣନୀତି ନେଇ କାମ କରିଥିଲା।

ଆହୁରି ପଢନ୍ତୁ: Murder: କୈଳାଶ ଚନ୍ଦ୍ର ହତ୍ୟାକାଣ୍ଡ: ବାପାକୁ ଏସିଡ୍‌ ପିଆଇଲା, ପନିକିରେ ହାଣିଲା ପୁଅ

ଗତବର୍ଷ ସେପ୍ଟେମ୍ବରରେ ଚୀନ୍‌ରେ ଅନୁ‌ଷ୍ଠିତ ସାଂଘାଇ ସହଯୋଗିତା ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାତ ମିଳାଇ ଆମେରିକାକୁ ଏକ ଦୃଢ଼ ବାର୍ତ୍ତା ଦେଇଥିଲେ। ତାହା ଥିଲା ‘ଆମ ପାଇଁ ଆମେରିକା ଅପରିହାର୍ଯ୍ୟ ନୁହେଁ’। ଏହି ବୈଠକ ପରେ ପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅଜିତ ଡୋଭଲଙ୍କୁ ମୋଦୀ ଆମେରିକା ପଠାଇଥିଲେ। ସେଠାରେ ସେ ଆମେରିକା ବୈଦେଶିକ ସଚିବ ମାର୍କ ରୁବିଓଙ୍କ ସହ ଆଲୋଚନା କରି ପ୍ରଥମେ ସମ୍ପର୍କରେ ସୁଧାର ଆଣିବାକୁ ଉଦ୍ୟମ କରିଥିଲେ। ସେହି ଆଲୋଚନା ବେଳେ ଡୋଭଲ ସ୍ପଷ୍ଟ କରିଦେଇଥିଲେ ଯେ ଟ୍ରମ୍ପ ଓ ତାଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲଗାତାର ଭାବେ ଭାରତକୁ ଅପମାନିତ କରୁଛନ୍ତି। 

ଆହୁରି ପଢନ୍ତୁ: 100% FDI : ବୀମାରେ ୧୦୦% ଏଫ୍‌ଡିଆଇକୁ ଅନୁମତି ମିଳିବ

ସେଭଳି ଆଚରଣ ଚଳିବ ନାହିଁ। ବୁଝାମଣା କରିବାକୁ ହେଲେ ଆଲୋଚନାରେ ଭାଗ ନେବାକୁ ପଡ଼ିବ। ଇତି ମଧ୍ୟରେ ଟ୍ରମ୍ପଙ୍କ ସହ ମୁହାଁମୁହିଁ ସ୍ଥିତିକୁ ମୋଦୀ ଚତୁରତାର ସହ ଏଡ଼ାଇଥିଲେ। ପାକିସ୍ତାନ ସହ ଯୁଦ୍ଧବିରତିରେ ମଧ୍ୟସ୍ଥତା କରିଥିବା ‌ନେଇ ଟ୍ରମ୍ପ କରିଥିବା ଦାବିକୁ ମୋଦୀ ଦୃଢ଼ ଭା‌ବେ ଖଣ୍ଡନ କରିଥିଲେ। ହ୍ବାଇଟ୍ ହାଉସ୍‌କୁ ଯିବା ଲାଗି ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ମାଲେସିଆରେ ଅନୁଷ୍ଠିତ ଏକ ଶିଖର ସମ୍ମିଳନୀରେ ମଧ୍ୟ ଟ୍ରମ୍ପଙ୍କ ସହ ଦେଖାହେବା ପୂର୍ବରୁ ମୋଦୀ ବାହାରି ଆସିଥିଲେ। ଟ୍ରମ୍ପଙ୍କ ଏକାଧିକ ଫୋନ୍‌ କଲ୍‌ର ମୋଦୀ ଉତ୍ତର ଦେଇନଥିଲେ।

ଆହୁରି ପଢନ୍ତୁ: Thick fog : ଦିଲ୍ଲୀର କିଛି ଅଂଶ ଘନକୁହୁଡ଼ିରେ ଆବୃତ; ୧୮୦ ବିମାନ ବିଳମ୍ବ; ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ

ଡୋଭଲଙ୍କ ସେହି ବୈଠକ ପରେ ଦୁଇ ଦେଶ ଭିତରେ ସମ୍ପର୍କରେ ସାମାନ୍ୟ ସୁଧାର ଘଟିଥିଲା। ମୋଦୀଙ୍କ ଜନ୍ମଦିନରେ ଟ୍ରମ୍ପ ନିଜେ ‘ଏକ୍ସ’ରେ ପୋଷ୍ଟ କରି ତାଙ୍କୁ ପ୍ରଶଂସା କରିଥିଲେ। ତା’ପରେ ପ୍ରଚ୍ଛଦରେ ରହି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ତାଙ୍କ କାମ ଜାରି ରଖିଥିଲେ। ଗତବର୍ଷ ଡିସେମ୍ବର ବେଳକୁ ସର୍ଜିଓ ଗୋରଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବେ ଆମେରିକା ଅବସ୍ଥାପିତ କରିବା ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିଥିଲା। ଏହାସତ୍ତ୍ବେ ଭାରତ ବିଭିନ୍ନ ଉପାୟରେ ଆମେରିକା ଉପରେ ପରୋକ୍ଷ ଚାପ ଜାରି ରଖିଥିଲା। ଗୋଟିଏ ପଟେ ଆମେରିକା ପ୍ରତିନିଧିଙ୍କ ସହ ଲଗାତାର ଆଲୋଚନା ଚାଲିଥିଲା। ଅନ୍ୟପଟେ ଭାରତ ଗୋଟିଏ ପଟେ ଗୋଟିଏ ଦେଶ ସହ ବାଣିଜ୍ୟ ବୁଝାମଣା କରୁଥିଲା। ବ୍ରିଟେନ୍‌ ପରେ ଇୟୁରୋପୀୟ ସଂଘ ସହ ଭାରତର ବାଣିଜ୍ୟ ରାଜିନାମା ଏହା ଦର୍ଶାଇଥିଲା ଯେ ନିଜ ସ୍ବାର୍ଥ ରକ୍ଷା କରିବା ଲାଗି ଭାରତ ଦରକାର ପଡ଼ିଲେ ଆମେରିକାକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକର ହାତ ଧରିବ।

ଆହୁରି ପଢନ୍ତୁ: 🔴 LIVE | News Updates 4 February 2026: ବ୍ରାଜିଲ ଦୁର୍ଘଟଣାରେ ୧୫ ମୃତ; ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ; ଜଙ୍ଗଲରେ ମାଈହାତୀ ଗୁରୁତର

ଏମିତିରେ ଆମେରିକାର ଅନେକ ବଡ଼ ବଡ଼ କମ୍ପାନି ଯଥା ଆପଲ୍‌, ଗୋଲ୍ଡମ୍ୟାନ୍‌ ସଚ୍‌ସ, ମେଟା ଭଳି ସଂସ୍ଥା ଭାରତଠାରୁ ବଡ଼ ବଜାର ଆଉ କିଛି ନାହିଁ। ତେଣୁ ଦୁଇ ଦେଶ ସମ୍ପର୍କ ଖରାପ ହେବାର ସୁଦୂରପ୍ରସାରୀ ପ୍ରଭାବକୁ ଉଭୟ ଦେଶ ଭଲ ଭାବେ ବୁଝିଥିଲେ। ସେହି କଥା ଆମେରିକାକୁ ବୁଝାଇବାରେ ଭାରତ ସଫଳ ହୋଇଥିଲା। ଏକାଧିକ ଆଲୋଚନା ପରେ ଶେଷରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବାଣିଜ୍ୟ ଆଲୋଚନା ଘୋଷଣା କରିବା ସହ ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe