Iran Violence: ୨୫୦୦ରୁ ଅଧିକ ମୃତ୍ୟୁ, ୧୮ ହଜାର ଗିରଫ: ଆମେରିକାର ଆକ୍ରମଣ ପ୍ରତିହତ କରିବାକୁ ଇରାନର ପ୍ରସ୍ତୁତି

Advertisment

ଇରାନରେ ଚାଲିଥିବା ବିକ୍ଷୋଭ ଏବେ ଏକ ଭୀଷଣ ରକ୍ତପାତର ରୂପ ନେଇଛି। ଆଜି ହିଂସାଜନିତ ମୃତ୍ୟୁସଂଖ୍ୟା ୨,୫୦୦ରୁ ଅଧିକ ହୋଇଯାଇଛି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଆମେରିକା ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ଆଶଙ୍କା ବଢ଼ିଛି

ଇରାନରେ ଚାଲିଥିବା ବିକ୍ଷୋଭ ଏବେ ଏକ ଭୀଷଣ ରକ୍ତପାତର ରୂପ ନେଇଛି। ଆଜି ହିଂସାଜନିତ ମୃତ୍ୟୁସଂଖ୍ୟା ୨,୫୦୦ରୁ ଅଧିକ ହୋଇଯାଇଛି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଆମେରିକା ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ଆଶଙ୍କା ବଢ଼ିଛି

221012102908-04-iran-protests-100822

Iran violence Photograph: (Photo: social media)

ତେହେରାନ: ଇରାନରେ ଚାଲିଥିବା ବିକ୍ଷୋଭ ଏବେ ଏକ ଭୀଷଣ ରକ୍ତପାତର ରୂପ ନେଇଛି। ଆଜି ହିଂସାଜନିତ ମୃତ୍ୟୁସଂଖ୍ୟା ୨,୫୦୦ରୁ ଅଧିକ ହୋଇଯାଇଛି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ଆମେରିକା ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ଆଶଙ୍କା ବଢ଼ିଛି। ଇରାନର ସୁପ୍ରିମ୍ ଲିଡର୍ ଆୟତୋଲ୍ଲା ଅଲି ଖେମିନିଙ୍କ ଆଦେଶରେ ସରକାରୀ ବାହିନୀ ବିକ୍ଷୋଭକାରୀଙ୍କ ଉପରେ ସିଧାସଳଖ ଗୁଳିମାଡ଼ କରିବା ଯୋଗୁଁ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ସିଏନ୍ଏନ୍ ଓ ଇରାନ ଇଣ୍ଟରନ୍ୟାସନାଲ୍ ରିପୋର୍ଟ ଅନୁଯାୟୀ, ଜାନୁଆରି ୮ ଓ ୯ରେ କେବଳ ଦୁଇ ରାତିରେ ପ୍ରାୟ ୧୨,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ସରକାରୀ ସୂତ୍ର ଏହାକୁ ଖଣ୍ଡନ କରିଛି। ମାନବାଧିକାର ସଂଗଠନ ହ୍ୟୁମାନ୍ ରାଇଟ୍ସ୍ ଆକ୍ଟିଭିଷ୍ଟ୍‌ସ ଇନ୍ ଇରାନ୍ (ଏଚ୍‌ଆର୍‌ଏଏନ୍ଏ) ଅନୁଯାୟୀ, ଅତି କମରେ ୧୮,୦୦୦ ଲୋକଙ୍କୁ ଗିରଫ କରାଯାଇଛି।

ବିକ୍ଷୋଭକାରୀମାନେ ଇସଲାମିକ୍ ରିପବ୍ଲିକ୍ର ଅନ୍ତ ଘଟାଇବାକୁ ଦାବି କରୁଛନ୍ତି ଏବଂ ରାଜତନ୍ତ୍ରର ପୁନଃସ୍ଥାପନା ଚାହୁଛନ୍ତି। ତେହେରାନ୍, ଇସ୍ଫହାନ୍, ଶିରାଜ୍ ଓ ମାଶହାଦ୍ ଭଳି ସହରଗୁଡ଼ିକରେ ଲକ୍ଷାଧିକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି, ଯେଉଁଠାରେ ସରକାରୀ ବାହିନୀ ଟିୟର ଗ୍ୟାସ୍, ରବର ବୁଲେଟ୍ ଓ ସିଧା ଗୁଳି ଚଳାଉଛି। ଇଣ୍ଟରନେଟ୍ ବନ୍ଦ ଥିବାରୁ ସଠିକ୍ ସୂଚନା ବାହାରକୁ ଆସିବା କଷ୍ଟକର ହୋଇଛି।

ଆହୁରି ପଢନ୍ତୁ: WPL: ଅବସର ଆଉଟ୍ ହେବାରେ ଆୟୁସୀ ସୋନୀ ପ୍ରଥମ

ଏହି ପରିସ୍ଥିତି ମଧ୍ୟରେ ଟ୍ରମ୍ପ ଇରାନ ସରକାରଙ୍କୁ କଡ଼ା ଚେତାବନୀ ଦେବା ସହ ଆନ୍ଦୋଳନକାରୀଙ୍କ ପାଇଁ ତୁରନ୍ତ ସହାୟତା ପହଞ୍ଚିବ ବୋଲି ଘୋଷଣା କରିବା ପରେ ଅତି ଭୟାନକ ସ୍ଥିତି ଉପୁଜିଛି ଏବଂ ଆନ୍ଦୋଳନ ଅଧିକ ହିଂସାତ୍ମକ ହୋଇଛି। ଇରାନ ସଂସଦର ବାଚସ୍ପତି ଟ୍ରମ୍ପଙ୍କ ଧମକକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଆମେରିକା ଆକ୍ରମଣ କଲେ ଆମେରିକୀୟ ସୈନ୍ୟ ଓ ଇସ୍ରାଏଲ୍ ଆମର ବୈଧ ଲକ୍ଷ୍ୟ ହେବ। ଏହା ଆମେରିକା-ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା ବଢ଼ାଇଥିବା ବେଳେ ଆମେରିକା ଆକ୍ରମଣର ମୁକାବିଲା ପାଇଁ ଇରାନର ଜୋର୍‌ଦାର ପ୍ରସ୍ତୁତି ଚଳାଇଛି।

ଆହୁରି ପଢନ୍ତୁ: Fog Problem: ଘନକୁହୁଡ଼ି ଯୋଗୁଁ ଉତ୍ତର ଭାରତ, ତାମିଲନାଡ଼ୁରେ ରେଳ ଓ ବିମାନ ଚଳାଚଳ ବ୍ୟାହତ

ଇରାନର ପ୍ରଧାନ ବିଚାରପତି ଗୋଲାମହୋସେନ୍ ମୋହସେନି ବିକ୍ଷୋଭକାରୀଙ୍କ ବିରୋଧରେ ଦ୍ରୁତ ବିଚାର ଓ ଫାଶୀ ଦିଆଯିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ଓ ହ୍ୟୁମାନ୍ ରାଇଟ୍ସ୍ ଓ୍ବାଚ୍ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe