jay maa laxmi song released Photograph: (Sambad.in)
ଭୁବନେଶ୍ବର: କଥାରେ ଅଛି ଭକ୍ତିରେ ଭଗବାନ l ଭକ୍ତି ଥିଲେ ଭଗବାନ ଏଠି ସେଠି ସବୁଠି ଦର୍ଶନ ଦିଅନ୍ତି l ସେମିତି ଜଣେ ଭକ୍ତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ପାଇ ଗୀତ ଲେଖିବା ଆରମ୍ଭ କରିଥିଲେ ଏବଂ ସେହି ଗୀତଗୁଡିକ ସଙ୍ଗୀତର ରୂପ ନେଲା ଯାହା ଏକ ଭବ୍ୟ ପରିବେଶରେ ପୋଷ୍ଟର ଉନ୍ମୋଚନ ସହିତ ଗୋଟିଏ ଗୀତ ମୁକ୍ତିଲାଭ କରିଛି l
ସେହି ଉତ୍ସବରେ ଗୀତିକାର ସଚ୍ଚିଦାନନ୍ଦ ମଲ୍ଲିକ, ପ୍ରଯୋଜିକା ଶ୍ରୀମତୀ ନିରୁପମା, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ଶିଳ୍ପ ଉଦ୍ୟୋଗୀ ତାରିଣୀ ପ୍ରସାଦ ମହାନ୍ତି, ଗୌରଭ ରାଲହନ (ଅଧ୍ୟକ୍ଷ), ଯୁବ ଉଦ୍ୟୋଗୀ ତଥା ମିଡ଼ିଆ ପ୍ଲାନର ଭରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ନିରୁପମାଙ୍କ ପ୍ରଯୋଜନାରେ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କ ସ୍ୱର ସଂଯୋଜନାରେ ପ୍ରଚ୍ଛଦପଟ ଗାୟିକା ସୋହିନୀ ମିଶ୍ର ଜୟ ମାଆ ଲକ୍ଷ୍ମୀ ଗୀତରେ କଣ୍ଠଦାନ କରିଛନ୍ତି l ଯାହା ଏସ.କେ ଭକ୍ତି ଧାରା ବ୍ୟାନରରେ ମୁକ୍ତିଲାଭହୋଇଛି l
Drinking Water Scarcity ନକ୍ସଲ ପ୍ରଭାବିତ ଚିରୁବେଡ଼ାରେ ପାନୀୟ ଜଳ ସଙ୍କଟ
"ଜଗାର ଚମତ୍କାର" ଏବଂ "ଦାରୁରୁ ଜଗନ୍ନାଥ" ଭଳି ୨ ଟି ଭଜନ ପ୍ରସ୍ତୁତ
ଜୟ ମାଆ ଲକ୍ଷ୍ମୀ ଭଜନ ସମେତ "ଜଗାର ଚମତ୍କାର" ଏବଂ "ଦାରୁରୁ ଜଗନ୍ନାଥ" ଭଳି ୨ ଟି ଭଜନ ପ୍ରସ୍ତୁତ ହୋଇଛି l ଏଯାବତ ତାଙ୍କର ୩ଟି ଭକ୍ତି ସଙ୍ଗୀତ ପ୍ରସ୍ତୁତ ହୋଇସାରିଛି l ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଶ୍ରୋତା ତଥା ଦର୍ଶକଙ୍କର ଭଲ ପାଇବା ରହିଲେ ଗୀତିକାର ସଚ୍ଚିଦାନନ୍ଦ ମଲ୍ଲିକ ଏହିପରି ଗୋଟିଏ ପରେ ଗୋଟିଏ ଭକ୍ତି ସଙ୍ଗୀତ ପ୍ରସ୍ତୁତ କରିବେ ବୋଲି ପ୍ରକାଶ କରିଛନ୍ତି l
Follow Us