Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ

ବିହାର ନିର୍ବାଚନ ପାଇଁ ପ୍ରଥମ ଏକଜିଟ୍ ପୋଲ ପ୍ରକାଶ ପାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ବିହାରରେ NDAକୁ ୧୪୭-୧୬୭ ଆସନ ଏବଂ ମହାଗଠବନ୍ଧନକୁ ୭୦-୯୦ ଆସନ ଦିଆଯାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ଏନଡିଏକୁ ୪୮ ପ୍ରତିଶତ, ମହାଗଠବନ୍ଧନକୁ ୩୭ ପ୍ରତିଶତ ଏବଂ ଅନ୍ୟାନ୍ୟକୁ ୧୫ ପ୍ରତିଶତ ଭୋଟ ଦିଆଯାଇଛି।

bihar election

exit poll Photograph: (sambad.in)

ନୂଆଦିଲ୍ଲୀ: ବିହାର ନିର୍ବାଚନ ପାଇଁ ପ୍ରଥମ ଏକଜିଟ୍ ପୋଲ ପ୍ରକାଶ ପାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ବିହାରରେ NDAକୁ ୧୪୭-୧୬୭ ଆସନ ଏବଂ ମହାଗଠବନ୍ଧନକୁ ୭୦-୯୦ ଆସନ ଦିଆଯାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ଏନଡିଏକୁ ୪୮ ପ୍ରତିଶତ, ମହାଗଠବନ୍ଧନକୁ ୩୭ ପ୍ରତିଶତ ଏବଂ ଅନ୍ୟାନ୍ୟକୁ ୧୫ ପ୍ରତିଶତ ଭୋଟ ଦିଆଯାଇଛି।

ବିହାର ନିର୍ବାଚନ ପାଇଁ ଦ୍ୱିତୀୟ ଏକଜିଟ୍ ପୋଲ ମଧ୍ୟ ପ୍ରକାଶ ପାଇଛି। CHANAKAYA STRATEGIES ଅନୁଯାୟୀ, ଏନଡିଏ ୧୩୦-୧୩୮ ଆସନ, ମହାଗଠବନ୍ଧନକୁ ୧୦୦-୧୦୮ ଏବଂ ଅନ୍ୟାନ୍ୟଙ୍କୁ ୩-୫ ଆସନ ମିଳିବ ବୋଲି ଆକଳନ କରାଯାଇଛି।

ଆହୁରି ପଢନ୍ତୁ: Shah on Delhi Blast: କଡା ନିର୍ଦ୍ଦେଶ ଦେଲେ ଶାହା, ଯିଏ ବି ଦାୟୀ ସମସ୍ତଙ୍କୁ ଧର

POLSTRAT ଦ୍ୱାରା ବିହାର ନିର୍ବାଚନ ପାଇଁ ତୃତୀୟ ଏକଜିଟ୍ ପୋଲ ପ୍ରକାଶ କରାଯାଇଛି। ଏହା ଅନୁଯାୟୀ, ଏନଡିଏ ୧୩୩-୧୪୮ ଆସନ, ମହାଗଠବନ୍ଧନକୁ ୮୭-୧୦୨ ଏବଂ ଅନ୍ୟାନ୍ୟଙ୍କୁ ୩-୫ ଆସନ ମିଳିବ ବୋଲି ଆକଳନ କରାଯାଇଛି।

ଆହୁରି ପଢନ୍ତୁ: Amonium Nitrate: ଛନଛନ ଫସଲ ଯିଏ ଦିଏ, ସିଏ ବି ବିସ୍ଫୋରଣ କରିପାରେ
ବିହାର ନିର୍ବାଚନ ପାଇଁ TIF ରିସର୍ଚ୍ଚର ଏକଜିଟ୍ ପୋଲ ମଧ୍ୟ ପ୍ରକାଶ ପାଇଛି। ଏହି ଏକଜିଟ୍ ପୋଲ NDAକୁ ୧୪୫-୧୬୩ ଆସନ, ମହାଗଠବନ୍ଧନକୁ ୭୬-୯୫ ଆସନ ଏବଂ ଅନ୍ୟାନ୍ୟଙ୍କୁ ୩-୬ ଆସନ ଜିତିବେ ବୋଲି ଆକଳନ କରିଛି।

ବିହାରରେ, PRAJA POLL ANALYTICS ଏକଜିଟ୍ ପୋଲ ଏନଡିଏକୁ ୧୮୬ ଆସନ, ମହାଗଠବନ୍ଧନକୁ ୫୦ ଆସନ ଏବଂ ଅନ୍ୟାନ୍ୟଙ୍କୁ ୭ ଆସନ ଜିତିବାକୁ ଆକଳନ କରିଛି।

ବିହାରରେ, POLL DIARY ଏକଜିଟ୍ ପୋଲ NDAକୁ ୧୮୪-୨୦୯ ଆସନ, ମହାଗଠବନ୍ଧନକୁ ୩୨-୪୯ ଆସନ ଏବଂ ଅନ୍ୟାନ୍ୟଙ୍କୁ ୧-୫ ଆସନ ଜିତିବାକୁ ଆକଳନ କରିଛି।

ଉଲ୍ଲେଖ ଥାଉ କି ବିହାରରେ ୨୪୩ ବିଧାନସଭା ଆସନ ଥିବାବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨ |  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe