winter fashion: ଶୀତ ଦିନେ ଏମିତି ଦେଖାଯା’ନ୍ତୁ ସ୍ମାର୍ଟ ଓ ଷ୍ଟାଇଲିଶ୍‌

ଶୀତ ଦିନ ଆସିଲେ ଅଧିକାଂଶ ଝିଅ ନିଜ ପୋଷାକକୁ ନେଇ ଚିନ୍ତାରେ ପଡ଼ିଯା’ନ୍ତି। କାରଣ ସେମାନଙ୍କ ଧାରଣା ରହିଥାଏ ଯେ ଶୀତ ଦିନେ ଗରମ ପୋଷାକ ପିନ୍ଧିବା ହେତୁ ସେମାନଙ୍କ ଫ୍ୟାଶନେବଲ୍‌ ପୋଷାକ ସମ୍ପୁର୍ଣ୍ଣ ଲୁଚିଯାଏ, ଫଳରେ ସେମାନେ ଷ୍ଟାଇଲିଶ୍‌ ଲୁକ୍‌ ହରାଇ ବସନ୍ତି।

winter custom

winter custom Photograph: (sambad.in)

ଶୀତ ଦିନ ଆସିଲେ ଅଧିକାଂଶ ଝିଅ ନିଜ ପୋଷାକକୁ ନେଇ ଚିନ୍ତାରେ ପଡ଼ିଯା’ନ୍ତି। କାରଣ ସେମାନଙ୍କ ଧାରଣା ରହିଥାଏ ଯେ ଶୀତ ଦିନେ ଗରମ ପୋଷାକ ପିନ୍ଧିବା ହେତୁ ସେମାନଙ୍କ ଫ୍ୟାଶନେବଲ୍‌ ପୋଷାକ ସମ୍ପୁର୍ଣ୍ଣ ଲୁଚିଯାଏ, ଫଳରେ ସେମାନେ ଷ୍ଟାଇଲିଶ୍‌ ଲୁକ୍‌ ହରାଇ ବସନ୍ତି। ଆଉ କେତେକ ଝିଅ ଭାବନ୍ତି, ଅଧିକ କପଡ଼ା ପିନ୍ଧିବା ଯୋଗୁ ସେମାନେ ଅଧିକ ମୋଟା ଓ ବୟସ୍କ ଲାଗନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଶୀତଦିନିଆ ବସ୍ତ୍ର ପିନ୍ଧିବାର ଏପରି କିଛି ଟିପ୍ସ ଦେବୁ, ଯାହାକୁ ଆପଣାଇଲେ ଆପଣ ଏକଦମ୍‌ ଷ୍ଟାଇଲିଶ୍‌ ଓ ଗ୍ଲାମରସ୍‌ ଲୁକ୍‌ରେ ରହିବେ।

ଶୀତ ଦିନ ପାଇଁ ଟିପ୍ସ୍
୧. ଶୀତ ଦିନେ ହାଇନେକ୍‌ ସ୍ୱେଟର୍‌ କିମ୍ବା ସ୍ୱେଟ୍‌ ଟପ୍‌ ପିନ୍ଧନ୍ତୁ। ଏହା ସହ ସ୍ଲିମ୍‌ଫିଟ୍‌ ଜିନ୍ସ ଓ କ୍ୟାଜୁଅଲ୍‌ ଜୋତା ପିନ୍ଧନ୍ତୁ, ଏଥିରେ ଆପଣ ସ୍ମାର୍ଟ ଲାଗିବେ।
୨. ଶୀତଦିନରେ ସାଧାରଣତଃ ଚେହେରା ଶୁଖିଲା ଓ ଝାଉଁଳି ପଡ଼ିଥିବା ଭଳି ଦେଖାଯାଏ। ତେଣୁ ଜିନ୍ସ୍‌ କିମ୍ବା ଜେଗିଙ୍ଗ୍ସ୍‌ ସହ ଲାଲ୍‌, ଗୋଲାପି, ମେରୁନ୍‌, ବାଇଗଣି, ସବୁଜ ଓ ନୀଳ ପରି ଗାଢ଼ ରଙ୍ଗର ଟପ୍‌ ପିନ୍ଧନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ଫୁଟି ଉଠିବା ସହ ଫ୍ରେଶ୍‌ ଓ ଉଜ୍ଜ୍ୱଳ ଦିଶିବ।
୩. ଯଦି ଆପଣ ଆହୁରି ଷ୍ଟାଇଲିଶ୍‌ ଦେଖାଯିବାକୁ ଚାହାନ୍ତି, ତେବେ ବିଭିନ୍ନ ରଙ୍ଗର ପ୍ଲେନ୍‌ ଟପ୍‌ ସହ ସଟ୍‌ ଜ୍ୟାକେଟ୍‌ ପିନ୍ଧି ପାରିବେ। 
୪. ଯଦି ଆପଣ କ୍ଲାସି ଓ ଗ୍ଲାମରସ୍ ଲୁକ୍‌ ଚାହୁଁଛନ୍ତି, ତେବେ ଜିନ୍ସ ଉପରେ ଗାଢ଼ ରଙ୍ଗର ଲଙ୍ଗ୍‌ ଜ୍ୟାକେଟ୍‌ ପିନ୍ଧି ପାରିବେ। ଏହାସହ ଆପଣ ହାଇ ଆଙ୍କଲ୍‌ଯୁକ୍ତ ବୁଟ୍‌ ପିନ୍ଧିଲେ ସୁନ୍ଦର ଲାଗି;ବ।
୬.ଉଲ୍‌ରେ ତିଆରି ସ୍ଲିମ୍‌ ଫିଟ୍‌ ଲଙ୍ଗ୍‌ କୋର୍ଟ ଶୀତ ଦିନ ପାଇଁ ବହୁତ ଭଲ। ଏହା ମଧ୍ୟ ଆପଣଙ୍କର ସୁନ୍ଦରତା ବଢ଼ାଇଥାଏ। ଏହା ସହ ଆପଣ ରଙ୍ଗ ବେରଙ୍ଗର ସ୍କାର୍ଫ୍‌ କିମ୍ବା ମଫଲର୍‌ ବେକରେ ପକାଇ ପାରିବେ।
ଏହାସହ ଆକର୍ଷଣୀୟ ଶୀତବସ୍ତ୍ର ସାଙ୍ଗକୁ ଷ୍ଟାଇଲିଶ୍‌ କ୍ୟାପ୍‌ ଓ ଟ୍ରେଣ୍ଡି ଜୋତା ସବୁ ଆସିଗଲାଣି, ଯାହାକୁ ପିନ୍ଧି ଯେ କେହି ବି ସୁନ୍ଦର ଲାଗିପାରିବେ। 

ହୁଡେଡ୍‌ ଟି-ସାର୍ଟ: ଶୀତଦିନେ ଦିନବେଳା ହେଉଥିବା ହାଲ୍‌କା ହାଲ୍‌କା ଥଣ୍ଡାରେ ହୁଡେଡ୍‌ ଟି-ଶାର୍ଟ ପିନ୍ଧିଲେ ବେଶ୍‌ ଆରାମ ଲାଗିଥାଏ। ଏହାର ଉଭୟ ପ୍ଲେନ୍‌ ଓ ଚେକ୍‌ ଷ୍ଟାଇଲ୍‌ ଟି-ଶାର୍ଟ ଦେଖିବାକୁ ଯେମିତି ସୁନ୍ଦର ଲାଗେ, ପିନ୍ଧିଲେ ସେମିତି ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳେ। ଏହାକୁ ଉଭୟ ଅଫିସ୍‌ ହେଉ କିମ୍ବା ସାଙ୍ଗମାନଙ୍କ ସହ ବୁଲିବାକୁ ଗଲାବେଳେ ପିନ୍ଧାଯାଇପାରେ। ସେହିପରି ଲୁକ୍‌କୁ ଆଉ ଟିକେ ଆକର୍ଷଣୀୟ କରିବାକୁ ଚାହୁଁଥିଲେ, ଏହା ସହିତ ଷ୍ଟାଇଲିଶ୍‌ ସନ୍‌ଗ୍ଲାସ୍‌ ବି ଟ୍ରାଏ କରିପାରିବେ। ଆଉ ସବୁଠୁ ଖାସ୍‌ କଥା ହେଉଛି ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ଡିଜାଇନ୍‌ର ହୁଡେଡ୍‌ ଟି-ଶାର୍ଟ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି।

କ୍ରପ୍‌ ଷ୍ଟାଇଲ୍‌ କାର୍ଡିଗନ୍‌: ଏହାକୁ ‌ୱେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌ ସହ ମିଶାଇକି ପିନ୍ଧିଲେ ଯେମିତି ସୁନ୍ଦର ଲାଗିଥାଏ, ଠିକ୍‌ ସେମିତି ଦେଶି ପୋଷାକ ସହିତ ଏହାକୁ ପିନ୍ଧିଲେ ଭିନ୍ନଧରଣର ଲୁକ୍‌ ମିଳିଥାଏ।

ସ୍ବେଟର୍‌: ଶୀତଦିନେ ସର୍ଟ ଷ୍ଟାଇଲ୍‌ ସ୍ବେଟର୍‌ଠାରୁ ଆରମ୍ଭ କରି ଓଭର୍‌ ସାଇଜ୍‌ ସ୍ବେଟର୍‌ ପର୍ଯ୍ୟନ୍ତ ଖୁବ୍‌ ଡିମାଣ୍ଡ ରହିଥାଏ। ସମୟାନୁସାରେ ଫ୍ୟାଶନ୍‌ ଟ୍ରେଣ୍ଡରେ ଅନେକ ପରିବର୍ତ୍ତନ ଆସୁଥିଲେ ବି ସ୍ବେଟର୍‌ର ଚାହିଦା କେବେ ବି କମେ ନାହିଁ।

ଷ୍ଟୋଲ୍‌: ଷ୍ଟୋଲ୍‌ ଆମକୁ ଶୀତରୁ ରକ୍ଷା କରିବା ସହ ଆମର ବ୍ୟକ୍ତିତ୍ବକୁ ବଢ଼ାଇବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ। ସେଥିପାଇଁ ଏହାର ଅନେକ ଭେରାଇଟି ମାର୍କେଟ୍‌ରେ ଦେଖିବାକୁ ମିଳିଥାଏ। ଖାସ୍‌ କରି ଲିଓପାର୍ଡ ପ୍ରିଣ୍ଟ ଷ୍ଟୋଲ୍‌, ପମ୍‌ ପମ୍‌ ଷ୍ଟୋଲ୍‌, ମଲ୍ଟିକଲର୍‌ ଷ୍ଟୋଲ୍‌, ଫ୍ଲୋରାଲ୍‌ ଡିଜାଇନ୍‌ ଷ୍ଟୋଲ୍‌ ଇତ୍ୟାଦିର ବେଶ୍‌ ଚାହିଦା ରହିଥାଏ। 

କ୍ୟାପ୍‌: ଶୀତଦିନେ ଷ୍ଟାଇଲିଶ୍‌ ଲୁକ୍‌ ସହ ଶରୀରକୁ ଶୀତଦାଉରୁ ରକ୍ଷା କରିବା ପାଇଁ କେବଳ ଆକର୍ଷଣୀୟ ପୋଷାକ ପିନ୍ଧିଦେଲେ ହେବନି, ମୁଣ୍ଡକୁ ସୁରକ୍ଷା ଦେବା ପାଇଁ କ୍ୟାପ୍‌ର ବି ଆବଶ୍ୟକତା ପଡ଼ିଥାଏ। ଖାସ୍‌କରି ବେନି କ୍ୟାପ୍‌, କଲର୍‌-ବ୍ଲକ୍‌ ଫେଡୋରା କ୍ୟାପ୍‌, ପମ୍‌ ପମ୍‌ କ୍ୟାପ୍‌, ଲେଦର୍‌ ଷ୍ଟାଇଲ୍‌ ଫାବ୍ରିକ୍‌ କ୍ୟାପ୍‌ ଭଳି ଟ୍ରେଣ୍ଡି କ୍ୟାପ୍‌ର ଏବେ ଖୁବ୍‌ ଚାହିଦା ଥିବା ଦେଖିବାକୁ ମିଳୁଛି।

ଜୋତା:  ଦେହ ଓ ମୁଣ୍ଡ ସହ ଶୀତଦାଉରୁ ପାଦକୁ ସୁରକ୍ଷା ଦେବା ପାଇଁ ବି ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ଜୋତା ମିଳୁଛି। ଯେମିତିକି: ସ୍ନିକର୍ସ, ଆଙ୍କେଲ୍‌ ବୁଟ୍‌, ‌ରାଇଡିଂ ବୁଟ୍‌ ଇତ୍ୟାଦି। ଯୁବତୀମାନେ ଚାହିଁଲେ ଏହିସବୁ ଜୋତାକୁ ପିନ୍ଧିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe