lover died in accident Photograph: (sambad.in)
ପୁରୁଣାକଟକ: ଉଭୟ ପ୍ରେମ କରିଥିଲେ | ନୂଆ ସଂସାର କରିବାର ସ୍ବପ୍ନ ବି ଦେଖିଥିଲେ | କଅଁଳ ମନର ଏହି ସ୍ବପ୍ନ ଦେଖିବାକୁ ଉଭୟ ଘରୁ ପାଦ କାଢିଥିଲେ, ହେଲେ ବାଟରେ ଛକି ବସିଥିଲା ଯମ | ପ୍ରେମ କଣ ବୁଝିବା ଆଗରୁ ପ୍ରେମିକାର ଚାଲିଯାଇଛି ଜୀବନ ଆଉ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି ପ୍ରେମିକା | ଘରୁ ମଧ୍ୟ ରାତ୍ରିରେ ଦୁଇ ପ୍ରେମୀଯୁଗଳ ବାଇକ ଯୋଗେ କୁଆଡେ ପଳାଇଯାଉଥିବାବେଳେ ଭାରସାମ୍ୟ ହରାଇ ଘଟିଥିଲା ଦୁର୍ଘଟଣା । ଘଟଣାରେ ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ନାବାଳିକା ଜଣଙ୍କ ଗୁରୁତର ହୋଇଛନ୍ତି।
ଆହୁରି ପଢନ୍ତୁ: Supremecourt in tension: ଏହି ମହିଳାଙ୍କ ପାଇଁ ବିଗିଡିଯିବ କି ଭାରତ-ରୁଷ ସମ୍ପର୍କ!
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଂଚଳର ଜଣେ ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ । ଗତକାଲି ଉକ୍ତ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ବାଇକ ଯୋଗେ ଫେରାର ମାରୁଥିବା ଚାରିଛକ-ଶୀତଲପାଣି ପୂର୍ତ୍ତ ରାସ୍ତାର ବଡ଼ଜୋର ନାଳ ନିକଟରେ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ନାବାଳିକା ଗୁରୁତର ଆହତ ହୋଇଥିଲେ ।
ଆହୁରି ପଢନ୍ତୁ: AAdhar Update: ଆଧାର ଅପଡେଟ କରିବା ହେଲା ସହଜ, ଏବେ ଅନଲାଇନରେ ବଦଳାଇପାରିବେ ନାମ ସହ ମୋବାଇଲ ନମ୍ବର
ଖବର ପାଇ ଉଭୟଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହରଭଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଥିବା ବେଳେ ହରଭଙ୍ଗା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
Follow Us