Rahul Target Modi: ଆମ ପ୍ରଧାନମନ୍ତ୍ରୀ ସାଲିସ କରିଛନ୍ତି, ଦେଶକୁ ବିକି ଦେଇଛନ୍ତି : ରାହୁଲ

Advertisment

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତରେ ସଂସଦ ବାହାରେ ସାମ୍ବାଦିକଙ୍କୁ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରବଳ ଚାପ‌ରେ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛନ୍ତି।

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତରେ ସଂସଦ ବାହାରେ ସାମ୍ବାଦିକଙ୍କୁ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରବଳ ଚାପ‌ରେ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛନ୍ତି।

modi rahul

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତରେ ସଂସଦ ବାହାରେ ସାମ୍ବାଦିକଙ୍କୁ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରବଳ ଚାପ‌ରେ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଗତ ୪ ମାସ ଧରି ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ହୋଇପାରି ନ ଥିଲା। ଏଥିରେ କୌଣସି ପରିବର୍ତ୍ତନ ମଧ୍ୟ ହୋଇନାହିଁ। ହଠାତ୍‌ ସନ୍ଧ୍ୟାରେ ଏହି ଚୁକ୍ତି ସ୍ବାକ୍ଷର ହେବାର କାରଣ ମୁଁ ଜାଣେ ଏବଂ ନରେନ୍ଦ୍ର ମୋଦୀ ମଧ୍ୟ ଜାଣନ୍ତି।

ଆହୁରି ପଢନ୍ତୁ: Sensex Increase: ସେନ୍‌ସେକ୍ସ ୨୦୭୨ ପଏଣ୍ଟ୍‌ ବଢ଼ିଲା: ଭାରତ-ଆମେରିକା ବାଣିଜ୍ୟ ରାଜିନାମା ପ୍ରଭାବ

ରାହୁଲ କହିଛନ୍ତି, ମୁଖ୍ୟ କଥା ହେଉଛି ଆମ ପ୍ରଧାନମନ୍ତ୍ରୀ ସାଲିସ କରିଛନ୍ତି। ଜନସାଧାରଣଙ୍କୁ ଏହି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତାଙ୍କୁ ରାଷ୍ଟ୍ରପତିଙ୍କ ଭାଷଣ ଉପରେ କହିବାକୁ ଅନୁମତି ଦିଆଗଲା ନାହିଁ। ନରେନ୍ଦ୍ର ମୋଦୀଜୀ ଏହି ବାଣିଜ୍ୟ ଚୁକ୍ତିରେ ଆପଣଙ୍କ କଠିନ ପରିଶ୍ରମକୁ ବିକ୍ରି କରିଦେଇଛନ୍ତି କାରଣ ସେ ସହଜରେ ବୁଝାମଣା କରିଛନ୍ତି। ସେ ଦେଶକୁ ବିକ୍ରି କରିଦେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଆହୁରି ପଢନ୍ତୁ: Ukraine Russia Attack: ୟୁକ୍ରେନ୍‌ ଉପରେ ରୁଷ୍‌ର ଭୟଙ୍କର ଆକ୍ରମଣ: ୭୦ରୁ ଅଧିକ କ୍ଷେପଣାସ୍ତ୍ର, ୪୫୦ ଡ୍ରୋନ୍‌ ମାଡ଼


ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦୀଜୀ ଭୟଭୀତ କାରଣ ଯେଉଁମାନେ ତାଙ୍କ ଭାବମୂର୍ତ୍ତି ଗଢ଼ିଥିଲେ ସେମାନେ ଏବେ ଏହି ଏହାକୁ ଭାଙ୍ଗି ଦେଉଛନ୍ତି। ଆମେରିକାରେ ଆଦାନୀଜୀଙ୍କ ଉପରେ ଏକ ମାମଲା ଅଛି, ଏହା ପ୍ରକୃତରେ ମୋଦୀଜୀ ଉପରେ ଏକ ମାମଲା। ଏପଷ୍ଟିନ୍‌ ଫାଇଲ୍‌ଗୁଡ଼ିକରେ ଆହୁରି ଅନେକ କିଛି ଅଛି ଯାହା ଆମେରିକା ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ସେଥିପାଇଁ ମଧ୍ୟ ଚାପ ଅଛି। ଦେଶ ଏହାକୁ ବୁଝିବା ଉଚିତ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀ ଏପଷ୍ଟିନ ଫାଇଲ୍‌ ସଂକ୍ରାନ୍ତରେ ଏହି ଟିପ୍ପଣୀ ଦେଇଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କର ଇସ୍ରାଏଲ ଗସ୍ତ ସମ୍ପର୍କରେ ଉଲ୍ଲେଖ ଥିଲା। ଭାରତ ଏହି ଦାବିକୁ ଭିତ୍ତିହୀନ ଓ ଘୃଣ୍ୟ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe