କୋର୍ଟ ରୁମ ବାହାରେ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍କର୍ମ ପୀଡ଼ିତା

କାହିଁକି କୋର୍ଟ ରୁମ ବାହାରେ ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍କର୍ମ ପୀଡିତା? ଆତ୍ମହତ୍ୟା ଉଦ୍ୟମ ପଛରେ ରହିଛି କାହାର ହାତ? ସେନେଇ ଜାଣିବାକୁ ଚାଁହୁଥିଲେ ଖବରଟିକୁ ମୂଳରୁ ଶେଷ ଯାଏଁ ପଢନ୍ତୁ |

victim

ସୁନ୍ଦରଗଡ଼: କୋର୍ଟ ରୁମ ବାହାରେ ପାରାସିଟାମଲ ଔଷଧ ଖାଇ ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ରୁମ ବାହାରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ବିପକ୍ଷରେ ରାୟ ଆସିବା ପରେ ସେ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ୨୦୨୧ ମସିହାରେ ନିଜ ସ୍ବାମୀଙ୍କ  ହତ୍ୟା ଅଭିଯୋଗରେ ଜେଲ ଯାଇ ଜାମିନରେ ଆସିଥିବା ଜଣାପଡିଛି ।

ଆପଣ ବି ପଢନ୍ତୁ ଏସବୁ ଖବର: ପରିତ୍ୟକ୍ତ କୋଠାରୁ ନାବାଳିକାଙ୍କ ମୃତଦେହ ଠାବ: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସ୍ବାମୀଙ୍କ ହତ୍ୟା ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରରୋଚନାରେ କରିଥିବାବେଳେ ପୁରୁଷଙ୍କୁ ପୁଲିସ ଗିରଫ ନକରି ମହିଳା ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜେଲରୁ ଜାମିନରେ ଆସିବା ପରେ ଉଭୟଙ୍କ ମଧ୍ୟରେ ପୂର୍ବପରି ପ୍ରେମ ସମ୍ପର୍କ ରହିନଥିଲା ।

ମହିଳା ଜଣକ ସୁନ୍ଦରଗଡ଼ ସହରରେ ରହୁଥିବାବେଳେ ୨୮ ନଭେମ୍ବର ୨୦୨୧ ଦିନ ତାଙ୍କ ପୂର୍ବ ପୁରୁଷ ବନ୍ଧୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ ।

ଆପଣ ବି ପଢନ୍ତୁ ଏସବୁ ଖବର: ଦୁଷ୍କର୍ମ ଅଭିଯୋଗ ପରେ ସୁରକ୍ଷାକର୍ମୀକୁ ମନା କରିଦେଲା ଏମ୍ସ ଭୁବନେଶ୍ବର

ସେହି ମାମଲାରେ ପୁରୁଷ ବନ୍ଧୁ ଅଶ୍ବିନୀ ନାଏକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା | ପରେ ସେ ଜାମିନରେ ଆସିଥିଲେ । ମାମଲା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚାର ଚାଲିଥିଲାବେଳେ ଆଜି ସେହି ମାମଲାର ରାୟ ପ୍ରକାଶ ପାଇଥିଲା । 

ଆପଣ ବି ପଢନ୍ତୁ ଏସବୁ ଖବର: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଦିନ ସକାଳୁ ଶିକାର ଖୋଜୁଥିଲା ସଞ୍ଜୟ ରଏ

ଯେଉଁଥିରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲା । ଏହା ପରେ ମହିଳା ଜଣକ ଏକାଥରେ ୮ଟି ପାରାସିଟାମଲ୍ ଟାବଲେଟ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ମେଡ଼ିକାଲ ଅଣାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ଆପଣ ବି ପଢନ୍ତୁ ଏସବୁ ଖବର: ଅଟୋରେ ଘରକୁ ଫେରୁଥିବା ବେଳେ ନିଶା ଦେଇ ଦୁଷ୍କର୍ମ କଲା ଚାଳକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe