Advertisment

Russia-Ukraine: ରୁଷ୍‌-ୟୁକ୍ରେନ ଯୁଦ୍ଧର ଚାରି ବର୍ଷ ପୂର୍ତ୍ତି-ପୁଟିନ୍‌ଙ୍କୁ ଜେଲେନସ୍କିଙ୍କ ବାର୍ତ୍ତା, ୟୁକ୍ରେନ୍‌ ଏବେବି ସ୍ବାଧୀନ

Advertisment

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଚାରିବର୍ଷ ପୂରି ଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ‌ବୋଲ୍‌ଡିମିର ଜେଲେନସ୍କି ମସ୍କୋକୁ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି ଯେ, ଏବେବି ୟୁକ୍ରେନ ଛିଡା ହୋଇଛି। ଜେଲେନସ୍କି କହିଛନ୍ତି, ଆମେ ଆମର ସ୍ବାଧୀନତା ରକ୍ଷା କରିପାରିଛୁ ଓ ରାଷ୍ଟ୍ରୀୟତା ବଜାୟ ରଖି ପାରିଛୁ।

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଚାରିବର୍ଷ ପୂରି ଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ‌ବୋଲ୍‌ଡିମିର ଜେଲେନସ୍କି ମସ୍କୋକୁ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି ଯେ, ଏବେବି ୟୁକ୍ରେନ ଛିଡା ହୋଇଛି। ଜେଲେନସ୍କି କହିଛନ୍ତି, ଆମେ ଆମର ସ୍ବାଧୀନତା ରକ୍ଷା କରିପାରିଛୁ ଓ ରାଷ୍ଟ୍ରୀୟତା ବଜାୟ ରଖି ପାରିଛୁ।

ukraine

କିବ୍‌: ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଚାରିବର୍ଷ ପୂରି ଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ‌ବୋଲ୍‌ଡିମିର ଜେଲେନସ୍କି ମସ୍କୋକୁ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି ଯେ, ଏବେବି ୟୁକ୍ରେନ ଛିଡା ହୋଇଛି। ଜେଲେନସ୍କି କହିଛନ୍ତି, ଆମେ ଆମର ସ୍ବାଧୀନତା ରକ୍ଷା କରିପାରିଛୁ ଓ ରାଷ୍ଟ୍ରୀୟତା ବଜାୟ ରଖି ପାରିଛୁ। ସାମାଜିକ ଗଣମାଧ୍ୟମରେ ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ତାଙ୍କ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛନ୍ତି। ସେ ୟୁକ୍ରେନ ଲୋକଙ୍କୁ ହରାଇ ପାରିନାହାନ୍ତି କି ଯୁଦ୍ଧ ଜିତିପାରି ନାହାନ୍ତି। 

ଆହୁରି ପଢନ୍ତୁ:🔴 LIVE News Updates 2026 February 25: ପରଲୋକରେ ୧୦୧ବର୍ଷର ଭେଟରାନ ନେତା ଆର. ନଲ୍ଲାକାହ୍ନୁ; ବଳଦେବ ଜୀଉଙ୍କ ରଥ ନିର୍ମାଣ ଲାଗି କୋଟିଏ ଟଙ୍କାର ଅନୁଦାନ 

ସୂଚନାଯୋଗ୍ୟ, ଫ୍ରେବୁଆରି ୨୪, ୨୦୨୨ରେ ରୁଷ୍‌ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧରେ ଦଶ ହଜାରରୁ ଅଧିକ ଲୋକ ନିହତ ହୋଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହୋଇଛନ୍ତି। ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ର ଏକ ସାମ୍ପ୍ରତିକ ରିପୋର୍ଟ ଆକଳନ କରିଛି ଯେ, ଉଭୟ ପକ୍ଷର ମୃତାହତ ଚଳିତ ବର୍ଷ ପାଖାପାଖି ୨ ନିୟୁତ ହୋଇପାରେ।ଆସୋସିଏଟେଡ ପ୍ରେସ୍‌ ରିପୋର୍ଟ ଅନୁଯାୟୀ, ରୁଷ୍‌-ୟୁକ୍ରେନ ଯୁଦ୍ଧ ପୂର୍ତ୍ତି ଅବସରରେ କିବ୍‌ ସହିତ ନିଜର ଏକତା ପ୍ରଦର୍ଶନ କରିବାକୁ ଡଜନରୁ ଅଧିକ ବରିଷ୍ଠ ୟୁରୋପୀୟ ପ୍ରତିନିଧି ୟୁକ୍ରେନ ଆସିଥିଲେ। ରୁଷ୍‌ର ବିଶାଳ ତଥା ଉନ୍ନତ ସାମରିକ ଶକ୍ତି ସତ୍ତ୍ବେ ୟୁକ୍ରେନ ଏହାର ସ୍ବାଧୀନତା ହରାଇ ନାହିଁ। ୱାସିଂଟନ୍‌ସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ଦି ଷ୍ଟଡି ଅଫ୍ ୱାର୍ ସୂଚନା ଅନୁଯାୟୀ, ଗତ ଚାରି ବର୍ଷରେ ରୁଷ୍‌ ୟୁକ୍ରେନର ମାତ୍ର ୦.୭୯ ପ୍ରତିଶତ ଅଞ୍ଚଳ ଦଖଲ କରିଛି। ଏହାସହିତ ୟୁକ୍ରେନର ପାଖାପାଖ ୨୦ ପ୍ରତିଶତ ଅଞ୍ଚଳ ଅଧୀନରେ ରଖିଛି। 

ଆହୁରି ପଢନ୍ତୁ: Baldevjew: ବଳଦେବ ଜୀଉଙ୍କ ରଥ ନିର୍ମାଣ ଲାଗି କୋଟିଏ ଟଙ୍କାର ସ୍ୱତନ୍ତ୍ର ଅନୁଦାନ
କିବ୍‌ର ସେଣ୍ଟ୍ରାଲ ସ୍କୋୟାରରେ ସୈନ୍ୟଙ୍କ ସମାଧି ଥିବା ଏକ ଅସ୍ଥାୟୀ ସ୍ମାରକୀଠାରେ ଜେଲେନସ୍କି ଛିଡ଼ା ହୋଇଥିଲେ କହିଥିଲେ ଯେ, ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସି ଏଠାରେ ହୋଇଥିବା କ୍ଷୟକ୍ଷତି ଦେଖିବା କଥା। ଦୀର୍ଘ ଦିନର ଯୁଦ୍ଧରେ ତାଙ୍କ ଭିତରେ କ’ଣ ପରିବର୍ତ୍ତନ ଆଣିଛି ଯେ ବୋଲି ପ୍ରଶ୍ନର ଉତ୍ତରରେ ଜେଲେନସ୍କି କହିଥିଲେ ତାଙ୍କ ପାଖରେ ବନ୍ଧୁ କିମ୍ବା ବନ୍ଧୁତା ପାଇଁ ସମୟ ନାହିଁ। ଏହାସହିତ ରୁଷ୍‌ ସହିତ କୂଟନୈତିକ ଆଲୋଚନା ଜାରି ରଖିବାକୁ ମଧ୍ୟ ଜେଲନସ୍କି କହିଥିଲେ। ଆସନ୍ତା ୧୦ ଦିନରେ ଆମେରିକା ନେତୃତ୍ବରେ ରୁଷ୍‌-ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହେଉ ବୋଲି ସେ ଚାହୁଛନ୍ତି। ରୁଷ୍‌ ବାରମ୍ବାର ଆକାଶମାର୍ଗରେ ଆକ୍ରମଣ କରୁଥିବାବେଳେ ୟୁକ୍ରେନରେ ଲୋକମାନେ ବିଦ୍ୟୁତ ଓ ପାଣି ବିନା ରହୁଛନ୍ତି।

ଆହୁରି ପଢନ୍ତୁ: ICC will Refund Ticket Money: ସେମିଫାଇନାଲ୍‌ ପାଇଁ ସ୍ଥାନ ବଦଳିଲେ ଟିକେଟ୍‌ ଅର୍ଥ ଫେରସ୍ତ ଦେବ ଆଇସିସି
ମଙ୍ଗଳବାର ଜାତିସଂଘ ମହାସଭା ତୁରନ୍ତ ଯୁଦ୍ଧବିରତି ଓ ଶାନ୍ତି ପ୍ରତିଷ୍ଠା ପାଇଁ କହିଥିଲା। ୟୁକ୍ରେନର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତା ବଜାୟ ରଖିବା ନେଇ ପ୍ରସ୍ତାବ ପାରିତ କରିଥିଲା। ତେବେ ଆମେରିକା ଭୋଟ ଦାନରୁ ବିରତ ରହିଥିଲା। ଅନ୍ୟପକ୍ଷରେ ରୁଷ୍‌ ପଛକୁ ହଟିବାକୁ ସଙ୍କେତ ଦେଉନାହିଁ। ରୁଷ୍‌ ପ୍ରବକ୍ତା ଡିମିଟ୍ରି ପେସ୍‌କୋଭ କହିଛନ୍ତି, ରୁଷ୍‌ ଏହାର ଲକ୍ଷ୍ୟ ପୂରଣ ଦିଗରେ ଅଭିଯାନ ଜାରି ରଖିବ। ଜର୍ମାନ ଚାନ୍ସେଲର ଫ୍ରେଡରିକ ମର୍ଜ କହିଛନ୍ତି, ଏହା କେବଳ ୟୁକ୍ରେନ ନୁହେଁ ସମଗ୍ର ୟୁରୋପ ପାଇଁ ଦୁଃସ୍ବପ୍ନ ପରି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁନ ରୁଷ୍‌ ଆକ୍ରମଣକୁ ସାମରିକ, ଅର୍ଥନୈତିକ ତଥା ରଣନୈତିକ ଦୃଷ୍ଟିକୋଣରୁ ବିଫଳତା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe