T20-Worldcup :ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବିଚିତ୍ର ଇତିହାସ :୯ ସଂସ୍କରଣ, କେବେବି ଜିତିନାହାନ୍ତି ଆୟୋଜକ

Advertisment

ଆଜକୁ ପାଖାପାଖି ୧୯ବର୍ଷ ତଳେ ଅର୍ଥାତ୍ ୨୦୦୭ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା। ସେବେଠାରୁ ଫଟାଫଟ୍‌ କ୍ରିକେଟ୍‌ ଭାବେ ପରିଚିତ ଟ୍ବେଣ୍ଟି-୨୦ର ୯ଟି ବିଶ୍ବକପ୍‌ ଖେଳାଯାଇସାରିଲାଣି।

ଆଜକୁ ପାଖାପାଖି ୧୯ବର୍ଷ ତଳେ ଅର୍ଥାତ୍ ୨୦୦୭ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା। ସେବେଠାରୁ ଫଟାଫଟ୍‌ କ୍ରିକେଟ୍‌ ଭାବେ ପରିଚିତ ଟ୍ବେଣ୍ଟି-୨୦ର ୯ଟି ବିଶ୍ବକପ୍‌ ଖେଳାଯାଇସାରିଲାଣି।

05bbs_7_05022026_112

ନୂଆଦିଲ୍ଲୀ : ଆଜକୁ ପାଖାପାଖି ୧୯ବର୍ଷ ତଳେ ଅର୍ଥାତ୍ ୨୦୦୭ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା। ସେବେଠାରୁ ଫଟାଫଟ୍‌ କ୍ରିକେଟ୍‌ ଭାବେ ପରିଚିତ ଟ୍ବେଣ୍ଟି-୨୦ର ୯ଟି ବିଶ୍ବକପ୍‌ ଖେଳାଯାଇସାରିଲାଣି। ସେଥିମଧ୍ୟରେ ୬ଟି ଭିନ୍ନ ଭିନ୍ନ ଦଳ ବିଜେତା ହୋଇଥିଲା ବେଳେ ପଡ଼ିଆ ଭିତର ଓ ବାହାରର ଅଗଣିତ ଅଭୁଲା ମୁହୂର୍ତ୍ତ କ୍ରିକେଟ୍‌ପ୍ରେମୀଙ୍କ ହୃଦୟକୁ ଛୁଇଁପାରିଛି। ୨୦୨୬ରେ ଆହୁରି ଅନେକ ରେକର୍ଡ ଓ ରୋମାଞ୍ଚକ କ୍ରିକେଟ୍‌ ମୁହୂର୍ତ୍ତ ସମସ୍ତଙ୍କ ମନରେ ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ଆଶା କରାଯାଉଛି। 

ଆହୁରି ପଢନ୍ତୁ: 🔴 LIVE | News Updates 5 February 2026: ଆତଙ୍କବାଦୀ ଆକ୍ରମଣରେ ୨୦୦ ଲୋକଙ୍କ ମୃତ୍ୟୁ; ଓମାନରେ ଆଲୋଚନା କରିବେ ଆମେରିକା-ଇରାନ; ‘ୱାସିଂଟନ ପୋଷ୍ଟ’ରେ ଛଟେଇ

ଅବଶ୍ୟ ଏଥରର ବିଶ୍ବକପ୍‌ରୁ ବାଂଲାଦେଶ ଓହରିଯିବା ଏବଂ ପାକିସ୍ତାନ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବ ବୋଲି ଘୋଷଣା କରିବା ବିଶ୍ବକପ୍‌ର ରୋମାଞ୍ଚକୁ କିଛିଟା ଫିକା କରିଛି। ତଥାପି ୨୦ ଦଳକୁ ନେଇ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ଆଇସିସି କହିଛି।ବିଶ୍ବକପ୍‌ର ପୂର୍ବ ପ୍ରଦର୍ଶନକୁ ତର୍ଜମା କଲେ ଜଣପଡ଼େ ଯେ ଭାରତ, ୱେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡ ଦୁଇ ଥର ଲେଖାଏଁ ବିଜେତା ହେବାର ଗୌରବ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଥରେ ଲେଖାଏଁ ଏହାକୁ ଜିତିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କେବେବି କୌଣସି ଆୟୋଜକ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ବିରଳ ସଫଳତା ଲାଭ କରି ନାହାନ୍ତି। ଏଥର ଏହି ସୁଯୋଗ ଭାରତ ପାଖରେ ରହିଛି। ଶ୍ରୀଲଙ୍କା ପାଖରେ ମଧ୍ୟ ସେହି ଅପୂର୍ବ ସୁଯୋଗ ରହିବ। ଉଭୟ ଦଳ ଭିତରୁ ଯିଏ ବି ବିଜେତା ହେବ, ଟ୍ବେଣ୍ଟି-୨୦ କ୍ରିକେଟ୍‌ ଇତିହାସରେ ନୂଆ ଇତିହାସ ଯୋଡ଼ିହେବ। ୨୦୦୭ ମସିହାରେ ମହେନ୍ଦ୍ର ଧୋନିଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ପ୍ରଥମ ବିଜେତା ହୋଇଥିଲା। ସେବେଠାରୁ ଦ୍ବିତୀୟ ଥର ବିଜେତା ହେବା ଲାଗି ଭାରତକୁ ୧୭ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। 

ଆହୁରି ପଢନ୍ତୁ: Shaping the future: ବିକଶିତ ଭାରତ ନିର୍ମାତାଙ୍କ ଭବିଷ୍ୟତ ଗଠନ

୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକାକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ହରାଇ ଭାରତ ଦ୍ବିତୀୟ ଥର ଟ୍ବେଣ୍ଟି-୨୦ର ବିଶ୍ବବିଜୟୀ ହେବାର ଗୌରବ ହାସଲ କରିଥିଲା। ବାର୍ବାଡସ୍‌ର ବ୍ରିଜଟାଉନ୍‌ସ୍ଥିତ କେନସିଙ୍ଗଟନ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମେଗା ଫାଇନାଲ୍‌ରେ ଏକଦା ସଙ୍କଟରେ ପଡ଼ିଥିବା ଭାରତୀୟ ଦଳ ଶେଷରେ ନାଟକୀୟ ଭାବେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରି ୭ ରନ୍‌ରେ ଏହାକୁ ଜିତି ନେଇଥିଲା। ତା’ ସହିତ ସମର୍ଥକଙ୍କୁ ଦେଇଥିଲା ପ୍ରତୀକ୍ଷିତ ଓ ଅନନ୍ୟ ଉପହାର। ଏଥର ଭାରତ ଡିଫେଣ୍ଡିଂ ଚାମ୍ପିଅନ୍‌ ଭାବେ ବିଶ୍ବକପ୍‌ ଖେଳିବ। ପୁଣି ସୂର୍ଯ୍ୟକୁମାରଙ୍କ ସେନା ସଂପ୍ରତି ଚମତ୍କାର ଫର୍ମରେ ରହିଛି। 

ଆହୁରି ପଢନ୍ତୁ: Autorickshaw Accident: ଅଟୋ ଓଲଟି ୫ ଆହତ, ମଙ୍ଗଳପୁରରେ ଦୁର୍ଘଟଣା

ଏଣୁ ୨୦୨୪ ସଫଳତାକୁ ଦୋହରାଇବାର ଦୃଢ଼ ଆଶା ରହିଛି। ଅତୀତର ପରିସଂଖ୍ୟାନ ଅନୁସାରେ ୨୦୦୭ରେ ଦକ୍ଷିଣ ଆଫ୍ରିକା, ୨୦୦୯ରେ ଇଂଲଣ୍ଡ, ୨୦୧୦ରେ ୱେଷ୍ଟଇଣ୍ଡିଜ୍, ୨୦୧୨ରେ ଶ୍ରୀଲଙ୍କା, ୨୦୧୪ରେ ବାଂଲାଦେଶ, ୨୦୧୬ରେ ଭାରତ, ୨୦୨୧ରେ ୟୁଏଇ-ଓମାନ, ୨୦୨୨ରେ ଅଷ୍ଟ୍ରେଲିଆ ଏବଂ ୨୦୨୪ରେ ଆମେରିକା-ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ଆୟୋଜନ କରିଥିଲେ ମଧ୍ୟ କେବେବି ଆୟୋଜକ ଦେଶ ଭାବେ ବିଶ୍ବକପ୍‌ ଜିତି ପାରି ନାହାନ୍ତି। ଏଣୁ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦଶମ ସଂସ୍କରଣରେ ଏହି ଧାରା ବଦଳିବ ବୋଲି ଘରୋଇ ପ୍ରଶଂସକ ଆଶା ପୋଷଣ କରିଛନ୍ତି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ତାଲିକା
ବର୍ଷ ବିଜେତା ଉପବିଜେତା ଆୟୋଜକ
୨୦୦୭ ଭାରତ ପାକିସ୍ତାନ ଦକ୍ଷିଣ ଆଫ୍ରିକା
୨୦୦୯ ପାକିସ୍ତାନ ଶ୍ରୀଲଙ୍କା ଇଂଲଣ୍ଡ
୨୦୧୦ ଇଂଲଣ୍ଡ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ୍‌
୨୦୧୨ ୱେଷ୍ଟଇଣ୍ଡିଜ୍‌ ଶ୍ରୀଲଙ୍କା ଶ୍ରୀଲଙ୍କା
୨୦୧୪ ଶ୍ରୀଲଙ୍କା ଭାରତ ବାଂଲାଦେଶ
୨୦୧୬ ୱେଷ୍ଟଇଣ୍ଡିଜ୍‌ ଇଂଲଣ୍ଡ ଭାରତ
୨୦୨୧ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ୟୁଏଇ-ଓମାନ
୨୦୨୨ ଇଂଲଣ୍ଡ ପାକିସ୍ତାନ ଅଷ୍ଟ୍ରେଲିଆ
୨୦୨୪ ଭାରତ ଦକ୍ଷିଣ ଆଫ୍ରିକା ଆମେରିକା-ୱେଷ୍ଟଇଣ୍ଡିଜ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe