Worldcup Issue: ବିଶ୍ବକପ୍‌ ବିବାଦକୁ ନେଇ ବାଂଲାଦେଶ କ୍ରିକେଟ୍‌ରେ ଝଡ଼, ନିଜ ସ୍ଥିତିକୁ ବୁଝ, ବିସିସିଆଇ ସହ ଲାଗନି କହିଲେ ତମିମ

Advertisment

ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍ ନଖେଳିବା ଜିଦ୍‌ରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଟଳ ଥିଲାବେଳେ ଏହାକୁ ନେଇ ଖୋଦ ବାଂଲାଦେଶ କ୍ରିକେଟ୍‌ ଦି ଫାଳ ହୋଇଛି। ଏହି ଦେଶର ବହୁ ପୂର୍ବତନ କ୍ରିକେଟର୍‌ ଅଯଥା ଏଣୁ ତେଣୁ ନକହି ନିଜ ଗୋଡ଼ ନିଜେ ହାଣିବା ପରିବର୍ତ୍ତେ ପରିସ୍ଥିତିକୁ ବୁଝି ତଦନୁଯାୟୀ ନିଷ୍ପତ୍ତି ନେବାକୁ ବିସିବିକୁ ପରାମର୍ଶ ଦେଇଛନ୍ତି।

ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍ ନଖେଳିବା ଜିଦ୍‌ରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଟଳ ଥିଲାବେଳେ ଏହାକୁ ନେଇ ଖୋଦ ବାଂଲାଦେଶ କ୍ରିକେଟ୍‌ ଦି ଫାଳ ହୋଇଛି। ଏହି ଦେଶର ବହୁ ପୂର୍ବତନ କ୍ରିକେଟର୍‌ ଅଯଥା ଏଣୁ ତେଣୁ ନକହି ନିଜ ଗୋଡ଼ ନିଜେ ହାଣିବା ପରିବର୍ତ୍ତେ ପରିସ୍ଥିତିକୁ ବୁଝି ତଦନୁଯାୟୀ ନିଷ୍ପତ୍ତି ନେବାକୁ ବିସିବିକୁ ପରାମର୍ଶ ଦେଇଛନ୍ତି।

89dbc88d-72d9-4968-aaa7-d91e6964cbfa

Tamim Iqbal Photograph: (Photo: social media)

ଢାକା: ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍ ନଖେଳିବା ଜିଦ୍‌ରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଟଳ ଥିଲାବେଳେ ଏହାକୁ ନେଇ ଖୋଦ ବାଂଲାଦେଶ କ୍ରିକେଟ୍‌ ଦି ଫାଳ ହୋଇଛି। ଏହି ଦେଶର ବହୁ ପୂର୍ବତନ କ୍ରିକେଟର୍‌ ଅଯଥା ଏଣୁ ତେଣୁ ନକହି ନିଜ ଗୋଡ଼ ନିଜେ ହାଣିବା ପରିବର୍ତ୍ତେ ପରିସ୍ଥିତିକୁ ବୁଝି ତଦନୁଯାୟୀ ନିଷ୍ପତ୍ତି ନେବାକୁ ବିସିବିକୁ ପରାମର୍ଶ ଦେଇଛନ୍ତି। ପୂର୍ବତନ ଓପନର୍‌ ତମିମ ଇକବାଲ୍‌ ଆଉ ପାଦେ ଆଗକୁ ଯାଇ ଅଯଥା ବିସିସିଆଇ ସହ ନ ଲାଗିବାକୁ ନିଜ ଦେଶର କ୍ରିକେଟ୍ ବୋର୍ଡକୁ ଆହ୍ବାନ କରିଛନ୍ତି। ଭାବନାରେ ଭାସିଯାଇ କୌଣସି ନିଷ୍ପତ୍ତି ନିଅନି।

ପରିସ୍ଥିତିକୁ ବୁଝି ଏବଂ କିଛି ବି କରିବା ପୂର୍ବରୁ ବାଂଲାଦେଶ କ୍ରି‌କେଟର୍‌ ହିତକୁ ଅଗ୍ରାଧିକାର ଦିଅ। ଅକାରଣରେ ଆମ କ୍ରିକେଟ୍‌କୁ ବରବାଦ କରନି ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି। ‌ତେବେ ବିସିବିର ଜଣେ ଅଧିକାରୀ ଏଥିପାଇଁ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏପରିକି ତମିମଙ୍କୁ ସେ ଭାରତର ଏଜେଣ୍ଟ୍‌ ଆଖ୍ୟା ଦେଇଛନ୍ତି। ଯାହାକୁ ତସ୍କିନ ଅହମଦ, ମୋମିନୁଲ ହକ୍ ଓ ତାଇଜୁଲ ଇସ୍‌ଲାସଙ୍କ ଭଳି ପୂର୍ବତନ କ୍ରିକେଟର୍‌ ତୀବ୍ର ସମାଲୋଚନା କରିଛନ୍ତି। ତମିମ ୧୬ବର୍ଷ ଧରି ବାଂଲାଦେଶ କ୍ରିକେଟ୍‌କୁ ସେବା ଦେଇଛନ୍ତି। ତାଙ୍କୁ ଏଭଳି କହି ସମଗ୍ର କ୍ରିକେଟ୍‌ ଜଗତକୁ ଅସମ୍ମାନ କରିନି ବୋଲି ସେମାନେ ବିସିବିକୁ ଆହ୍ବାନ କରିଛନ୍ତି।

ଆହୁରି ପଢନ୍ତୁ: Make America Great Again: ମେକ୍ ଆମେରିକା ଗ୍ରେଟ୍ ଏଗେନ୍‌କୁ ନେଇ ଭାରତୀୟ ବିଚାରପତିଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ବାଂଲାଦେଶର ଟେଷ୍ଟ୍‌ ଅଧିନାୟକ ନଜମୁଲ ହୁସେନ ସଣ୍ଟୋ ମଧ୍ୟ ବିସିବିର କଠୋର ଆଭିମୁଖ୍ୟକୁ ପପସନ୍ଦ କରି ନାହାନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନେଇ ସୃଷ୍ଟି ହୋଇଥିବା ବିବାଦ ତଥା ଗତିରୋଧ ଯୋଗୁ ସେମାନଙ୍କ ଖେଳ ପ୍ରଭାବିତ ହେଉଛି ବୋଲି ସ୍ବୀକାର କରି ସେ କହିଛନ୍ତି, ସତ କହିବାକୁ ଗଲେ ଏହି ବିବାଦ ଆମ ଖେଳାଳିଙ୍କ ପାଇଁ ଅତିରିକ୍ତ ମାନସିକ ଚାପ ସୃଷ୍ଟି କରିଛି। ସବୁକିଛି ଠିକ୍‌ ଅଛି ବୋଲି କେବଳ ଆମେ ଅଭିନୟ କରୁଛୁ। ସେପଟେ ଏହି ମାମଲାରେ ଶନିବାର ବିସିସିଆଇ ମୁହଁ ଖୋଲିଛି। ବିଶ୍ବକପ୍‌ ମ୍ୟାଚ୍‌ର ସ୍ଥାନ ଅଦଳ ବଦଳ କରିବା କାମ ଆଇସିସିର। ଆମେ ଏଥିସହ କୌଣସି ମତେ ଜଡ଼ିତ ନାହୁଁ। ଆଇସିସି ଯାହା ନିଷ୍ପତ୍ତି ନେବ ଆମେ ସବୁ ମାନିବୁ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କରିଛନ୍ତି।

ଆହୁରି ପଢନ୍ତୁ: Ayodhya Ram Temple: ଅଯୋଧ୍ୟା ରାମମନ୍ଦିରର ୧୫ କିମି ପରିଧି ମଧ୍ୟରେ ଆମିଷ ଖାଦ୍ୟ ସାମଗ୍ରୀ ବିତରଣ ନିଷେଧ

ସୂଚନାଯୋଗ୍ୟ ଯେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିରନ୍ତର ଆକ୍ରମଣ, ଲୁଣ୍ଠନ ଓ ହତ୍ୟା ପ୍ରତିବାଦରେ ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ବାଦ୍ ଦେବା ଲାଗି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲା। ‌ମୁସ୍ତାଫିଜୁରଙ୍କୁ କେକେଆର୍‌ ମଧ୍ୟ ନିଜ ଦଳରୁ ବିଦା କରି ଦେଇଥିଲା। ଏହା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଭାରତକୁ ଦଳ ପଠାଇବ ନାହିଁ ବୋଲି ଧମକ ଦେଇଥିଲା। ବିସିବି ମଧ୍ୟ ନିଜ ମ୍ୟାଚ୍‌ର ସ୍ଥାନ ବଦଳାଇବାକୁ ଆଇସିସିକୁ ପତ୍ର ଲେଖି ଦାବି କରିଥିଲା। ଆଇସିସି ତା’ର ଏହି ଦାବିକୁ କିନ୍ତୁ ଅନଔପଚାରିକ ଭାବେ ଅଗ୍ରାହ୍ୟ କରିଦେଇଥିଲା। ‌ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିସିଆଇ ଦ୍ବିତୀୟ ପତ୍ର ଲେଖିଛି। ଯାହାର କୌଣସି ଅନୁଷ୍ଠାନିକ ଉତ୍ତର ଏ ପର୍ଯ୍ୟନ୍ତ ରଖିନି ଆଇସିସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe