ୱାସିଂଟନ: ୨୦ ଜାନୁଆରି ୨୦୨୫ରେ, ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଗୋଟିଏ ବର୍ଷ ପୂରଣ ହୋଇଛି। ଏକ ବର୍ଷ ମଧ୍ୟରେ ଏମିତି କୌଣସି ଦିନ ନାହିଁ ଯେଉଁଦିନ ଟ୍ରମ୍ପ କୌଣସି ବଡ଼ ଆଶ୍ଚର୍ଯ୍ୟଜନକ କିମ୍ବା ବିବାଦୀୟ ନିଷ୍ପତ୍ତି ନେଇ ନାହାନ୍ତି। ଟ୍ରମ୍ପ ତାଙ୍କର ପ୍ରଥମ ଦିନରେ ସ୍ପଷ୍ଟ କରିଦେଇଥିଲେ, ଦ୍ୱିତୀୟ କାର୍ଯ୍ୟକାଳ ପୂର୍ବ ଅପେକ୍ଷା ଅଧିକ କଠୋର, ତୀକ୍ଷ୍ଣ ଓ ଅଧିକ ସ୍ପଷ୍ଟବାଦୀ ହେବ। ଅର୍ଥନୀତି, ପ୍ରବାସ, ସ୍ୱାସ୍ଥ୍ୟ ନୀତି କିମ୍ବା ବିଶ୍ୱ ସହିତ ସମ୍ପର୍କ ହେଉ ଟ୍ରମ୍ପ ପ୍ରତ୍ୟେକ କ୍ଷେତ୍ରରେ ନିଜସ୍ୱ ଶୈଳୀରେ ଏକ ବର୍ଷ ମଧ୍ୟରେ ନିଷ୍ପତ୍ତି ନେଇଛନ୍ତି। ଏକ ବର୍ଷ ମଧ୍ୟରେ ଟ୍ରମ୍ପଙ୍କ ୧୨ ବଡ଼ ନିଷ୍ପତ୍ତି ବେଶ୍ ଚର୍ଚ୍ଚାରେ ରହିଛି। ସେହିପରି ପ୍ରତି ୩ ମାସ ବା ୯୦ ଦିନରେ ସେ ଗୋଟିଏ ଦେଶ ଉପରେ ନିଜର ନିୟନ୍ତ୍ରଣ ହାସଲ କରିଛନ୍ତି।
ସରକାରଙ୍କୁ ସଙ୍କୁଚିତ କରିବା ପାଇଁ ଡିଓଜିଇ ଗଠନ
କ୍ଷମତାକୁ ଫେରିବା ପରେ, ଟ୍ରମ୍ପ୍ ଘୋଷଣା କରିଥିଲେ, ସେ ଆମେରିକୀୟ ସରକାରଙ୍କୁ ଛୋଟ କରିବେ। ତାଙ୍କର ପ୍ରଥମ ଦିନରେ, ସେ ଡିପାର୍ଟମେଣ୍ଟ୍ ଅଫ୍ ଗଭର୍ଣ୍ଣମେଣ୍ଟ୍ ଏଫିସିଏନ୍ସି (ଡିଓଜିଇ)ଗଠନ କରିଥିଲେ। ଏହାର ନେତୃତ୍ୱ କୋଟିପତି ଶିଳ୍ପପତି ଏଲୋନ୍ ମସ୍କଙ୍କ ହାତରେ ଦେଇଥିଲେ। ଡିଓଜିଇ ଦ୍ବାରା ହଜାର ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିଥିଲେ। ଅନେକ ବିଭାଗର ବଜେଟ୍ କାଟି ଦେଇଥିଲେ ଓ ସମଗ୍ର ସରକାରୀ କଳକୁ ଅଚଳ କରିଦେଇଥିଲେ। ସବୁଠାରୁ ବଡ଼ ଆଘାତ ୟୁଏସ୍ଏଆଇଡି ଉପରେ ପଡ଼ିଥିଲା। ଯାହାକୁ ପ୍ରାୟତଃ ସମାପ୍ତ କରିଦିଆଯାଇଥିଲା। ସମାଲୋଚକମାନଙ୍କ ଅନୁସାରେ , ଏହା ସାରା ବିଶ୍ୱରେ ଆମେରିକୀୟ ସହାୟତା ଓ ବିକାଶ ପଦକ୍ଷେପକୁ ଦୁର୍ବଳ କରିଦେଇଥିଲା।
ପ୍ରବାସନ ଉପରେ କଠୋର ପଦକ୍ଷେପ
ଟ୍ରମ୍ପ ବେଆଇନ ପ୍ରବାସୀଙ୍କ ଉପରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ୧୯ ଅଣ-ୟୁରୋପୀୟ ଦେଶରୁ ପ୍ରବାସୀ ବନ୍ଦ କରାଯାଇଥିଲା। ହଜାର ହଜାର ଭିସା ବାତିଲ କରାଯାଇଥିଲା। ନୂତନ ଭିସା ଫ୍ରିଜ୍ କରାଯାଇଥିଲା। ପ୍ରମୁଖ ସହରଗୁଡ଼ିକରେ ଆଇସିଇ ଚଢଉ ସାଧାରଣ ହୋଇଯାଇଥିଲା। ମାର୍ଚ୍ଚ ମାସରେ, ଟ୍ରମ୍ପ ଏଲିଏନ୍ ଶତ୍ରୁ ଆଇନ ବ୍ୟବହାର କରିଥିଲେ ଓ ଭେନେଜୁଏଲାର ଗ୍ୟାଙ୍ଗ ସଦସ୍ୟମାନଙ୍କୁ ଦେଶାନ୍ତର କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଅନେକ ସହରରେ ବିରୋଧ ପ୍ରଦର୍ଶନ ହୋଇଥିଲା। ମିନେସୋଟାର ମିନିଆପୋଲିସରେ ଆଇସିଇ ଅପରେସନ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ଖରାପ ହୋଇଥିଲା। ଆବଶ୍ୟକ ହେଲେ ବିଦ୍ରୋହ ଆଇନ ବ୍ୟବହାର କରିବାକୁ ଟ୍ରମ୍ପ ଧମକ ମଧ୍ୟ ଦେଇଥିଲେ।
ସମଗ୍ର ବିଶ୍ୱ ଉପରେ ଶୁଳ୍କ ଘୋଷଣା
ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ବାଣିଜ୍ୟ ଯୁଦ୍ଧ ସହିତ ଆରମ୍ଭ କରିଥିଲେ। ଜାନୁଆରିରେ ସେ ଚୀନ୍, କାନାଡା ଓ ମେକ୍ସିକୋ ଉପରେ ଶୁଳ୍କ ଲାଗୁ କରିଥିଲେ। ଏପ୍ରିଲରେ ଏହାକୁ ଲିବରେସନ୍ ଦିବସ ବୋଲି କହି ପ୍ରାୟ ସମସ୍ତ ଦେଶ ଉପରେ ଅତି କମରେ ୧୦% ଶୁଳ୍କ ଲାଗୁ କରିଥିଲେ। ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯାଇଥିଲା। ଆବଶ୍ୟକ ହେଲେ ୫୦୦% ଲାଗୁ ପାଇଁ ଧମକ ମଧ୍ୟ ଦିଆଯାଇଥିଲା। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଥିଲେ ଯେ, ଯିଏ ଆମେରିକାକୁ କ୍ଷତି ପହଞ୍ଚାଇବ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ।
ଇସ୍ରାଏଲ-ହମାସ ଯୁଦ୍ଧରେ ଅସ୍ତ୍ରବିରତି
ଟ୍ରମ୍ପଙ୍କ ପ୍ରମୁଖ କୂଟନୈତିକ ସଫଳତା ଥିଲା ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି। ୨୦୨୩ ମସିହାରୁ ଚାଲିଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଏହି ଚୁକ୍ତିକୁ ପାଳନ କରିବା ପାଇଁ ଟ୍ରମ୍ପ ମଧ୍ୟପ୍ରାଚ୍ୟ ଗସ୍ତ ମଧ୍ୟ କରିଥିଲେ। ତଥାପି, ଇସ୍ରାଏଲର ଆକ୍ରମଣ ଏବେ ବିଜାରି ରହିଛି। ଅସ୍ତ୍ରବିରତିର ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି। ଗାଜା ପାଇଁ ଏକ ଶାନ୍ତି ବୋର୍ଡ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଯେଉଁଥିରେ ଅନେକ ଦେଶଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ତଥାପି, ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ତାଙ୍କର ପ୍ରତିଶ୍ରୁତି, ଯାହା ସେ କ୍ଷମତାକୁ ଆସିବାର ପ୍ରଥମ ଦିନରେ ସମାପ୍ତ କରିବାକୁ କହିଥିଲେ, ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ।
ଆହୁରି ପଢନ୍ତୁ: Plane Crash: ରାଉରକେଲା ବିମାନ ଦୁର୍ଘଟଣା: ସୁସ୍ଥ ହୋଇ ଫେରିଲେ ନବୀନ
ଯାତ୍ରା ନିଷେଧ ଓ କଠୋର ପ୍ରବେଶ ନିୟମ
ଜାତୀୟ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ଅନେକ ଦେଶର ନାଗରିକଙ୍କ ପାଇଁ ଆମେରିକାରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର କରିଦେଇଛି। ଏଥିରେ ବିମାନବନ୍ଦର ଯାଞ୍ଚ୍କୁ କଡ଼ାକଡ଼ି, ଦୀର୍ଘ ସମୟ ଧରି ପଚରାଉଚରା ଓ ଅନେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ସୃଷ୍ଟି କରିଛି।
ଆମେରିକା ପୁଣି ଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିଲା
ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ରୁ ଆମେରିକାକୁ ପ୍ରତ୍ୟାହାର କରିଦେଇଥିଲେ। ଅଭିଯୋଗ କରିଥିଲେ, ଡବ୍ଲୁଏଚ୍ଓ ମହାମାରୀ ସମୟରେ ଭୁଲ୍ ନିଷ୍ପତ୍ତି ନେଇଥିଲା ଓ ଆମେରିକା ପ୍ରତି ପକ୍ଷପାତିତା କରିଥିଲା। ଏହି ପଦକ୍ଷେପ ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା।
ଭେନେଜୁଏଲା ଉପରେ ଆକ୍ରମଣ ଓ ମାଦୁରୋଙ୍କ ଗିରଫଦାରୀ
ଗତ ଏକ ବର୍ଷ ମଧ୍ୟରେ ଟ୍ରମ୍ପ କୂଟନୈତିକ ଭାବରେ ଚାରୋଟି ଦେଶକୁ ନିୟନ୍ତ୍ରଣ କରିଛନ୍ତି। ଏଥିରେ ଭେନେଜୁଏଲା, ନାଇଜର, ଆର୍ମେନିଆ ଓ ସିରିଆ ଅନ୍ତର୍ଭୁକ୍ତ। ଜାନୁଆରି ୨୦୨୬ ଆରମ୍ଭରେ ଟ୍ରମ୍ପ ଭେନେଜୁଏଲା ବିରୋଧରେ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପ୍ରଥମେ, ତେଲ ଟ୍ୟାଙ୍କରଗୁଡ଼ିକୁ ନୌସେନା ପକ୍ଷରୁ ଅବରୋଧ କରାଯାଇଥିଲା। ତା’ପରେ ଆମେରିକୀୟ ସେନା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଆମେରିକାକୁ ଆଣିଥିଲା। ମାଦୁରୋ ଆମେରିକାର ହେପାଜତରେ ଅଛନ୍ତି।
ଗ୍ରିନ୍ଲାଣ୍ଡକୁ ନେଇ ୟୁରୋପ ପ୍ରତି ବିପଦ
ଟ୍ରମ୍ପ ଖୋଲାଖୋଲି ଭାବରେ କହିଛନ୍ତି ଯେ, ଆମେରିକା ଯେକୌଣସି ପ୍ରକାରେ ଗ୍ରିନ୍ଲ୍ୟାଣ୍ଡ ଚାହୁଁଛି। ସେ ଆଠଟି ୟୁରୋପୀୟ ଦେଶକୁ ଚେତାବନୀ ଦେଇଛନ୍ତି ଯେ, ଯଦି ଗ୍ରିନ୍ଲାଣ୍ଡକୁ ନେଇ ଆମେରିକାର ସ୍ୱାର୍ଥ ପୂରଣ ନହୁଏ, ତେବେ ଫେବ୍ରୁଆରିରୁ ୧୦% ଓ ଜୁନ୍ରୁ ୨୫% ଶୁଳ୍କ ଲାଗୁ କରାଯିବ। ଏହା ୟୁରୋପୀୟ-ଆମେରିକା ସମ୍ପର୍କକୁ ଆହୁରି ବିଗାଡ଼ି ଦେଇଛି।
ଆହୁରି ପଢନ୍ତୁ: Russia Offer to India: ଭାରତକୁ ବେଷ୍ଟଫ୍ରେଣ୍ଡ୍ ଋଷର ଦମଦାର ଅଫର, ଆକାଶରେ ଉଡ଼ିବ ସୁପରଜେଟ୍-୧୦୦
ବିଗ୍ ବିୟୁଟିଫୁଲ୍ ବିଲ୍ ପାରିତ
ରାଷ୍ଟ୍ରପତି ଟ୍ରମ୍ପଙ୍କ ଐତିହାସିକ ଓ ବହୁ ଚର୍ଚ୍ଚିତ ଟିକସ ବିଲ୍କୁ କଂଗ୍ରେସ ଅନୁମୋଦନ କରିଛି। ଟ୍ରମ୍ପ ଏହାକୁ ବିଗ୍ ବିୟୁଟିଫୁଲ୍ ବିଲ୍ ଆଇନ ନାମ ଦେଇଛନ୍ତି। ଏହି ଆଇନ ଅନେକ ସରକାରୀ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିଛି ଓ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ପ୍ରଣୀତ ଟିକସ କାଟ୍କୁ ସ୍ଥାୟୀ କରିଛି। ଏହି ବିଲ୍ର ମୁଖ୍ୟ ବିଷୟ ହେଉଛି ଟିପ୍ସ୍ ଟିକସ ଉଚ୍ଛେଦ। ଯାହା ସିଧାସଳଖ ହୋଟେଲ, ରେଷ୍ଟୁରାଣ୍ଟ ଓ ସେବା କ୍ଷେତ୍ରର କର୍ମଚାରୀମାନଙ୍କୁ ଲାଭ ପହଞ୍ଚାଇବ। ମଧ୍ୟବିତ୍ତ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରି ଚାଇଲ୍ହ ଟ୍ୟାକ୍ସ କ୍ରେଡିଟ୍ ପ୍ରଚଳନ କରାଯାଇଥିଲା। ସୀମା ସୁରକ୍ଷା, ଶକ୍ତି ଉତ୍ପାଦନ ଓ ଅନେକ ଘରୋଇ ନୀତିରେ ପ୍ରମୁଖ ପରିବର୍ତ୍ତନ କରାଯାଇଥିଲା।
ଗୋଲ୍ଡ କାର୍ଡ ଯୋଜନା
ଡିସେମ୍ବର ମାସରେ, ଟ୍ରମ୍ପ ତାଙ୍କର ଲୋକପ୍ରିୟ ଗୋଲ୍ଡ କାର୍ଡ ପଦକ୍ଷେପ ଆରମ୍ଭ କରିଥିଲେ। ଯାହା ଏହି କାର୍ଯ୍ୟକ୍ରମକୁ ୧ ନିୟୁତ ଡଲାର ଦେଇଥିବା ବିଦେଶୀ ନାଗରିକ ଓ କମ୍ପାନିଗୁଡ଼ିକୁ ଆମେରିକାରେ ରହିବା ତଥା ନାଗରିକତା ପାଇଁ ଏକ ପଥ ପ୍ରଦାନ କରିବ ବୋଲି କୁହାଯାଇଥିଲା। ଏହି ଯୋଜନା ପୁରୁଣା ଇବି-୫ ଭିସା ବ୍ୟବସ୍ଥାକୁ ବଦଳାଇଥିଲା।
ଇରାନ ଉପରେ ବି-୨ ଦ୍ବାରା ବୋମା ମାଡ଼
ଗତ ବର୍ଷ ଜୁନ୍ ମାସରେ ଇରାନ ଓ ଇସ୍ରାଏଲ ଯୁଦ୍ଧରେ ଲିପ୍ତ ହୋଇଥିଲେ। ପ୍ରାରମ୍ଭରେ ଏହା ଦୁଇ ରାଷ୍ଟ୍ର ମଧ୍ୟରେ ସୀମିତ ଥିଲା। କିନ୍ତୁ ପରେ, ଆମେରିକା ସିଧାସଳଖ ଏଥିରେ ପ୍ରବେଶ କରିଥିଲା। ଆମେରିକା ବି-୨ ବୋମାବର୍ଷୀ ବିମାନ ଦ୍ବାରା ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିଥିଲା। ଏହାର ଜବାବରେ, ଇରାନ କାତାରରେ ଥିବା ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା।
ଆମେରିକା ୬୬ ପ୍ରତିଷ୍ଠାନରୁ ଓହରିଲା
ଟ୍ରମ୍ପ ଏକ ଐତିହାସିକ ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହା ଅନ୍ତର୍ଗତ ଆମେରିକା ୬୬ ଅନ୍ତର୍ଜାତୀୟ ସଂଗଠନ, ଚୁକ୍ତିନାମା ଓ ପ୍ରତିଷ୍ଠାନରୁ ଓହରିଯାଉଛି। ହ୍ୱାଇଟ୍ ହାଉସ୍ କହିଛି, ଏହି ସଂଗଠନଗୁଡ଼ିକ ଏବେ ଆମେରିକାର ସ୍ୱାର୍ଥ ବିରୋଧୀ ଓ ଆମେରିକୀୟ କରଦାତାଙ୍କ ଟଙ୍କା ନଷ୍ଟ କରୁଛନ୍ତି। ସେଥିମଧ୍ୟରେ ୩୧ ଜାତିସଂଘ ସହିତ ଜଡିତ। ବାକି ୩୫ ଅଣ-ସଂଯୁକ୍ତ ରାଷ୍ଟ୍ର ସଂସ୍ଥା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/06/trump-2025-09-06-01-58-04.jpg)