Illegal Bus Photograph: (sambad.in)
ପୁରୀ: ନା ଥିଲା ପରମିଟ, ନା ଦେଉଥିଲେ ଟିକସ | ବାହାରକୁ ସିନା ଚକାଚକ, କିନ୍ତୁ ସରକାରଙ୍କୁ ଭୁଆଁ ବୁଲାଉଥିଲେ କଲିକତା ବସ | ଆଉ ଏଭଳି କିଛି ବସକୁ ଜବତ କରି ଫାଇନ କଷିଦେଇଛି ପରିବହନ ବିଭାଗ | ୪ଟି ବସ ବାବଦକୁ ବିଭାଗ ୧୫ ଲକ୍ଷ ୪୬ ହଜାର ୮୪୭ ଟଙ୍କା ଫାଇନ କଷିଦେଇଛି | ଆଜି ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ହଠାତ ଚଢ଼ାଉ କରିବା ପରେ ଅସାଧୁ ବସ ମାଲିକମାନଙ୍କ ଏହି କଳା କାରନାମାର ପର୍ଦ୍ଦାଫାଶ ହୋଇଛି | ପରିବହନ ବିଭାଗ ପକ୍ଷରୁ ଆଜି ପଶ୍ଚିମବଙ୍ଗର ୪ଟି ବସ ଉପରେ ୧୫ ଲକ୍ଷ ଟଙ୍କାର ଫାଇନ କଷିଦେଇଛି |
କାହିଁକି ଦେବେ ଫାଇନ?
ମିଳିଥିବା ସୂଚନା ମୁତାବକ ଏହି ୪ଟି ବସ ପାଖରେ ନା ଥିଲା ରୁଟ ପରମିଟ ନା ଦେଉଥିଲେ ଟିକସ | ଅର୍ଥାତ ଏହି ବସଗୁଡିକ ବାବଦରେ କୌଣସି ତଥ୍ୟ ନଥିଲା | ମନଇଚ୍ଛା ଆସୁଥିଲେ, ମନଇଚ୍ଛା ଲୋକ ନେଇ ଯାଉଥିଲେ | ନା କାହାକୁ ଖାତିର ଥିଲା, ନା ଭୟ ଥିଲା | ବେଧଡକ ଭାବେ ବେପାର କରିବାରେ ଲାଗିପଡ଼ିଥିଲେ ଏସବୁ ବସ | ଠିକ ସେଥିପାଇଁ ତ ଟିକସ ଫାଙ୍କି ଓ ପରମିଟ୍ ଅନିୟମିତତା ଅଭିଯୋଗରେ ପରିବହନ ବିଭାଗ ଏହି ବସଗୁଡିକୁ ଜବତ କରି ଫାଇନ କଷିଦେଇଛି | ପରିବହନ ବିଭାଗର ସୂଚନା ମୁତାବକ ପୁରୀରୁ କୋଲକାତା ଯାଉଥିବା ଶ୍ୟାମଳୀ ପରିବହନ, ଏକ୍ସପ୍ରେସ ଲାଇନ ସହ କାଲାସୋନା ନାମକ ବସଗୁଡିକ ସରକାରଙ୍କୁ ଠକୁଥିଲେ |
କଣ କହେ ନିୟମ?
ଏନେଇ ଓଡିଶା ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ମୋଟର ଭେଇକିଲ ନିୟମ ଅନୁଯାୟୀ ୨ ପ୍ରକାରର ଷ୍ଟେଜ କ୍ୟାରେଜ ଓ କଣ୍ଟ୍ରାକ୍ଟ କ୍ୟାରେଜ ପରମିଟରେ ଗାଡି ଚାଲିପାରିବ | ଷ୍ଟେଜ କ୍ୟାରେଜ ଗାଡିର ନିୟମ ହେଉଛି ଯେଉଁ ଷ୍ଟପେଜରେ ଲୋକ ଛିଡା ହୋଇଥିବେ ସେଠାରୁ ଲୋକଙ୍କୁ ଉଠାଇପାରିବ ଓ ଓହ୍ଲାଇପାରିବ | ସରକାର ଯେଉଁ ଭଡା ସ୍ଥିର କରିଛନ୍ତି ସେହି ଅନୁସାରେ ଭଡା ନେବ | ସରକାରଙ୍କ ନିୟମ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀରେ ଗାଡି ଚାଲିବ | ଯେଉଁ ରୁଟରେ ଗାଡି ଚାଲିବ ତାହା ସରକାର ଦେବେ |
ଆହୁରି ପଢନ୍ତୁ: Odisha link in Delhi blasts: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍: ଖୁବ୍ଶୀଘ୍ର ଆସିବ ଏନ୍ଆଇଏ ଟିମ୍
କଣ୍ଟ୍ରାକ୍ଟ କ୍ୟାରେଜ ପରମିଟ ପାଇଥିବା ଗାଡି ବିବାହ, ପିକନିକରେ ଯାଇପାରିବ | ଅର୍ଥାତ ଏହି ସବୁ ଗାଡି ପଏଣ୍ଟରୁ ପଏଣ୍ଟ(ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ) ହିଁ ଯାଇପାରିବ | ଏସବୁ ଗାଡି ରାସ୍ତା ମଝିରୁ ଲୋକ ଉଠାଇପାରିବେ ନାହିଁ | କଲିକତାରୁ ଆସିଥିବା ଏସବୁ ବସ କଣ୍ଟ୍ରାକ୍ଟ କ୍ୟାରେଜ ପରମିଟରେ ହିଁ ଆସିପାରୁଥିଲେ | ଅର୍ଥାତ ଏମାନେ କେବଳ ପର୍ଯ୍ୟଟକଙ୍କୁ ନେଇ କଲିକତାରୁ ପୁରୀ ଆସିପାରିବେ | କିନ୍ତୁ ବାଟରୁ ଯେମିତି ଭୁବନେଶ୍ୱର, କଟକର କୌଣସି ଷ୍ଟପେଜରୁ ଲୋକ ଉଠାଇପାରିବେ ନାହିଁ |
ଆହୁରି ପଢନ୍ତୁ: AI videos of wildlife: ବନ୍ୟପ୍ରାଣୀଙ୍କ ଏଆଇ ଭିଡିଓର କୁପରିଣତି
ଏଥିପାଇଁ ସିଜ ହେଲା ଦାମୀ ବସ
ଏହି ବସଗୁଡିକ କଣ୍ଟ୍ରାକ୍ଟ କ୍ୟାରେଜ ପରମିଟରେ ଆସୁଥିଲେ ଓ ଷ୍ଟେଜ କ୍ୟାରେଜ ପରମିଟ ଭଳି ଲୋକ ଉଠାଉଥିଲେ | ବଡ କଥା ଯେ ଏହି ବସଗୁଡିକ ମନ ଇଚ୍ଛା ଲୋକ ଉଠାଇବା ସହ ମନଇଚ୍ଛା ଭଡା ବି ନିଅନ୍ତି | ଉଦାହରଣ ସ୍ୱରୂପ ପୁରୀରୁ କଲିକତା ଭଡା ୮୦୦ ଟଙ୍କା ସରକାର ନିର୍ଦ୍ଧାରିତ କରିଥିବାବେଳେ ଏମାନେ ସେମାନଙ୍କ ମନଇଚ୍ଛା ମୁତାବକ ଭଡା ନିଅନ୍ତି | ବେଳେବେଳେ ଭଡା କମାଇଦେଉଛନ୍ତି, ଅନ୍ୟବେଳେ ଯେପରିକି ରଥଯାତ୍ରା-ଦଶହରା ସମୟରେ ଭଡା ୩ ହଜାର ଯାଏଁ ପହଁଚିଯାଉଛି | ତେଣୁ ଏସବୁ ନିୟମ ଭାଙ୍ଗୁଥିବାରୁ ବସଗୁଡିକୁ ସିଜ କରାଯାଇଛି |
Follow Us